ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ରାଜଧାନୀକୁ ଥରାଇ ଦେଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତକୁ ଜୋରଦାର କରିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।
ବୈଠକରେ ଗୃହ ସଚିବ, ଗୋଇନ୍ଦା ବ୍ୟୁରୋ(IB) ନିର୍ଦ୍ଦେଶକ, ଦିଲ୍ଲୀ ପୋଲିସ କମିଶନର ଏବଂ ଜାତୀୟ ତଦନ୍ତ ସଂସ୍ଥା (NIA)ର ମହାନିର୍ଦ୍ଦେଶକ, ଜମ୍ମୁ ଏବଂ କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (DGP) ଉପସ୍ଥିତ ରହିଛନ୍ତି।
ଅନ୍ୟପକ୍ଷେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବ୍ୟକ୍ତିଗତ ଭାବେ ଘଟଣାସ୍ଥଳ ପରିଦର୍ଶନ କରି ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଏଜେନ୍ସିଗୁଡ଼ିକ ତଦନ୍ତ କରୁଛନ୍ତି। ଆତଙ୍କବାଦ ଦୃଷ୍ଟିକୋଣକୁ ମଧ୍ୟ ଯାଞ୍ଚ କରାଯାଉଛି।

