ଅମିତାଭ ବଚ୍ଚନଙ୍କ ପାଖରେ ରହିଛି ୩୫କୋଟି ଟଙ୍କାର ସୁନା-ରୁପା ଅଳଙ୍କାର, ଜାଣନ୍ତୁ କେତେ ରହିଛି ବ୍ୟାଙ୍କ ବାଲାନ୍ସ

ନୂଆଦିଲ୍ଲୀ,୧୧।୧୦: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ୮୧ ବର୍ଷ ବୟସ ପର୍ଦାପଣ କରିଛନ୍ତି। ପ୍ରଶଂସକଙ୍କୁ ହିଟ୍‌ରୁ ହିଟ୍‌ ଫିଲ୍ମ ଦେଇଥିବା ବିଗ୍‌ ବି ଅଳଙ୍କାରକୁ ମଧ୍ୟ ବହୁତ ଭଲ ପାଆନ୍ତି ବୋଲି ଆପଣମାନଙ୍କ ମଧ୍ୟରୁ କମ୍‌ ଜାଣିଥିବେ। ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କ ପାଖରେ ପ୍ରାୟ ୩୫ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ରହିଛି। ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ସୁନା, ରୂପା ଅଳଙ୍କାରକୁ ଖୁବ୍‌ ଭଲ ପାଆନ୍ତି ଏବଂ ତାଙ୍କ ପାଖରେ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ରହିଛି।
ବାସ୍ତବ ଜୀବନରେ ସେ ସୁନା-ରୂପା ଅଳଙ୍କାରଙ୍କୁ ଅଧିକ ଭଲ ପାଆନ୍ତି। ଅମିତାଭ ବଚ୍ଚନଙ୍କ ପାଖରେ ୨କୋଟି ଟଙ୍କାର ସୁନା ଓ ୫କୋଟି ଟଙ୍କାର ରୂପା ରହିଛି। ସେହିପରି ତାଙ୍କର ୨୮ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ରହିଛି। ସେ କଠିନ ସମ୍ପତ୍ତିରେ ପ୍ରାୟ ୩୫ କୋଟି ଟଙ୍କା ନିବେଶ କରିଛନ୍ତି।

ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ପାଖରେ ୨କୋଟି ଟଙ୍କା ସୁନା, ୮୯ଲକ୍ଷ ଟଙ୍କା ମୂଲ୍ୟର ରୂପା ସାମଗ୍ରୀ, ୭୦ ଲକ୍ଷ ଟଙ୍କା ମୂଲ୍ୟର ରୂପା ଇଟା ଏବଂ ୨୨ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ରହିଛି।
ବିଗ ବି ପ୍ୟାରିସ ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି ଏବଂ ତାଙ୍କର କୋଟି କୋଟି ଟଙ୍କା ମୂଲ୍ୟର ବ୍ୟାଙ୍କ ବାଲାନ୍ସ ରହିଛି। ମୁମ୍ବାଇ ଏବଂ ଫ୍ରାନ୍ସର ବିଭିନ୍ନ ବ୍ୟାଙ୍କରେ ଅମିତାଭ ବଚ୍ଚନଙ୍କର ମୋଟ ବ୍ୟାଙ୍କ ବାଲାନ୍ସ ୪୮,୭୫,୯୫,୩୩୩ ଟଙ୍କା ରହିଛି। ସେ ବ୍ୟାଙ୍କ ଅଫ ଇଣ୍ଡିଆ, ମୁମ୍ବାଇରେ ସର୍ବାଧିକ ୪୦ କୋଟି ଟଙ୍କା ଏଫଡି ଭାବେ ଜମା କରିଛନ୍ତି। ଜୟା ବଚ୍ଚନ ମଧ୍ୟ ୬,୮୪,୧୬,୪୧୨ଟଙ୍କାର ମାଲିକ ଅଟନ୍ତି। ସେ ୬କୋଟି ଟଙ୍କା ଦୁବାଇର ଏଚଏସବିସି ବ୍ୟାଙ୍କରେ ଜମା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri