Posted inଜାତୀୟ

ବିବାଦ ମଧ୍ୟରେ ୪ ଦିନରେ ବିକ୍ରି ହୋଇଛି ୧୪ ଲକ୍ଷ ତିରୁପତି ଲଡ଼ୁ

ହାଇଦ୍ରାବାଦ, ୨୪।୯: ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାନେଇ ରିପୋର୍ଟ ଆସିବା ପରେ ଏହାକୁ ନେଇ ଦେଶବ୍ୟାପୀ ବିବାଦ ଜାରି ରହିଛି। ତେବେ ଏହା ସତ୍ତ୍ୱେ ମଧ୍ୟ ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରସାଦ ଉପରେ ଲୋକଙ୍କର ଆସ୍ଥା ପୁର୍ବ ପରି ଅତୁଟ ରହିଛି। ଗତ ୪ ଦିନ ମଧ୍ୟରେ ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରସାଦ ଭାବେ ୧୪ ଲକ୍ଷ ଲଡ଼ୁ ବିକ୍ରି ହୋଇଥିବା ନେଇ ମଙ୍ଗଳବାର ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିବାଦ ଦେଖାଦେବା ପରେ ମଧ୍ୟ ମନ୍ଦିରରେ ଦୈନିକ ୩ ଲକ୍ଷରୁ ଅଧିକ ଲଡ଼ୁ ବିକ୍ରି ହେଉଛି।

ମନ୍ଦିରର ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାନେଇ ରିପୋର୍ଟ ଗତ ୧୯ରେ ସାମ୍‌ନାକୁ ଆସିଥିଲା। ତେବେ ଗତ ୧୯ରେ ତିରୁପତି ମନ୍ଦିରର ୩.୫୯ ଲକ୍ଷ ଲଡ଼ୁ, ୨୦ରେ ୩.୧୭ ଲକ୍ଷ, ୨୧ରେ ୩.୬୭ ଲକ୍ଷ ଏବଂ ୨୨ରେ ୩.୬ ଲକ୍ଷ ଲଡ଼ୁ ବିକ୍ରି ହୋଇଛି ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି। ପ୍ରତ୍ୟେକ ଦିନ ମନ୍ଦିରରେ ୩ ଲକ୍ଷରୁ ଅଧିକ ଲଡ଼ୁ ପ୍ରସ୍ତୁତ ହେଉଥିବା ସହ ବହୁ ସଂଖ୍ୟାରେ ଉକ୍ତ ଭଗବାନ ଭେଙ୍କଟେଶ୍ୱର ଦର୍ଶନ କରି ସାରି ପ୍ରସାଦରେ ମିଳୁଥିବା ଲଡ଼ୁକୁ ବନ୍ଧୁ ଓ ପରିଜନଙ୍କୁ ଦେବା ପାଇଁ କିଣୁଥିବା ନେଇ ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି। ଲଡ଼ୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ପ୍ରତ୍ୟେକ ଦିନ ୧୫ ହଜାର କେ.ଜି. ଘିଅ ବ୍ୟବହାର କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri