କାମରେ ଆସିଲା ସ୍ମାର୍ଟ ୱାଚ୍ ଏବଂ ମୋବାଇଲ, ହମାସ ଆକ୍ରମଣରେ ମୃତ ଝିଅକୁ କିପରି ଖୋଜିଲେ ବ୍ୟକ୍ତି ଜାଣନ୍ତୁ

ନୂଆଦିଲ୍ଲୀ,୧୭।୧୦: ଇସ୍ରାଏଲରେ ଆତର୍କିତ ଆକ୍ରମଣ କରି ହମାସ ଆତଙ୍କବାଦୀମାନେ ଅନେକ ନିରୀହ ନାଗରିକ ମାନଙ୍କୁ ହତ୍ୟା କରିଛନ୍ତି। ଏଥିରେ ଅନେକ ଇସ୍ରାଏଲଇ ଏବଂ ବିଦେଶୀ ନାଗରିକ ରହିଛନ୍ତି। ଏହି ଯୁଦ୍ଧ ମଧ୍ୟରେ ଆମେରିକାର ଜଣେ ବ୍ୟକ୍ତି ନିଜର ମୃତ ଝିଅକୁ ଖୋଜିବା ପାଇଁ ଆପଲ ସ୍ମାର୍ଟ ୱାଚ୍ ବ୍ୟବହାର କରି ସଫଳ ହୋଇଛନ୍ତି।

ସିଏନଏନ ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଏକ ସଂଗୀତ କାର୍ଯ୍ୟକ୍ରମରେ ହମାସ ସମୂହ ଆତଙ୍କୀମାନେ ହତ୍ୟା କରିଥିବା ଜଣେ ଇସ୍ରାଏଲଇ-ଆମେରିକୀୟ ମହିଳାଙ୍କର ପିତା ଝିଅର ଶବ ଖୋଜିବା ପାଇଁ ଆପଲ ସ୍ମାର୍ଟ ୱାଚ୍ ଏବଂ ମୋବାଇଲରେ ଥିବା ଟ୍ରାକିଂ ଫିଚର ବ୍ୟବହାର କରିଥିଲେ।

ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ପ୍ରଥମେ ଭାବିଥିଲେ କି ଡକାୟତମାନେ ତାଙ୍କର ୨୪ ବର୍ଷୀୟ ଝିଅକୁ ଅପହରଣ କରି ନେଇଛନ୍ତି। ତେବେ ୧୧ ଅକ୍ଟୋବରକୁ ତାଙ୍କୁ ଏହା ଜଣା ପଡିଥିଲା କି ଝିଅ ଡାନିଏଲ ଏବଂ ତାଙ୍କର ପ୍ରେମିକ ନାମ ସାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରି ଦେଇଛନ୍ତି।

ଏକ ସାକ୍ଷାତକାରରେ ବ୍ୟକ୍ତି ଜଣ କହିଥିଲେ ଯେ, ଇସ୍ରାଏଲରେ ପହଂଚିବା ପରେ ସେମାନେ ତାଙ୍କର ଝିଅ ବ୍ୟବହାର କରିଥିବା କାରକୁ ଖୋଜିଥିଲେ, ଯେଉଁଥିରେ ସେ ତାଙ୍କର ପ୍ରେମିକ ସହିତ ଲୁଚିରହିଥିଲେ। ପ୍ରଥମେ କାର ମିଳିବା ପରେ ସେଠାରୁ କିଛି ଜିନିଷ ମଧ୍ୟ ସେମାନଙ୍କର ମିଳିଥିଲା। ତେବେ ଡାନିଏଲଙ୍କ ଫୋନରେ କ୍ରାସ୍ କଲ ସୁବିଧା ଥିଲା, ଯେଉଁଥିରୁ ତାଙ୍କର ପରିବାର ଲୋକଙ୍କୁ ଫୋନ ଯାଇଥିଲା।

ଏହାପରେ ବୋଲଡମ୍ୟାନ ନାମକ ବ୍ୟକ୍ତି ଜଣକ କହିଥିଲେ କି ”ଶେଷ ଥର କଥା ହେବା ସମୟରେ ଝିଅ ଡାନିଏଲ କହିଥିଲା କି ‘ଖୁବଶୀଘ୍ର ଦୁହେଁ ବିବାହ କରିବାକୁ ଯୋଜନା କରୁଛନ୍ତି, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଏକ ସାଙ୍ଗରେ ସମାଧି ଦିଆଯିବ।”


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri