ଆଜି ଓଡ଼ିଶା ଆସିବେ ଅମିତ ଶାହା: ରାଜ୍ୟ ଭାଜପାର ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର, ୫ା୩:କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଶାହା ଆଜି ସନ୍ଧ୍ୟାରେ ସ୍ବତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚତ୍ବେ। ୬ ତାରିଖ ପୂର୍ବାହ୍ନରେ କଟକ ମୁଣ୍ଡୁଳିସ୍ଥିତ ସିଆଇଏସଏଫ୍‌ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ଜଟଣୀଠାରେ ଜାତୀୟ ଫୋରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସ୍ୟୁ) ଏବଂ କେନ୍ଦ୍ରୀୟ ଫୋରେନ୍ସିକ ବିଜ୍ଞାନ ପରୀକ୍ଷାଗାର (ଏନଏଫଏସ୍ୟୁ) ଏବଂ କେନ୍ଦ୍ରୀୟ ଫୋରେନ୍ସିକ ବିଜ୍ଞାନ ପରୀକ୍ଷାଗାର (ସିଏଫଏସଏଲ)ର ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବା ସହ ଆଭାସି ମାଧ୍ୟମରେ ଏନଏଫଏସ୍ୟୁ ଟ୍ରାନ୍ଜିଟ କ୍ୟାମ୍ପସ, ଭୁବନେଶ୍ୱରର ଉଦ୍ଘାଟନ କରିବେ। ଏହାପରେ ଶାହା ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ନବୀନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ ସମବାୟ ଏବଂ ଅନ୍ୟ ବିଭାଗର ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ ସିଆଇଏସଏଫ୍ର ପ୍ରତିଷ୍ଠା ଦିବସରେ ଯୋଗଦାନକୁ ଦୃଷ୍ଟିରେ ରଖି ଗୋଡ଼ିସାହିରୁ ମୁଣ୍ଡୁଳି ରାସ୍ତାର ବ୍ଲାକ ଟପିଂ ସହିତ ଆଲୋକୀକରଣ, ପରିଷ୍କାର ପରିଚ୍ଛନ୍ନତା ଓ ଆବଶ୍ୟକ ସୌନ୍ଦର୍ଯ୍ୟକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଆଭାସି ମାଧ୍ୟମରେ କଟକ ଜିଲାପାଳ ଯୋଗଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ଯିବେ ନୀତୀଶ କୁମାର: ନିଜେ କଲେ ଘୋଷଣା, ପୁଅ ହେବେ…

ପାଟନା,୫।୩:ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିବାକୁ ତାଙ୍କର ଇଚ୍ଛା ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ କହିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି…

ଟିମ ଇଣ୍ଡିଆ ପାଇଁ ବିପଦ ଇଂଲଣ୍ଡର ଏହି ୫ ଖେଳାଳି! ସେମିଫାଇନାଲରେ ହୋଇପାରେ…

ନୂଆଦିଲ୍ଲୀ,୫।୩: ICC ପୁରୁଷ T20 ବିଶ୍ୱକପ ୨୦୨୬ ଏବେ ଏହାର ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ମୁମ୍ବାଇର…

ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର: ଖାଇଗଲେ ୮ କୋଟିରୁ ଅଧିକ…

ଭୁବନେଶ୍ୱର,୫।୩: ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ହୋଲି ଖେଳିବା ସହ ଆମିଷର ମଜା ଉଠାଇଛନ୍ତି ଭୁବନେଶ୍ବରବାସୀ । ରାଜଧାନୀରେ କୋଟି କୋଟି ଟଙ୍କାର ଆମିଷ…

ସ୍ତ୍ରୀଙ୍କୁ ଏତିକି ଟଙ୍କାର ଭରଣପୋଷଣ ଦେବେ ଥଲାପତି ବିଜୟ: ଜାଣିଲେ ଉଡ଼ିଯିବ ହୋଶ୍‌

ସାଉଥ୍‌ ସୁପରଷ୍ଟାର ଏବଂ ରାଜନେତା ଥଲାପତି ବିଜୟ ଏବଂ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମଙ୍କ ମଧ୍ୟରେ ଛାଡପତ୍ର ମାମଲା ଜୋର ଧରିଛି। ସଂଗୀତା ସମ୍ପ୍ରତି ଚେଙ୍ଗାଲପଟୁ ପରିବାର କୋର୍ଟରେ…

ଶୌଚ ପାଇଁ ଯାଇଥିଲେ ଚାରୁଲତା, ମାଡ଼ିଆସିଲା ହାତୀ: ଆଉ ତା’ପରେ…

କାମାକ୍ଷାନଗର,୫।୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣିଠାରେ ଜଣେ ମହିଳାଙ୍କୁ ଦଳି ଦେଇଛି ହାତୀ। ମୃତକ ଜଣଙ୍କ ହେଲେ ଚାରୁଲତା ନାଏକ। ଭୋର…

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ସ୍କୁଟି: ଦେଖନ୍ତୁ Video

ଉଦଳା, ୫।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳିଯାଇଛି ସ୍କୁଟି। ଅଚାନକ ସ୍କୁଟିରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି। ସୂଚନାଯୋଗ୍ୟ, ଉଦଳା…

ସେମିଫାଇନାଲ ପୂର୍ବରୁ ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ: ସଞ୍ଜୁ ସାମସନ୍‌ଙ୍କୁ ନେଇ ଆସିଲା…

ମୁମ୍ବାଇ,୫।୩: ICC T20 ବିଶ୍ୱକପ 2026ର ଦ୍ୱିତୀୟ ସେମିଫାଇନାଲ ପୂର୍ବରୁ ‘ସଞ୍ଜୁ ସାମସନ ବ୍ୟାନ୍‌’ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି। ଏହି ନକଆଉଟ ମ୍ୟାଚରେ ଭାରତ…

ନାମାଙ୍କନ ପୂର୍ବରୁ ଭାବବିହ୍ବଳ ହେଲେ ଦିଲୀପ ରାୟ: ବିଜୁ ପଟ୍ଟନାୟକଙ୍କୁ ନେଇ କହିଦେଲେ ବଡ଼ କଥା

ଭୁବନେଶ୍ୱର,୫।୩: ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri