Posted inଜାତୀୟ

RSSକୁ ନେଇ ବଡ଼ କଥା କହିଦେଲେ ଅମିତ ଶାହା: ମୁଁ ଆଉ ମୋଦି ଜୀ….

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ସାକ୍ଷାତକାରରେ ଅନେକ ପ୍ରସଙ୍ଗରେ ଖୋଲାଖୋଲି କଥା କହିଛନ୍ତି। ସେ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ, ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନକରଙ୍କ ଇସ୍ତଫା ଏବଂ RSS ସହିତ ତାଙ୍କର ସମ୍ପର୍କ ଉପରେ ଖୋଲାଖୋଲି କଥା ହୋଇଥିଲେ।

ଅମିତ ଶାହା ୧୩୦ତମ ସଂଶୋଧନ ବିଲ ଉପରେ କହିଛନ୍ତି, ଯେତେବେଳେ ସମ୍ବିଧାନ ତିଆରି ହୋଇଥିଲା, ସେତେବେଳେ ସମ୍ବିଧାନ ପ୍ରଣେତାମାନେ ଏପରି ନିର୍ଲଜ୍ଜତାର କଳ୍ପନା ମଧ୍ୟ କରି ନ ଥିବେ ଯେ ଜଣେ ମୁଖ୍ୟମନ୍ତ୍ରୀ ଜେଲ ଯିବେ ଏବଂ ଜେଲରୁ ମୁଖ୍ୟମନ୍ତ୍ରୀ ରହିବେ। କୋର୍ଟ ମଧ୍ୟ ଆଇନର ଗମ୍ଭୀରତାକୁ ବୁଝନ୍ତି। ଯେତେବେଳେ କାହାକୁ ୩୦ ଦିନ ପରେ ଇସ୍ତଫା ଦେବାକୁ ପଡ଼େ, ତା’ପୂର୍ବରୁ କୋର୍ଟ ନିଷ୍ପତ୍ତି ନିଅନ୍ତି ଯେ ତାଙ୍କୁ ଜାମିନ ମିଳିବ କି ନାହିଁ।

ଶାହା ଆହୁରି କହିଛନ୍ତି,ନରେନ୍ଦ୍ର ମୋଦି ନିଜ ବିରୋଧରେ ଏକ ସାମ୍ବିଧାନିକ ସଂଶୋଧନ ଆଣିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ଜେଲ ଯାଆନ୍ତି, ତେବେ ତାଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିବ।

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଚୟନକୁ ଆରଏସଏସ ସହିତ ଯୋଡିବା ବିଷୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ମୁଁ ଆରଏସଏସ ସହିତ ଜଡିତ। ଅଟଳ ବିହାରୀ ବାଜପେୟୀ, ଆଡଭାନୀ ଜୀ, ମୋଦି ଜୀ ମଧ୍ୟ ଆରଏସଏସ ସହିତ ଜଡିତ। ଦେଶ ଆମକୁ ବାଛିଛି କାରଣ ଆମେ ଆରଏସଏସରୁ ଅଛୁ? ଆରଏସଏସ ସହିତ ସମ୍ପର୍କ ରଖିବା କ’ଣ ଏକ ମାଇନସ୍‌ ପଏଣ୍ଟ ବୋଲି ଶାହା ପ୍ରଶ୍ନ କରିଛନ୍ତି।

ଜଗଦୀପ ଧନକରଙ୍କ ପ୍ରସଙ୍ଗରେ ଅମିତ ଶାହ କହିଛନ୍ତି, ତିଳକୁ ତାଳ କରିବା ଉଚିତ୍‌ ନୁହେଁ। ସେ ଏକ ସାମ୍ବିଧାନିକ ପଦବୀରେ ଥିଲେ। ସେ ତାଙ୍କର ବ୍ୟକ୍ତିଗତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଇସ୍ତଫା ଦେଇଛନ୍ତି, ସେ ଭଲ କାମ କରୁଥିଲେ। ଦେଶରେ ଅନେକ ସକାରାତ୍ମକ କାହାଣୀ ଅଛି, ସବୁବେଳେ ଏପରି ଖବର ପଛରେ ଯିବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri