Posted inଜାତୀୟ

ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ, ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି, ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

କୋଲକାତା,୧୭ ।୧୨: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଇଷ୍ଟର୍ନ ଜୋନାଲ କାଉନସିଲ ବୈଠକ ଚାଲିଛି । ବୈଠକର ଅଧ୍ୟକ୍ଷତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୁଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ସିକ୍କିମର ମୁଖ୍ୟମନ୍ତ୍ରୀ ଅଥବା ସେମାନଙ୍କ ପ୍ରତିନିଧି ସାମିଲ ହୋଇଛନ୍ତି । ବୈଠକରେ ବିଏସଏଫ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ସୀମା ସୁରକ୍ଷା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଛି ।

ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୀମା ସୁରକ୍ଷାର ପ୍ରସଙ୍ଗ ଉଠାଇଥିଲେ । ମମତା ଅଭିଯୋଗ କରିଥିଲେ କି ବିଏସଏଫ ପକ୍ଷରୁ ସହଯୋଗ ମିଳୁନାହିଁ । ଏହାପରେ ମମତା ଓ ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ବାନାର୍ଜୀ ବିଏସଏଫର ସୀମାକୁ ୧୫ କିଲୋମିଟରରୁ ୫୦ କିଲୋମିଟର କରିବାକୁ ବିରୋଧ କରିଥିଲେ । ସେ ପୂର୍ବରୁ ଏହି ପ୍ରସଙ୍ଗକୁ ବିରୋଧ କରି ଆସୁଛନ୍ତି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ ଓ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ତୁତୁମେମେ ହୋଇ ଯାଇଥିଲା । ଇଷ୍ଟର୍ନ ଜୋନରେ ଆସିଥିବା ରାଜ୍ୟ ଗୁଡିକ ମଧ୍ୟରୁ ପଶ୍ଚିମବଙ୍ଗ ଏମିତି ଏକ ରାଜ୍ୟ ଯାହାର ସୀମାକୁ ବାଂଲାଦେଶ ଲାଗି ରହିଛି । ତେଣୁ ବାଂଲାଦେଶରୁ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗରେ ପ୍ରବେଶ କରୁଛନ୍ତି । ଏହି ଅନୁପ୍ରବେଶକୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏସଏଫ ସୀମାକୁ ୧୫ କିଲୋମିଟରରୁ ୫୦ କିଲୋମିଟର କରି ଦିଆଯାଇଛି । ଫଳରେ ବିଏସଏଫକୁ ଅଧିକ ଶକ୍ତି ମିଳିଯାଉଛି ଯାହାକୁ ମମତା ବିରୋଧ କରି ଆସୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri