Posted inଖେଳ

ଏସିଆଡ୍‌ ସ୍ବର୍ଣ୍ଣ ଜିତିବାରେ ଅମିତ୍‌ ୫ମ ଓଡ଼ିଆ

ଭୁବନେଶ୍ୱର, ୭।୧୦ (ତପନ ସ୍ବାଇଁ): ଚାଇନାର ହାଙ୍ଗଝୋରେ ଚାଲିଥିବା ଏସିଆନ ଗେମ୍ସର ପୁରୁଷ ହକିରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି। ଫଳରେ ଭାରତୀୟ ଦଳକୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ମିଳିଯାଇଛି। ଭାରତୀୟ ଦଳର ସଦସ୍ୟଭାବେ ଅମିତ ରୋହିଦାସ ସ୍ବର୍ଣ୍ଣିମ ସଫଳତାରେ ଭାଗୀଦାର ହୋଇଛନ୍ତି। ଓଡ଼ିଶାର ଚତୁର୍ଥ ପୁରୁଷ ହକି ଖେଳାଳିଭାବେ ଅମିତ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ପାଇଛନ୍ତି। ଓଭରଅଲ୍‌ ଓଡ଼ିଶାର ୫ମ ଖେଳାଳିଭାବେ ସେ ଏସିଆଡ୍‌ରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ପୂର୍ବରୁ ୧୯୯୮ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ଦିଲୀପ ତିର୍କୀ ଓ ଲାଜରୁସ ବାର୍ଲା। ସେତେବେଳେ ଦକ୍ଷିଣ କୋରିଆ ବିପକ୍ଷ ଫାଇନାଲ ୧-୧ ଗୋଲରେ ବରାବର ରହିବାରୁ ଶୁଟ୍‌ ଆଉଟରେ ଭାରତ ୪-୨ ଗୋଲରେ ବିଜୟୀ ହୋଇଥିଲା। ଏହାପରେ ୨୦୧୪ରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଏହି ସଫଳତାର ସାଥି ରହିଥିଲେ। ଏହି ସଂସ୍କରଣରେ ମଧ୍ୟ ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ବରାବର ରହିବାରୁ ଶୁଟ୍‌ଆଉଟରେ ଭାରତ ୪-୨ ଗୋଲରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା। ହକିକୁ ବାଦ୍‌ ଦେଲେ ୧୯୫୧ ଏସିଆନ ଗେମ୍ସରେ ଭାରତୀୟ ଫୁଟବଲ ଦଳର ସଦସ୍ୟଭାବେ ସେକ୍‌ ଅବଦୁଲ ମଜିଦ ବଚନ ସ୍ବର୍ଣ୍ଣ ପଦକ ପାଇଥିଲେ। ଏସିଆଡ୍‌ରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ସର୍ବପ୍ରଥମ ଓଡ଼ିଆ ଖେଳାଳି। ହାଙ୍ଗଝୋ ଏସିଆନ ଗେମ୍ସର ହକି ଫାଇନାଲ ଏକପାଖିଆ ହୋଇ ଯାଇଥିବାବେଳେ ଭାରତର ୫-୧ ବିଜୟରେ ଅମିତ ରୋହିଦାସ ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଏସିଆନ ଗେମ୍ସରେ ଏହାକୁ ମିଶାଇ ଓଡ଼ିଶାର ୨୩ ପ୍ରତିଯୋଗୀ ମୋଟ ୩୧ ପଦକ ହାସଲ କରିଛନ୍ତି। ଏହା ମଧ୍ୟରୁ ମହିଳା ଓ ପୁରୁଷ ହକିରୁ ସର୍ବାଧିକ ୨୨ଟି ପଦକ ଆସିଛି।

ଅଲିମ୍ପିକ୍ସ ହକିରେ ଭାରତ ଜିତିଛି ୮ ସ୍ବର୍ଣ୍ଣ
ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ରେକର୍ଡ ଖୁବ୍‌ ଭଲ। ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ସର୍ବାଧିକ ୮ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ଭାରତୀୟ ଦଳ ସ୍ବର୍ଣ୍ଣ ଜିତିବାର ଇତିହାସ ରହିଛି। ସେହିପରି ୧୯୬୦ରେ ରୌପ୍ୟ, ୧୯୬୮, ୧୯୭୨ ଓ ୨୦୨୦ରେ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଅଲିମ୍ପିକ୍ସର ଗତ ସଂସ୍କରଣରେ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତି ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା। ଏହି ଦଳର ସଦସ୍ୟଥିଲେ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା। ଭାରତ ଆଗାମୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପାଇ ସାରିଥିବାରୁ ଅମିତଙ୍କ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ଆଶା ଉଜ୍ଜୀବିତ ହୋଇଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ଅଲିମ୍ପିକ୍ସ ଇତିହାସରେ ଭାରତୀୟ ପୁରୁଷ ହକି ଦଳ କେବଳ ୨୦୦୮ ବେଜିଂ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri