ଆମେରିକାନ୍‌ ଟୁରିଷ୍ଟର ନୂଆ କ୍ୟାମ୍ପେନ୍‌ ‘ବର୍ଣ୍ଣ ଟୁ କ୍ରସ୍‌ ବାଉଣ୍ଡାରିଜ’

ଭୁବନେଶ୍ୱର ,୫।୬: ଅନ୍ତଃରାଷ୍ଟ୍ରୀୟ ଲଗେଜ୍‌ ବ୍ରାଣ୍ଡ୍‌ ଆମେରିକାନ୍‌ ଟୁରିଷ୍ଟର ନୂଆ କ୍ୟାମ୍ପେନ୍‌ ‘ବର୍ଣ୍ଣ ଟୁ କ୍ରସ୍‌ ବାଉଣ୍ଡାରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କ୍ୟାମ୍ପେନ୍‌ ଲୋକଙ୍କୁ ନିଜର ଅଣଆବିଷ୍କୃତ ପାର୍ଶ୍ୱକୁ ଆବିଷ୍କାର କରିବା ପାଇଁ ଆହ୍ବାନ ଦେଉଛି। ବିଶେଷକରି ଆମେରିକାନ ଟୁରିଷ୍ଟର୍‌ ଲଗେଜକୁ ବାସ୍ତବ ଭ୍ରମଣକାରୀଙ୍କ ଉତ୍ସାହକୁ ପାଳନ କରିବା ପାଇଁ ନିର୍ମାଣ କରାଯାଇଛି। ଏପରିକି ନିକଟରେ ଶୁଭାରମ୍ଭ ହୋଇଥିବା ବ୍ରାଣ୍ଡ୍‌ର ଟିଭିସିରେ ଦୁଃସାହସିକ କାର୍ଯ୍ୟକୁ ଏକତ୍ରିତ କରୁଥିବା ବିଶାଳ ପର୍ବତ, ମହାସାଗର ଓ ନୂଆ ସଂସ୍କୃତିଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ଉକ୍ତ ଟିଭିସିରେ କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ବିରାଟ କୋହଲି ଅଭିନୟ କରିଥିବା ବରଫାବୃତ ଜଳରେ ପ୍ରବେଶ କରିବାଠାରୁ ଆରମ୍ଭ କରି ପୋଲଗୁଡିକରୁ ବଞ୍ଜି ଜମ୍ପିଙ୍ଗ କରିବା ଓ ଦକ୍ଷତାର ସହ ଆଲ୍‌ପାଇନ୍‌ ହର୍ଣ୍ଣ ବଜାଇବା ଏବଂ ଏକ ସାଂସ୍କୃତିକ ସ୍କଟିଶ ପୋଷାକ ପରିଧାନ କରିବା ଭଳି କାର୍ଯ୍ୟ କରୁଥିବାର ଦେଖାଯାଇଛି। ସେହିଭଳି ବିଗତ ୯୦ ବର୍ଷ ହେବ ଦୃଢ଼ତାର ସହ ବ୍ରାଣ୍ଡ୍‌ ତା’ର ବଜାର ନେତୃତ୍ୱ ବଜାୟ ରଖିଛି। ଏପରିକି ଆମେରିକାନ ଟୁରିଷ୍ଟର ବ୍ୟାଗ୍‌ଗୁଡିକର ଡିଜାଇନ୍‌ ଜୀବନ୍ତ, ଆନନ୍ଦଦାୟକ ଓ ଟ୍ରେଣ୍ଡି ବ୍ୟାକ୍‌ପ୍ୟାକ୍‌ ଓ ଲଗେଜ୍‌ଗୁଡିକୁ ପ୍ରତିଫଳନ କରୁଥିବା ବେଳେ ଏହି ବ୍ରାଣ୍ଡ୍‌ ସ୍ଥିର, ଦକ୍ଷ ଓ ଟ୍ରେଣ୍ଡି ଉପତ୍ାଦଗୁଡିକୁ ସୂଚିତ କରୁଛି। ଏହା ଭ୍ରମଣକୁ ଅଧିକ ମଜାଦାର ଓ ରୋମାଞ୍ଚକର କରିବା ଉପରେ ଗୁରୁତ୍ୱ ଦେଇଥାଏ।
ଏ ସମ୍ପର୍କରେ ସାମ୍‌ସୋନାଇଟ୍‌ ଇଣ୍ଡିଆର ସିଇଓ ଜୟ କ୍ରିଷ୍ଣନ୍‌ କହିଛନ୍ତି, ଆମେରିକାନ ଟୁରିଷ୍ଟର ହେଉଛି ବାସ୍ତବରେ ଏକ ଅନ୍ତର୍ଜାତୀୟ ଓ ପ୍ରେରଣାଦାୟୀ ବ୍ରାଣ୍ଡ୍‌। ଏହା କେବଳ ଲଗେଜର ଆବଶ୍ୟକତାକୁ ପୂରଣ କରୁନାହିଁ ବରଂ ଭ୍ରମଣକୁ ସୁଗମ କରିଥାଏ। ଏହି କ୍ୟାମ୍ପେନ୍‌ ବାସ୍ତବରେ ଆମେରିକାନ୍‌ ଟୁରିଷ୍ଟର ଦୃଷ୍ଟିକୋଣକୁ ଜୀବନ୍ତ କରିଛି। ସେହିଭଳି କମ୍ପାନୀର ମାର୍କେଟିଙ୍ଗ ବିଭାଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁଶ୍ରୀ ତୈନୱାଲା କହିଛନ୍ତି, ଆମେରିକାନ୍‌ ଟୁରିଷ୍ଟର ଲୋକଙ୍କୁ ନିଜର ସୀମାକୁ ଅତିକ୍ରମ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ଏପରିକି ବିରାଟ କୋହଲିଙ୍କ ସହିତ ଏହି ଫିଲ୍ମ ଏକ ଅନୁସନ୍ଧାନକାରୀ ଓ ମଜାଦାର ମନୋଭାବକୁ ପ୍ରଦର୍ଶିତ କରୁଛି।
ଉଲ୍ଲେଖଯୋଗ୍ୟ କ୍ରିକେଟର ବିରାଟ କୋହଲିଙ୍କ ସହ ଆମେରିକାନ ଟୁରିଷ୍ଟର ସହଭାଗିତା ଗତ ୭ ବର୍ଷ ହେବ ମଜଭୁତ ରହିଛି ଏବଂ ଉଭୟ ବାଧାହୀନ ଭାବେ ଚମତ୍କାର କ୍ୟାମ୍ପେନ୍‌ଗୁଡ଼ିକର ପରିଚାଳନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri