Posted inଜାତୀୟ

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ ରୋକ ଲଗାଇଛନ୍ତି। ଏହାପରେ ଭାରତର କୋଣ ଅନୁକୋଣରେ ପ୍ୟାକେଟ ମସଲା ବ୍ୟବହାରକୁ ନେଇ ଲୋକଙ୍କ ମନରେ ଭୟ ପଶିଛି। ସରକାରଙ୍କ ପକ୍ଷରୁ ମସଲା ନମୁନାର ଉପଯୁକ୍ତ ଯାଞ୍ଚ ହେଉ ନ ଥିବାରୁ ସେଥିରେ ମିଶୁଥିବା ବିଷାକ୍ତ ପଦାର୍ଥ ସମ୍ପର୍କରେ ଲୋକେ ଜାଣିପାରୁ ନାହାନ୍ତି। କମ୍ପାନୀଗୁଡ଼ିକ ଏହାର ଫାଇଦା ନେଇ ଚାଲିଥିବା ସମ୍ପର୍କିତ ରିପୋର୍ଟ ଧରିତ୍ରୀରେ ଚଳିତ ମାସ ୨୫ରେ ପ୍ରକାଶ ପାଇଛି। ଇତିମଧ୍ୟରେ ଭାରତୀୟ ମସଲାର ଚାହିଦା ରହିଥିବା ଅନେକ ଦେଶକୁ ଆତଙ୍କ ବ୍ୟାପିଲାଣି। ଆମେରିକା ନିଜ ନାଗରିକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଭାରତୀୟ ମସଲାଗୁଡ଼ିକ ଉପରେ ସନ୍ଦେହ କରି ତନାଘନା ଆରମ୍ଭ କରିଛି।

ହାଇଦ୍ରାବାଦ/ଓ୍ବାଶିଂଟନ୍‌,୨୮ା୪ଭାରତୀୟ କମ୍ପାନୀ ଏମ୍‌ଡିଏଚ୍‌ର ୩ଟି ଏବଂ ଏଭରେଷ୍ଟର ଗୋଟିଏ ମସଲାରେ ଇଥିଲିନ୍‌ ଅକ୍ସାଇଡ୍‌ ମାତ୍ରା ଅନୁମୋଦନ ସୀମାଠାରୁ ଅଧିକ ରହିଥିବା ହଂକଂ ଏବଂ ସିଙ୍ଗାପୁରର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ସତର୍କ କରାଇବା ପରେ ଭାରତୀୟ ମସଲା ଉପରେ ଆମେରିକାର ସନ୍ଦେହ ଘନୀଭୂତ ହୋଇଛି। ଉକ୍ତ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କୀଟନାଶକ ଅଧିକ ପରିମାଣରେ ରହିଥିବା ଦର୍ଶାଇ ହଂକଂ ଏବଂ ସିଙ୍ଗାପୁର ଏହାର ବିକ୍ରି ବନ୍ଦ କରିଦେଇଥିବାରୁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଭାରତୀୟ ମସଲାଗୁଡ଼ିକ ଉପରେ ଅତିରିକ୍ତ ତଥ୍ୟ ସଂଗ୍ରହ କରୁଛି।

ଅନ୍ତର୍ଜାତୀୟ କ୍ୟାନ୍‌ସର ଗବେଷଣା ସଂସ୍ଥା ଇଥାଇଲିନ୍‌ ଅକ୍ସାଇଡ୍‌କୁ ଗ୍ରୁପ୍‌-୧ କ୍ୟାନ୍‌ସର ସୃଷ୍ଟିକାରୀ ଉପାଦାନ ଭାବେ ସ୍ଥାନିତ କରିଛି। ଏମ୍‌ଡିଏଚ୍‌ର ମାଡ୍ରାସ କରି ପାଉଡର, ସମ୍ବର ମସଲା ଏବଂ କରି ପାଉଡର ସମେତ ଏଭରେଷ୍ଟର ଫିଶ୍‌ କରି ମସଲାରେ ଇଥାଇଲିନ୍‌ ଅକ୍ସାଇଡ୍‌ ରହିଥିବା ଗତ ୫ ତାରିଖରେ ହଂକଂର ଖାଦ୍ୟ ସୁରକ୍ଷା କେନ୍ଦ୍ର (ସିଏଫ୍‌ଏସ୍‌) ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରିଥିଲା। ଏଥିସହିତ ଉପରୋକ୍ତ ମସଲାଗୁଡ଼ିକର ବିକ୍ରି ତୁରନ୍ତ ବନ୍ଦ କରିବା ସହ ଏହାକୁ ଦୋକାନରୁ ହଟାଇବା ପାଇଁ ସିଏଫ୍‌ଏସ୍‌ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଅନୁରୂପ କାରଣ ପାଇଁ ସିଙ୍ଗାପୁର ଫୁଡ୍‌ ଏଜେନ୍ସିଜ୍‌ (ଏସ୍‌ଏଫ୍‌ଏ) ମଧ୍ୟ ଏଭରେଷ୍ଟ ଫିଶ୍‌ କରି ମସଲାକୁ ପ୍ରତ୍ୟାହାର କରିନେବା ପାଇଁ ଆମଦାନିକାରୀ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲା। ଇଥାଇଲିନ୍‌ ଅକ୍ସାଇଡ୍‌ ମାନବ ଖାଦ୍ୟ ପାଇଁ ଅନୁପଯୁକ୍ତ ଏବଂ ଏହାକୁ ଦୀର୍ଘଦିନ ଖାଇଲେ କ୍ୟାନ୍‌ସର ସୃଷ୍ଟି ହେବା ଆଶଙ୍କା ରିହିଛି ବୋଲି ଏସ୍‌ଏଫ୍‌ଏ କହିଥିଲା। ଅନ୍ୟପକ୍ଷରେ ଏଭରେଷ୍ଟ ଏହାର ମସଲାକୁ ଖାଇବା ପାଇଁ ନିରାପଦ ବୋଲି ୪ ଦିନ ପୂର୍ବରୁ ଦାବି କରିଥିଲା। ଭାରତର ସ୍ପାଇସ୍‌ ବୋର୍ଡ ଲାବରେଟୋରିଗୁଡ଼ିକର ଆବଶ୍ୟକ ମଞ୍ଜୁରୀ ଏବଂ ଅନୁମୋଦନ ପରେ ମସଲାକୁ ରପ୍ତାନି ପାଇଁ ପଠାଯାଇଥାଏ ବୋଲି ଏଭରେଷ୍ଟ କହିଥିଲା। ତେବେ ଏମ୍‌ଡିଏଚ୍‌ ଏହାର ଉତ୍ପାଦ ଉପରେ କୌଣସି ପ୍ରଶ୍ନର ଜବାବ ଦେଇନାହିଁ।

ଭାରତରେ ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ମସଲା ବେଶ୍‌ ଲୋକପ୍ରିୟ ହୋଇଥିବାବେଳେ ଏହା ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାରେ ମଧ୍ୟ ବିକ୍ରି ହେଉଛି। ୨୦୨୨-୨୩ ବର୍ଷରେ ଉକ୍ତ ଦେଶଗୁଡ଼ିକୁ ମୋଟ ୪ ବିଲିୟନ ଡଲାର ମୂଲ୍ୟର ଏଭରେଷ୍ଟ ଏବଂ ଏମ୍‌ଡିଏଚ୍‌ ମସଲା ରପ୍ତାନି ହୋଇଥିବା ସ୍ପାଇସ୍‌ ବୋର୍ଡ ତଥ୍ୟରୁ ଜଣାପଡ଼ିଛି। ହଂକଂ ଏବଂ ସିଙ୍ଗାପୁରର ଅଭିଯୋଗ ପରେ ଭାରତର ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ଉକ୍ତ ଦୁଇ କମ୍ପାନୀର ବିଭିନ୍ନ ମସଲାର ମାନ ଯାଞ୍ଚ କରୁଛି। ମସଲା ରପ୍ତାନି ପାଇଁ ଥିବା ଭାରତର ସ୍ପାଇସ୍‌ ବୋର୍ଡ ଗତ ବୁଧବାର ହଂକଂ ଏବଂ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କଠାରୁ ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ମସଲା ରପ୍ତାନିର ତଥ୍ୟ ମାଗିଛି। ମସଲା ମାନ ଖରାପ ହେବାର ମୂଳ କାରଣ ଜାଣିବା ପାଇଁ ସ୍ପାଇସ୍‌ ବୋର୍ଡ ମସଲା କମ୍ପାନୀ ସହ କାମ କରୁଛି। ସୂଚନାଯୋଗ୍ୟ, ୨୦୧୯ରେ ଏମ୍‌ଡିଏଚ୍‌ ମସଲାରେ ସଲ୍‌ମୋନେଲ୍ଲା ନାମକ ବ୍ୟାକ୍ଟେରିଆ ମିଶିଥିବା ଜଣାପଡ଼ିବା ପରେ ଆମେରିକାରୁ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ୨୦୨୦ ସେପ୍ଟେମ୍ବରରୁ ୨୦୨୪ ଏପ୍ରିଲ ମଧ୍ୟରେ ୫୨୭ ପ୍ରକାର ଭାରତୀୟ ଖାଦ୍ୟରେ କ୍ୟାନ୍‌ସର ସୃଷ୍ଟିକାରୀ ଇଥିଲିନ୍‌ ଅକ୍ସାଇଡ ମିଳିଥିବା ୟୁରୋପୀୟ ସଂଘ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଯାଞ୍ଚବେଳେ ଜାଣିବାକୁ ପାଇଛନ୍ତି। ତେବେ ଭାରତରେ ପ୍ରସ୍ତୁତ ହେଉଥିବା ମସଲା ଓ ଅନ୍ୟ ଖାଦ୍ୟ ସାମଗ୍ରୀଗୁଡ଼ିକର ମାନକୁ ନେଇ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ନେଉ ନ ଥିବାରୁ ଦେଶବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ଆଶଙ୍କା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri