Posted inଜାତୀୟ

ଭାଜପାର ଘୋଷଣାପତ୍ର, ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ ମିଳିବ ୧୮ହଜାର ଟଙ୍କା

ଶ୍ରୀନଗର,୬।୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାଜପାର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ସେ ନ୍ୟାଶନାଲ କନଫରେନ୍ସର ମନିଫେଷ୍ଟୋ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଧାରା ୩୭୦ ସମ୍ବନ୍ଧରେ ଏନସିର ଏଜେଣ୍ଡାକୁ କଂଗ୍ରେସ ସମର୍ଥନ କରିଛି। କିନ୍ତୁ ଧାରା ୩୭୦ ବର୍ତ୍ତମାନ ଇତିହାସରେ ପରିଣତ ହୋଇଛି, ଏହା ଆଉ ଫେରିପାରିବ ନାହିଁ ଏବଂ ଆମେ ଏହାକୁ ଫେରିବାକୁ ଦେବୁ ନାହିଁ ।
ଶାହା କହିଛନ୍ତି, ଧାରା ୩୭୦ ହେଉଛି ଲିଙ୍କ ଯାହା ଯୁବକମାନଙ୍କୁ ବିକାଶ ପରିବର୍ତ୍ତେ ଆତଙ୍କବାଦ ଆଡକୁ ଠେଲି ଦେଇଛି। ଜମ୍ମୁ କଶ୍ମୀରରେ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ସଂରକ୍ଷଣ ପାଇଁ ଆବଶ୍ୟକ ଥିଲା। ମୁଁ ଓମାର ଅବଦୁଲ୍ଲାଙ୍କୁ କହିବାକୁ ଚାହେଁ ଯେ ଆମେ ଆପଣଙ୍କୁ ଗୁଜର ବକରୱାଲଙ୍କ ସଂରକ୍ଷଣକୁ ଛୁଇଁବାକୁ ଦେବୁ ନାହିଁ। ବୋମାର ଛାଇ ଏବଂ ମେସିନ ଗନ୍‌ର ଶବ୍ଦ କଶ୍ମୀରରେ ଶୁଣାଯାଇଥିଲା, ଯାହା ବର୍ତ୍ତମାନ ଇତିହାସ।
ତେବେ ଭାଜପା ତା’ର ଘୋଷଣାପତ୍ରରେ ଅନେକ କିଛି ଘୋଷଣା କରିଛି। ସେଥିମଧ୍ୟରୁ…

୧- ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦକୁ ଆମେ ସମ୍ପୂର୍ଣ୍ଣ ରୂପେ ହଟାଇ ଜମ୍ମୁ କଶ୍ମୀରକୁ ଦେଶର ବିକାଶ ତଥା ପ୍ରଗତିରେ ଅଗ୍ରଣୀ କରିବୁ।
୨- ମା ସମ୍ମାନ ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ ୧୮,୦୦୦ ଟଙ୍କା ଦିଆଯିବ।
୩- ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଉପରେ ସୁଧ ପ୍ରସଙ୍ଗରେ ସହାୟତା।
୪- ଉଜ୍ୱଳା ହିତାଧିକାରୀଙ୍କୁ ପ୍ରତିବର୍ଷ ୨ଟି ମାଗଣା ଏଲପିଜି ସିଲିଣ୍ଡର।
୫- ପିପିଏନଡିଆରଓ୍ବାଇ ଅଧୀନରେ ୫ଲକ୍ଷ ନିଯୁକ୍ତି।
୬- ପ୍ରଗତି ଶିକ୍ଷା ଯୋଜନା ଅଧୀନରେ କଲେଜ ଛାତ୍ରୀଛାତ୍ରଙ୍କୁ ପରିବହନ ଭତ୍ତା ଭାବରେ ବାର୍ଷିକ ୩୦୦୦ଟଙ୍କା। ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?