ପଶିଲା ଆମେରିକା

ଇସ୍ରାଏଲ-ଇରାନ୍‌ ଯୁଦ୍ଧର ୧୦ ଦିନ ମଧ୍ୟରେ ଆମେରିକା ସେମାନଙ୍କ ମଝିରେ ପ୍ରବେଶ କରିବା ନୂଆ ଅନ୍ତର୍ଜାତୀୟ ବିବାଦ ସୃଷ୍ଟି କଲାଣି। ଯେତେବେଳେ ଇରାନ୍‌ ଉପରକୁ ଇସ୍ରାଏଲ ଆକ୍ରମଣ କରିଥିଲା ସେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଥିଲେ ଯେ, ଇରାନ୍‌ ଓ ଇସ୍ରାଏଲ ଯୁଦ୍ଧରେ ତାଙ୍କ ଦେଶର ହାତ ନାହିଁ। କିନ୍ତୁ କୌଣସି ଭାବେ ଯଦି ତାଙ୍କ ରାଷ୍ଟ୍ରର ସମ୍ପତ୍ତି କିମ୍ବା ଲୋକଙ୍କୁ ଇରାନ୍‌ କ୍ଷତି ପହଞ୍ଚାଏ, ତାହା ହେଲେ ଆମେରିକୀୟ ସଶସ୍ତ୍ର ସେନାର ସମ୍ପୂର୍ଣ୍ଣ ଶକ୍ତି ତେହରାନ ବିପକ୍ଷରେ ଏଭଳି ବ୍ୟବହାର କରାଯିବ ଯେ, ଯାହା ସେ କେବେ ଦେଖି ନ ଥିବ। ଇରାନ୍‌ ଇତିମଧ୍ୟରେ ଆମେରିକାର କିଛି କ୍ଷତି କରି ନ ଥିଲେ ମଧ୍ୟ ତେହରାନ ପରମାଣୁ କାର୍ଯ୍ୟକ୍ରମ ବୃଦ୍ଧି କରୁଥିବା ଆଳ ଦେଖାଇ ଟ୍ରମ୍ପ୍‌ଙ୍କ ସେନା ଆକ୍ରମଣ କରିବା ସୂଚାଇ ଦେଉଛି ଯେ, ‘କଣ୍ଟା ବାଡ଼ରେ ଲୁଗା ପକାଇ କଳି କରିବା’ ଓ୍ବାଶିଂଟନର ଗୋଟେ ପୁରୁଣା ଖୋଇ। ଏଥିରୁ ବୁଝିବାକୁ ହେବ ଯେ, ଆମେରିକା କଥାରେ ଯିଏ ‘ଉଠବସ୍‌’ ନ ହେବ, ତାହା ବିରୋଧରେ କୂଟନୈତିକ, ଅର୍ଥନୈତିକ ଓ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗୁ କରିବାରେ ଆମେରିକୀୟ ପ୍ରଶାସନ ବିଳମ୍ବ କରି ନ ଥାଏ। ମିଳିଥିବା ସୂଚନା ଅନୁଯାୟୀ ୨୨ ତାରିଖ ପ୍ରାତଃ ସମୟରେ ଆମେରିକାର ଯୁଦ୍ଧ ବିମାନ ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମ ସକାଶେ ବିକଶିତ କରାଯାଉଥିବା ୟୁରାନିୟମ୍‌ ଏନ୍‌ରିଚ୍‌ମେଣ୍ଟ ଅଞ୍ଚଳ ନତାଞ୍ଜ, ଇସ୍‌ଫାହାନ୍‌ ଓ ଫର୍ଡେରେ ବୋମା ମାଡ଼ କରି ଅନେକ କ୍ଷତି ପହଞ୍ଚାଇଛି। ଆକ୍ରମଣ ସଫଳତାର ସହ ଶେଷ ହୋଇଥିବାରୁ ଟ୍ରମ୍ପ୍‌ ତାଙ୍କ ସେନାକୁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି, ତାଙ୍କ ଦେଶର ଓ୍ବାରପ୍ଲେନ୍‌ ଇରାନ୍‌ ଆକାଶମାର୍ଗ ବାହାରକୁ ସୁରକ୍ଷିତ ଭାବେ ଆସିଯାଇଛି । ଏବର ସମୟ ହେଉଛି ଶାନ୍ତିର ବୋଲି ସେ କହିଛନ୍ତି। ସେହିପରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଇରାନ୍‌ ଉପରେ ଆମେରିକାର ଆକ୍ରମଣକୁ ଐତିହାସିକ ବୋଲି ବର୍ଣ୍ଣନା କରିବା ସହ ଟ୍ରମ୍ପ୍‌ଙ୍କ ଦୃଢ଼ ନିଷ୍ପତ୍ତି ଇତିହାସ ବଦଳାଇ ଦେବ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆହୁରି କହିଛନ୍ତି, ପ୍ରଥମେ ଶକ୍ତି ଓ ପରେ ଶାନ୍ତି ଆସିଥାଏ। ସମ୍ଭବତଃ ଇରାନ୍‌ ଉପରେ ଇସ୍ରାଏଲ ଓ ଆମେରିକାର ଶକ୍ତି ପ୍ରଦର୍ଶନ ପରେ ତେହରାନ ଡରିଯାଇ ଶାନ୍ତି ଆଡ଼କୁ ବାଟ ଉନ୍ମୁକ୍ତ କରିପାରେ ବୋଲି ଓ୍ବାଶିଂଟନ୍‌ର କେତେକ ମହଲରେ ଚିନ୍ତା ପ୍ରକାଶ ପାଇଲାଣି। ତେବେ ପୃଥିବୀବ୍ୟାପୀ ଅନେକ ଯୁକ୍ତି ଉତ୍ଥାପନ କରାଯାଉଛି, ଯେଉଁଥିରେ ଇରାନ୍‌କୁ ଏକ ଅସହାୟ ଦେଶ ଭାବେ ଦର୍ଶାଯାଉଛି। ଏଠାରେ ବୁଝିବା ଦରକାର କାହିଁକି ଇରାନ୍‌ର ପରମାଣୁ ବୋମା ତିଆରି କରିବା ପଛରେ ଅନେକ ଦିନର ଇଚ୍ଛାଶକ୍ତି ଲାଗିରହିଛି। ସୁନ୍ନି ମୁସଲମାନ ସମ୍ପ୍ରଦାୟର ସମୁଦ୍ର ମଝିରେ ଇରାନ୍‌ ଏକମାତ୍ର ଶିୟା ମୁସଲମାନ ଦେଶ। ତୈଳ ସମ୍ପଦରେ ଭରପୂର ଏହି ଦେଶର ରାଜକୋଷ ନିଜ ଦେଶବାସୀଙ୍କୁ ସାମାନ୍ୟତମ ମାନବିକ ଅଧିକାର ପ୍ରଦାନ କରିବାରେ ଅନିଚ୍ଛୁକ ରହିଆସିଛି। ଏଥିସହିତ ଶିୟା ସମ୍ପ୍ରଦାୟ ନେତାଙ୍କର ଐତିହାସିକ ଇଚ୍ଛା ରହିଆସିଛି ଯେ, ସେମାନଙ୍କୁ ଇସ୍‌ଲାମ ଜଗତରେ ନେତା ଭାବରେ ସ୍ବୀକାର କରାଯାଉ। କିନ୍ତୁ ସାଉଦି ଆରବ, ସିରିଆ, ପାକିସ୍ତାନ, ମାଲେସିଆଠାରୁ ନେଇ ଇଣ୍ଡୋନେସିଆ ପର୍ଯ୍ୟନ୍ତ ସୁନ୍ନି ସମ୍ପ୍ରଦାୟ ସଂଖ୍ୟାଗରିଷ୍ଠ ଥିବାରୁ ଇରାନ୍‌ ନିଜର ନେତୃତ୍ୱ ଜାହିର କରିବା ପାଇଁ ହୁଟ୍ଟି, ହେଜବୋଲ୍ଲା ଓ ହମାସ ଭଳି ଉଗ୍ର ସଙ୍ଗଠନଗୁଡ଼ିକୁ ସକ୍ରିୟ କରାଇ ଇସ୍ରାଏଲକୁ ଶତ୍ରୁ ଭାବେ ଦେଖିଆସୁଛି। ମନେରଖିବାକୁ ହେବ ଯେ ଇରାନ୍‌ ଓ ଇସ୍ରାଏଲ ମଧ୍ୟରେ ଅନେକ ଦେଶ ରହିଛନ୍ତି। ସେମାନଙ୍କ ସୀମା ପରସ୍ପରକୁ ଛୁଏଁ ନାହିଁ। ମନଗଢ଼ା ଶତ୍ରୁ ସୃଷ୍ଟିକରି ପରମାଣୁ ବୋମା ପକାଇବାର ଭୟ ଦେଖାଉଥିବା ଇରାନ୍‌ ଏବେ ଅନ୍ୟ ମୁସଲମାନ ଦେଶଗୁଡ଼ିକଠାରୁ ସକ୍ରିୟ ସାହାଯ୍ୟ ପାଇବା ସମ୍ଭବପର ହୋଇ ନ ପାରେ। ଏଭଳି ସ୍ଥଳେ ଇରାନ୍‌ ପକ୍ଷରୁ ଆମେରିକା ବିରୋଧରେ ଶକ୍ତିଶାଳୀ ବିବୃତି ଦିଆଯାଇ ନ ଥିଲେ ମଧ୍ୟ ଆମେରିକାର ଏଭଳି ଅପ୍ରତ୍ୟାଶିତ ଆକ୍ରମଣକୁ ତେହରାନ୍‌ ନିନ୍ଦା କରିଛି।
ଟ୍ରମ୍ପ୍‌ଙ୍କ ପ୍ରଥମ ପାଳିରେ ଜାନୁଆରୀ ୨୦୨୦ରେ ଇରାନୀୟ ସାମରିକ ଅଧିକାରୀ ଜେନେରାଲ କ୍ୱାସେମ୍‌ ସୋଲେମାନିଙ୍କୁ ବାଗ୍‌ଦାଦ ବିମାନବନ୍ଦର ନିକଟରେ ହତ୍ୟା କରାଯାଇଥିଲା। ତେଣୁ ଆମେରିକାକୁ ତତ୍‌କ୍ଷଣାତ୍‌ ପ୍ରତିଆକ୍ରମଣ କରିବାକୁ ନ ଚାହିଁ ଇରାନ୍‌ କ୍ରମାଗତ ଭାବେ ଇସ୍ରାଏଲକୁ ଟାର୍ଗେଟ କରିଥିବା ଖବର ଆସିଛି। ଏହି ଯୁଦ୍ଧର ଗତି କେଉଁ ଆଡ଼କୁ ଯିବ ଏବେ କହିବା କଷ୍ଟକର। ଯଦି ଇରାନ୍‌ ତା’ର ପରମାଣୁ କାର୍ଯ୍ୟକ୍ରମକୁ ଆମେରିକାର ଧମକ ଅନୁଯାୟୀ ବନ୍ଦ ରଖୁଛି, ତାହା ହେଲେ ତା’ର ବିଶେଷ କ୍ଷତି ନ ହୋଇପାରେ। କିନ୍ତୁ ଜିଦ୍‌ରେ ଅଟଳ ରହିଲେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ତା’ର ବିପୁଳ କ୍ଷତି କରିପାରନ୍ତି ବୋଲି ଅନ୍ତର୍ଜାତୀୟ ମହଲରେ ମତ ପ୍ରକାଶ ପାଇଲାଣି। ଗତ ୮୦ ଦଶକରେ ଇରାକ୍‌ ଓ ଇରାନ୍‌ ମଧ୍ୟରେ ୮ବର୍ଷ କାଳ ହୋଇଥିବା ଯୁଦ୍ଧରେ ପାଖାପାଖି ୧୦ ଲକ୍ଷ ଲୋକଙ୍କ ପ୍ରାଣହାନି ହୋଇଥିଲା। ସେହି ଭୟଙ୍କର ଗଲ୍ଫ ଓ୍ବାର ବା ଉପସାଗରୀୟ ଯୁଦ୍ଧକୁ ଦେଖିଥିବା ଇରାନ୍‌ବାସୀ ଯୁଦ୍ଧଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ଇରାନ୍‌ର ସବୋର୍ଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶାସନ ବ୍ୟବସ୍ଥା ବହୁ ଦିଗରୁ ନିନ୍ଦିତ ହୋଇଛି। ତଥାପି ଇରାନୀୟଙ୍କର ଦେଶପ୍ରୀତି ଥିବାରୁ ଯୁଦ୍ଧର ଆକାର ବଢ଼ିଲେ ସେମାନେ କେଉଁଭଳି ନିଷ୍ପତ୍ତି ନେବେ ଜଣାପଡ଼ିବ।
ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍‌ ଓ ଇରାନ ଯୁଦ୍ଧ ମଝିରେ ଆମେରିକା ପଶିଯାଇଥିବାରୁ ରୁଷିଆ ଓ ଚାଇନାର ଭୂମିକା ଉପରେ ବିଶ୍ୱବାସୀଙ୍କ ନଜର ରହିଛି। ରୁଷିଆ ଓ ଚାଇନା ସମେତ ଅନ୍ୟ ଦେଶଗୁଡ଼ିକ ଟ୍ରମ୍ପ୍‌ଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। କିନ୍ତୁ କୁହାଯାଇପାରେ ଯେ, ୟୁକ୍ରେନ ସହିତ ଯୁଦ୍ଧ କରୁଥିବା ରୁଷିଆ ଅନ୍ୟ କୌଣସି ସମସ୍ୟାରେ ମୁଣ୍ଡ ପୂରାଇବାକୁ ଅସ୍ବୀକାର କରିପାରେ। ତତ୍‌ସହିତ ଚାଇନାର ବ୍ୟବସାୟିକ ସ୍ବାର୍ଥ ଯୋଗୁ ଖୋଲାଖୋଲି ଇରାନ୍‌ ସପକ୍ଷରେ ବାହାରିଲା ଭଳି ମନେ ହେଉନାହିଁ। ଏଭଳି ପ୍ରଚ୍ଛଦପଟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କର ଗତ ସପ୍ତାହରେ ଭାରତ ସରକାରଙ୍କୁ ସମାଲୋଚନା କରାଯିବା ବିଷୟ ରାଜନୈତିକ ଆଲୋଚନା ସୃଷ୍ଟି କରିଛି। କୁହାଯାଉଛି ଏହି ସମାଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ତରଫରୁ ଇରାନ୍‌ର ରାଷ୍ଟ୍ରପତି ମସୌଦ ପ୍ରେଜେସ୍‌କିୟାନଙ୍କ ସହ ଆଲୋଚନା କରି ଉତ୍ତେଜନା ହ୍ରାସ କରିବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri