ପାକିସ୍ତାନ ଉପରେ ଆମେରିକାର କଡ଼ା ନଜର…

ଓ୍ବାଶିଂଟନ,୩୦।୪ : କିଛି ଦିନ ପୂର୍ବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ଗୋପନୀୟ ଡକ୍ୟୁମେଣ୍ଟ ଇଣ୍ଟରନେଟରେ ଶେୟାର କରାଯାଇଥିଲା। ସୁପର ପାୱାରଙ୍କ ଘରର ଗୁପ୍ତ ତଥ୍ୟ ବାହାରେ ପଡ଼ିବାରୁ ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ଏହି ଲିକ ହୋଇଥିବା ଦଲିଲଗୁଡ଼ିକରେ ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ସମ୍ବନ୍ଧୀୟ ସୂଚନା ମଧ୍ୟ ରହିଛି। ସୂଚନାନୁସାରେ, ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବ୍ବାନି ଖାର କହିଛନ୍ତି, ତାଙ୍କ ଦେଶ ଚାଇନା ଏବଂ ଆମେରିକା ମଧ୍ୟରେ ମଧ୍ୟମ ସ୍ଥାନ ହୋଇ ରହିପାରିବ ନାହିଁ। ଯଦି ପାକିସ୍ତାନ ଆମେରିକାକୁ ଆଡକୁ ନିଜର ସମର୍ଥନ ପ୍ରଦାନ କରେ ତେବେ ଚାଇନାଠାରୁ ପାଇଥିବା ବିପୁଳ ସୁବିଧାକୁ ତ୍ୟାଗ କରିବାକୁ ପଡ଼ିବ। ଆମେରିକା ଆଫଗାନିସ୍ତାନ ଛାଡିବା ପରେ ଏହି ବିବୃତ୍ତି ଆସିଥିଲା।
ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁଯାୟୀ, ହିନା ଏକ ଆଭ୍ୟନ୍ତରୀଣ ମେମୋରେ ଏହି କଥା କହିଛନ୍ତି। ଏହି ମେମୋର ଶୀର୍ଷକ ଥିଲା ’ପାକିସ୍ତାନର କଷ୍ଟସାଧ୍ୟ ପସନ୍ଦ’। ଏହି ସ୍ମାରକପତ୍ରରେ ସେ ଲେଖିଛନ୍ତି, ପାକିସ୍ତାନ ପାଶ୍ଚାତ୍ୟକୁ ସନ୍ତୁଷ୍ଟ କରିବାର ଭାବନା ଦେବା ଠାରୁ ଦୂରେଇ ରହିବା ଉଚିତ। ଏହା ବ୍ୟତୀତ ସେ ଲେଖିଛନ୍ତି ଯଦି ପାକିସ୍ତାନ ଆମେରିକା ସହ ସହଭାଗିତା ବଜାୟ ରଖେ ତେବେ ଚାଇନା ସହ ଏହାର ପ୍ରକୃତ ରଣନୀତିକ ଭାଗିଦାରୀକୁ ବଳିଦାନ ଦେବାକୁ ପଡିବ। ତେବେ, ହିନାଙ୍କ ଏହି ମେମୋ କିପରି ଆମେରିକାର ହାତକୁ ଆସିଲା ତାହା ଜଣା ପଡିନାହିଁ।
୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ହେଉଛି ଏକମାତ୍ର ଦେଶ ଯିଏକି ଆମେରିକାରୁ କୋଟି କୋଟି ଟଙ୍କା ସହାୟତା ପାଇଛି। କିନ୍ତୁ ଏହା ନୁହେଁ ଯେ ଆମେରିକା କେବଳ ପାକିସ୍ତାନର ମନ୍ତ୍ରୀମାନଙ୍କର ଖବର ରଖେ। ଫେବୃଆରୀ ୧୭ ତାରିଖର ଅନ୍ୟ ଏକ ଦଲିଲରେ ୟୁକ୍ରେନ ବିବାଦ ଉପରେ ଜାତିସଂଘ ଭୋଟ ସମ୍ପର୍କରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଆଲୋଚନା ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ସେ କହିଛନ୍ତି, ଯଦି ସେ ରୁଷିଆକୁ ନିନ୍ଦା କରୁଥିବା ସଂକଳ୍ପକୁ ସମର୍ଥନ କରନ୍ତି ନାହିଁ, ତେବେ ପାଶ୍ଚାତ୍ୟ ଦେଶରୁ ପାକିସ୍ତାନ ଉପରେ ଚାପ ବୃଦ୍ଧି ପାଇବ।
ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନର ପ୍ରତିଟି କାର୍ଯ୍ୟ ଉପରେ ଆମେରିକା କଡ଼ା ନଜର ରଖୁଛି। ଏହା ସହିତ ପାକିସ୍ତାନର ସମସ୍ତ ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତାକୁ ଗୁରୁତର ସହ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri