ଭାରତକୁ ନୂଆ ଧମକ ଦେଲା ଆମେରିକା: ରୁଷିଆଠାରୁ ତେଲ କିଣିବା ବନ୍ଦ ନ କଲେ…

ଓ୍ବାଶିଂଟନ୍‌,୨୮।୮:ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍‌ ଲାଗୁ ହେବା ପରେ, ଉଭୟ ଦେଶର ଉଚ୍ଚ ଅଧିକାରୀଙ୍କ ମନ୍ତବ୍ୟ ତୀବ୍ର ହୋଇଛି। ଏହି ସମ୍ପର୍କରେ, ଆମେରିକାର ଜାତୀୟ ଅର୍ଥନୈତିକ ପରିଷଦ ନିର୍ଦ୍ଦେଶକ କେଭିନ ହାସେଟ କହିଛନ୍ତି, ଯଦି ଭାରତ ରୁଷିଆ ଅଶୋଧିତ ତୈଳର ବାଣିଜ୍ୟ ବନ୍ଦ ନ କରେ, ତେବେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଦଣ୍ଡାତ୍ମକ ଟାରିଫ୍‌ରେ ନରମତା ଦେଖାଇବେ ନାହିଁ। ସେ ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ‘ଜଟିଳ’ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଭାରତ ଆମେରିକୀୟ ଉତ୍ପାଦ ପାଇଁ ବଜାର ଖୋଲିବାରେ ଏକ ଜିଦ୍‌ଖୋର ମନୋଭାବ ଗ୍ରହଣ କରୁଛି।

ଆମେରିକା ଭାରତୀୟ ଉତ୍ପାଦ ଉପରେ ଟାରିଫ୍‌କୁ ୫୦%କୁ ଦ୍ୱିଗୁଣିତ କରିଛି, ଯାହା ବ୍ରାଜିଲ ପରେ ଯେକୌଣସି ଦେଶ ଉପରେ ସର୍ବାଧିକ। ଏଥିରେ ଭାରତର ରୁଷିଆ ତୈଳ କ୍ରୟ ଉପରେ ଅତିରିକ୍ତ ୨୫% ଟାରିଫ୍‌ ଅନ୍ତର୍ଭୁକ୍ତ।

ହାସେଟ ଭାରତ-ଆମେରିକା ବାଣିଜ୍ୟ ଆଲୋଚନାକୁ ଏକ ମାରାଥନ ସହିତ ତୁଳନା କରି କହିଛନ୍ତି,ଥିଲେ ଯେ ଏଥିରେ ଉତ୍‌ଥାନ-ପତନ ଆସିବ ଏବଂ ଏକ ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଏକ ଦୀର୍ଘକାଳୀନ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ। ଅନ୍ୟପକ୍ଷରେ, ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ମଧ୍ୟ କହିଛନ୍ତି, ଭାରତ ଉପରେ ହାଇ ଟାରିଫ୍‌ କେବଳ ରୁଷିଆ ତୈଳ ଯୋଗୁ ନୁହେଁ, ବରଂ ଦୀର୍ଘ ସମୟ ଧରି ଚାଲିଥିବା ବାଣିଜ୍ୟ ଆଲୋଚନା ଯୋଗୁ ମଧ୍ୟ ହେଉଛି। ଆଶା କରୁଛି, ମେ-ଜୁନ ସୁଦ୍ଧା ଏକ ଚୁକ୍ତିନାମା ହୋଇଯିବ, କିନ୍ତୁ ଭାରତ ସହଯୋଗ କରୁନାହିଁ। ବିଶ୍ୱର ସର୍ବବୃହତ ଗଣତନ୍ତ୍ର (ଭାରତ) ଏବଂ ସର୍ବବୃହତ ଅର୍ଥନୀତି (ଆମେରିକା) ଶେଷରେ ଏକାଠି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମ, ଚମକି ପଡିଲେ ମମତା!

କୋଲକାତା,୬।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଭାଜପାର ବିପୁଳ ବିଜୟ ପରଠାରୁ, ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବଙ୍ଗଳାର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ? ଭାଜପା ରାଜ୍ୟରେ କ୍ଷମତାର…

ଠାବ ହେଲା ଦେଶୀ ବନ୍ଧୁକ କାରଖାନା: ଜଣଙ୍କୁ ବାନ୍ଧିଲା ପୋଲିସ

ତୁମୁଡିବନ୍ଧ,୬।୫(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଆନ୍ତର୍ଗତ ଲାବନ୍ୟନଗର ଗ୍ରାମରେ ଏକ ଚୋରା ଦେଶୀ ବନ୍ଧୁକ କାରଖାନା ଠାବ କରିବାରେ ସଫଳ ହେବା ସହ…

ସମୁଦ୍ରକୁ ଯିବା ପୂର୍ବରୁ ଗଙ୍ଗାମାତାଙ୍କୁ ସ୍ମରଣ କରନ୍ତି ମତ୍ସ୍ୟଜୀବୀ, ମା’ଙ୍କ ବେକରେ ପିନ୍ଧାନ୍ତି…

ମହାକାଳପଡ଼ା,୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦଶ ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ସମୁଦ୍ର ଉପରେ ନିର୍ଭରକରି ପରିବାର ପ୍ରତିପୋଷଣ କରନ୍ତି। ସାମୁଦ୍ରିକ…

ପୁଣି ୬ଟା ରାଜ୍ୟରେ ନିର୍ବାଚନ, ପଶ୍ଚିମବଙ୍ଗ ପରେ ନୂଆ ଗେମ୍‌ ଖେଳିବ ଭାଜପା!

ନୂଆଦିଲ୍ଲୀ,୬।୫: ସାମ୍ପ୍ରତିକ ସମୟରେ, ଭାରତୀୟ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ବିଶେଷକରି, ଭାରତୀୟ ଜନତା ପାର୍ଟି ପୂର୍ୱ ଭାରତରେ ନିଜର ପାଦ ମଜବୁତ କରିବା ପାଇଁ…

ଧରପଗଡ଼ ଜୋରଦାର୍‌: ସଟ୍ଟା କାରବାର, କିଙ୍ଗ୍‌ପିନ୍‌ ସମେତ ୪ ଗିରଫ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପୋଲିସ ସଟ୍ଟା ଧରପଗଡ଼କୁ ଜୋରଦାର୍‌ କରିଛି। ସୋମବାର ସ୍ଥାନୀୟ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତୋରା ସୂତାମିଲ୍‌ ପାଖରେ ଚାଲିଥିବା ଏକ ସଟ୍ଟା ଆଡ୍ଡା…

ମମତାଙ୍କ ପରାଜୟ ନୁହେଁ ଶୁଭେନ୍ଦୁଙ୍କ ବିଜୟ ଖୁସିରେ ଗଦ୍‌ଗଦ୍‌ ବାଂଲାଦେଶ, ଖେଳିଲା ନୂଆ ଚାଲ୍‌!

କୋଲକାତା,୬।୫: ବାଂଲାଦେଶର BNP ଦଳର ନେତା ଏବଂ ସୂଚନା ସଚିବ ଅଜିଜୁଲ ବାରୀ ହେଲାଲ ବଙ୍ଗଳାର ନିର୍ୱାଚନ ଫଳାଫଳରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି,…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ବଙ୍ଗଳା ନିର୍ବାଚନର ସବୁଠାରୁ ଭାଗ୍ୟବାନ ପ୍ରାର୍ଥୀ: SIRରେ କଟିଯାଇଥିଲା ନାଁ, ଏବେ ହେଲେ ବିଧାୟକ

କୋଲକାତା,୬।୫: ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନେକ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ, ଭାଜପା ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତ। ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri