୫ ବର୍ଷରେ ଅମିତ ଶାହାଙ୍କର ଦୁଇଗୁଣା ହେଲା ସମ୍ପତ୍ତି

ନୁଆଦିଲ୍ଲୀ,୨୧।୪: କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ଅମିତ ଶାହା ଏପ୍ରିଲ ୧୯ ରେ ଗାନ୍ଧିନଗର ଲୋକ ସଭା ର୍ନିବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଅମିତ ଶାହା ଦାଖଲ କରିଥିବା ଆପିଡେଭିଡ୍‌ ଅନୁଯାୟୀ ଶାହା ଏବଂ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ୬୫.୬୭ କୋଟି ଟଙ୍କା ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ର୍ନିବାଚନ ସମୟରେ ଏହା ୩୦.୪୯ କୋଟିରୁ ଯାହା ଏକ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଅର୍ଥାତ୍‌ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।

ଶାହାଙ୍କର ଚଳନଶୀଳ ସମ୍ପତ୍ତି, ନଗଦ, ବ୍ୟାଙ୍କ ସଞ୍ଚୟ, ଜମା, ସୁନା, ରୂପା ଏବଂ ଉତ୍ତରାଧିକାରୀ ସମ୍ପତ୍ତି ସହିତ ୨୦.୨୩ କୋଟି ଟଙ୍କା ରହିଛି। ଏଥିମଧ୍ୟରୁ ଶାହା ୧୭.୪୬ କୋଟିରୁ ଅଧିକ ମୂଲ୍ୟର ଅଂଶଧନ ଏବଂ ୭୨.୮୭ ଲକ୍ଷରୁ ଅଧିକ ମୂଲ୍ୟର ମୂଲ୍ୟବାନ ଧାତୁ ରଖିଛନ୍ତି। ତେବେ ତାଙ୍କ ଆଫିଡେଭିଟରେ କୌଣସି ଗାଡି ଥିବା ଦର୍ଶାଇ ନାହାନ୍ତି।

ଏହି ସମୟରେ ତାଙ୍କ ପତ୍ନୀ ସୋନାଲ ଶାହାଙ୍କର ନଗଦ, ବ୍ୟାଙ୍କ ସଞ୍ଚୟ, ଷ୍ଟକ ନିବେଶ ଏବଂ ଜମା ସମେତ ୨୨.୪୬ କୋଟିରୁ ଅଧିକ ଚଳନ ସମ୍ପତ୍ତି ରହିଛି, ଯାହାର ମୂଲ୍ୟ ୧.୧୦ କୋଟିରୁ ଅଧିକ ମୂଲ୍ୟର ସୁନା ଓ ରୂପା ଅଳଙ୍କାର ରଖିଛନ୍ତି।

ଅସ୍ଥାବର ସମ୍ପତ୍ତି ଦୃଷ୍ଟିରୁ ଅମିତ ଶାହାଙ୍କ ହୋଲଡିଂ ମୋଟ ୧୬.୩୧ କୋଟିରୁ ଅଧିକ ଅଟେ, ଯେଉଁଥିରେ କୃଷି ଜମି, ଅର୍ଦ୍ଧ ଚାଷ ଜମି, ପ୍ଲଟ ଏବଂ ବାସସ୍ଥାନ, ଆଶ୍ରମ ରୋଡ, ଥାଲଟେଜ, ଏବଂ ଗାନ୍ଧିନଗରରେ ଅବସ୍ଥିତ। ସୋନାଲ ଶାହା ବିଭିନ୍ନ ସ୍ଥାନରେ ଆବାସିକ ସମ୍ପତ୍ତି ସମେତ ୬.୫୫ କୋଟିରୁ ଅଧିକ ମୂଲ୍ୟର ଅସ୍ଥାବର ସମ୍ପତ୍ତି ମଧ୍ୟ ରଖିଛନ୍ତି।

ଏଥିସହ ଶାହା ବିଭିନ୍ନ କୋର୍ଟରେ ତିନୋଟି ବିଚାରାଧୀନ ମାମଲାର ସମ୍ମୁଖୀନ ହୋଇଛନ୍ତି। ପୂର୍ବ ଲୋକ ସଭା ର୍ନିବାଚନ ସମୟରେ ସେ ଭାଜପାର ଜାତୀୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri