ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪: ବଲିଉଡ୍‌ର ସୁପରଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଅମିତାଭଙ୍କ ମୁଖପାତ୍ର। ଏହା ପୂର୍ବରୁ ସଲମାନ ଖାନ୍‌ ଓ ଅକ୍ଷୟ କୁମାର ସିନେ ଜଗତରେ ସର୍ବାଧିକ ଆୟକର ଦେଉଥିବା ଅଭିନେତା ରହିଥିଲେ। ୨୦୧୭-୧୮ ଆର୍ଥିକ ବର୍ଷରେ ସଲମାନ ୪୪.୫ କୋଟି ଟଙ୍କା ଆଗୁଆ ଆୟକର ଜମା କରିଥିଲେ। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ଅଭିନେତା ଅକ୍ଷୟ କୁମାର ସର୍ବାଧିକ ୨୯.୫ କୋଟି ଟଙ୍କା ଆୟକର ଦେଇଥିବା ସୂଚନା ରହିଛି। ଅମିତାଭ ୨୦୧୮-୧୯ ଆର୍ଥିକ ବର୍ଷରେ ୭୦ କୋଟି ଟଙ୍କା ଆୟକର ଦେବା ସହ ବିହାର ମୁଜାଫରନଗରର ୨୦୮୪ ଜଣ କୃଷକଙ୍କ କୃଷି ଋଣ ମଧ୍ୟ ଶୁଝିଛନ୍ତି। ଏହା ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ପ୍ରତି ଯବାନଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଟଙ୍କା ସହାୟତା କରିଥିଲେ। ନିକଟରେ ମୁକ୍ତିଲାଭ କରିଥିବା ସୁଜୋୟ ଘୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବଦଲା’ରେ ଅମିତାଭ ଅଭିନୟ କରିଥିବା ବେଳେ ଏହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ବିଗ୍‌ ବି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଗାମୀ ଖ୍ରୀଷ୍ଟମାସରେ ‘ବ୍ରହ୍ମାସ୍ତ୍ର’ ପରଦାକୁ ଆସିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା;ଆଜି ଅଂଶୀଦାରଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୬-୧୨: ଆର୍ଥତ୍କ ବର୍ଷ ୨୦୨୦-୨୧ର ସାଧାରଣ ବଜେଟ ଲାଗି ପ୍ରାକ୍‌ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେଉଛି। ଏଥିଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଅଂଶୀଦାରଙ୍କୁ...

ରାଗିଲେ କରିନା!

ମୁମ୍ବାଇ: ନିକଟରେ ବଲିଉଡ୍‌ ବେବୋ କରିନା କପୁର ଖାଁ ହୋଲି ଖେଳି ଫେରୁଥିବା ସମୟରେ ତାଙ୍କୁ ସ୍ପଟ କରାଯାଇଥିଲା। ଆଉ ଏତିକିବେଳେ ତାଙ୍କ ପ୍ରଶଂସକମାନେ କରିନାଙ୍କ...

ନିଖିଲଙ୍କ ହାତ ଧରିଲେ ଦଲଜିତ  

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ କୌର। ପ୍ରେମିକ ନିଖିଲ ପଟେଲଙ୍କ ହାତ ଧରିଛନ୍ତି ସେ। କିଛି ଦିନ...

ଘୋଷଣା ହେଲା କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ

ଚେନ୍ନାଇ,୨୯ା୧- ଦେଶର ସବୁଠୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ ଶୁକ୍ରବାର ଘୋଷଣା ହୋଇଯାଇଛି। ପୂରା ଦେଶରେ ଦର୍ଶକଙ୍କ ଭଲପାଇବା ହାସଲ କରିଥିବା କେଜିଏଫ୍‌:...

ବିଶ୍ୱର ଶ୍ରେଷ୍ଠ ୧୦ ସେକ୍ସି ସୁପରମଡେଲଙ୍କ ତାଲିକାରେ ବଲିଉଡ୍‌ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ୨୦୨୧ରେ ଶ୍ରେଷ୍ଠ ୧୦ ସେକ୍ସି ସୁପର ମଡେଲ ତାଲିକାରେ ସ୍ଥାନ ପାଇଛନ୍ତି। ନିକଟରେ...

ମନକଥା କହିଲେ ସମନ୍ଥା, ବିବାହ ପରେ କମିଛି ଫିଲ୍ମରେ କାମ କରିବା ସୁଯୋଗ

ମୁମ୍ବାଇ: ବିବାହ ପରେ ଅଭିନେତାମାନଙ୍କ ପାଇଁ କିଛି ବି ବଦଳି ନ ଥିଲେ ହେଁ ଅଭିନେତ୍ରୀଙ୍କ କ୍ଷେତ୍ରରେ ଅନେକ କିଛି ବଦଳିଯାଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି...

ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ଲକ୍ଷ୍ୟ: ଗୋୟଲ

ନୂଆଦିଲ୍ଲୀ,୨୫-୧୧: ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର କହିଛନ୍ତି। ପ୍ରଦୂଷଣ...

ରଣବୀର ସିଂଙ୍କୁ ଦେଖି କାନ୍ଦିଲେ ଶିଶୁ

ବଲିଉଡ୍‌ ଅଭିନେତା ରଣବୀର ସିଂ ସର୍ବଦା ନିଜ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି। ସେ ଫ୍ୟାଶନ ଶୋ’ ହେଉ କିମ୍ବା ରେଡ୍‌ କାର୍ପେଟ୍‌ ତାଙ୍କୁ ସବୁବେଳେ...

Advertisement
Archives

Model This Week