H1-B  ଭିଜା ପାଇଁ ଆଜିଠାରୁ ୮୮ ଲକ୍ଷ ଆଦାୟ କରିବ ଆମେରିକା…ଜାଣନ୍ତୁ କାହା ଉପରେ ଲାଗୁ, କିଏ ପାଇବେ ଛାଡ଼?  

ୱାଶିଂଟନ,୨୧।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିଜା ପାଇଁ ନିଆଯାଉଥିବା ଫିସକୁ ୧,୫୦୦ ଡଲାର (ପ୍ରାୟ ୬ ଲକ୍ଷ ଟଙ୍କା)ରୁ ବଢ଼ାଇ ୧୦୦,୦୦୦ ଡଲାର (ପ୍ରାୟ ୮୮ ଲକ୍ଷ ଟଙ୍କା) କରିଛନ୍ତି। ଏହି ନୂତନ ଫିସ ୨୧ ସେପ୍ଟେମ୍ବର, ଅର୍ଥାତ ଆଜିଠାରୁ ଲାଗୁ ହେବାକୁ ଯାଉଛି। ଟ୍ରମ୍ପ ପ୍ରଶାସନର ଏହି ନିର୍ଦ୍ଦେଶ ପରେ H-1B ଭିସା ଧାରକମାନେ ଏବଂ ଆବେଦନକାରୀମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ଯେମିତିକି ଏହି ନୂତନ ଦର କାହାଙ୍କ ଉପରେ ଲାଗୁ ହେବ ଏବଂ କାହାଙ୍କୁ ଛାଡ଼ ମିଳିବ।
ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପରୁ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଭାରତୀୟମାନଙ୍କର, କାରଣ H-1B ଭିସା ପାଇଁ ୭୦% ଭାରତୀୟ ପ୍ରଫେସନାଲ ମାନେ ଆବେଦନ କରିଥାନ୍ତି। ଟ୍ରମ୍ପ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏହି ବିଷୟରେ ଜାରି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି।
କାହାଙ୍କୁ ନୂତନ ଫିସ ଦେବାକୁ ପଡ଼ିବ ନାହିଁ?
ହ୍ବାଇଟ ହାଉସର ପ୍ରେସ ସଚିବ କାରୋଲାଇନ ଲିଭିଟ୍‌ କହିଛନ୍ତି ଯେ, ୧୦୦,୦୦୦ ଡଲାର ଶୁଳ୍କ କେବଳ ନୂତନ ଭିସା ଧାରକମାନଙ୍କ ପାଇଁ। ବର୍ତ୍ତମାନର ଭିସା ହୋଲ୍ଡରମାନଙ୍କୁ ଏହା ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ଭାରତରୁ ତୁରନ୍ତ ଅମେରିକା ଯାଉଛନ୍ତି, ସେମାନଙ୍କୁ ରବିବାର (୨୧ ସେପ୍ଟେମ୍ବର) ପୂର୍ବରୁ ସେଠାରେ ପହଞ୍ଚିବା କିମ୍ବା ୧୦୦,୦୦୦ ଡଲାର ଫିସ ଦେବାର ଆବଶ୍ୟକତା ନାହିଁ।
ଏହା ସହିତ, ଯଦି କୌଣସି କମ୍ପାନୀ କିମ୍ବା ତାଙ୍କର କର୍ମଚାରୀ ଅମେରିକାର ଜାତୀୟ ସୁରକ୍ଷା, ଅର୍ଥନୈତିକ ସ୍ବାର୍ଥ କିମ୍ବା ସାର୍ବଜନିକ କଲ୍ୟାଣ ସହ ଜଡ଼ିତ, ତେବେ ଗୃହ ସୁରକ୍ଷା ସଚିବ ସେମାନଙ୍କୁ ଫିସରୁ ଛୁଟ ଦେଇପାରିବେ।
କାହାଙ୍କୁ ନୂତନ ଫିସ ଦେବାକୁ ପଡ଼ିବ? 
ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି କମ୍ପାନୀ ଅମେରିକା ବାହାରୁ କୌଣସି କର୍ମଚାରୀକୁ H-1B ଭିଜାରେ ଆଣିବାକୁ ଚାହୁଁଛି, ତେବେ ସେମାନଙ୍କୁ ପ୍ରଥମେ ୮୮ ଲକ୍ଷ ଟଙ୍କାର ମୋଟା ଅଙ୍କର ଶୁଳ୍କ ଦେବାକୁ ପଡ଼ିବ। ଏହି ନିୟମ ଭିସା ଧାରକମାନଙ୍କ ପାଇଁ ନୁହେଁ, ବରଂ ସେମାନଙ୍କୁ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକ ପାଇଁ।
H-1B ଭିଜା ମାଧ୍ୟମରେ ଅମେରିକା ଯାଉଥିବା କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୭୦% ଭାରତୀୟ। ତଥାପି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, କମ୍ପାନୀଗୁଡ଼ିକର ବାହାରୁ ଆଣିଥିବା କର୍ମଚାରୀଙ୍କ ଖର୍ଚ୍ଚ ବଢ଼ିଯିବା ପରେ ସେମାନେ ଭାରତ ଭଳି ଦେଶରୁ ନିଯୁକ୍ତି କମାଇବେ ଏବଂ ଅମେରିକୀୟ କର୍ମଚାରୀଙ୍କୁ ପ୍ରାଥମିକତା ଦେବେ। ଫଳରେ ଭାରତରେ ବେକାରୀ ହାର ବଢ଼ିପାରେ।
H-1B  ଭିସା କାହାଙ୍କୁ ଦିଆଯାଏ?
H-1B  ଭିସା ଏକ ପ୍ରକାରର କର୍ମଚାରୀ ଭିସା। ଏହା ଅମେରିକୀୟ କମ୍ପାନୀଗୁଡ଼ିକୁ ବିଦେଶୀ ପ୍ରଫେସନାଲ୍‌ମାନଙ୍କୁ (ଯେମିତି ବୈଜ୍ଞାନିକ, ଇଞ୍ଜିନିୟର, କମ୍ପ୍ୟୁଟର୍‌ ପ୍ରୋଗ୍ରାମର) କାମ ପାଇଁ ରଖିବାର ଅନୁମତି ଦେଇଥାଏ। ଏହାର ଅବଧି ୩ ବର୍ଷର, ଯାହାକୁ ୬ ବର୍ଷ ପର୍ଯ୍ୟନ୍ତ ବାଇପାରାଯାଏ।
ଟ୍ରମ୍ପ ପ୍ରଶାସନ କାହିଁକି ଶୁଳ୍କ ବଢ଼ାଇଛନ୍ତି?  
ଡୋନାଲ୍ଡ ଟ୍ରମ୍ପ ର୍ନିବାଚନ ପ୍ରଚାର ସମୟରୁ ଅମେରିକା ଫାର୍ଷ୍ଟ ନୀତି ଉପରେ କାମ କରୁଥିବା। ଟ୍ରମ୍ପଙ୍କ କଥା ଅନୁଯାୟୀ, H-1B  ଭିଜାର ଉଦ୍ଦେଶ୍ୟ ଅମେରିକାରେ ହାଇ-ସ୍କିଲ କର୍ମଚାରୀଙ୍କୁ ଆଣିବା ଥିଲା, କିନ୍ତୁ ଏହାର ଦୁର୍ବ୍ୟବହାର ହୋଇଛି।
କମ୍ପାନୀଗୁଡ଼ିକ H-1B  ଭିଜା ବ୍ୟବହାର କରି କମ ଦରମାରେ ବିଦେଶୀ ପ୍ରଫେସନାଲ୍‌ମାନଙ୍କୁ ଆଣି ଅମେରିକୀୟ ନାଗରିକମାନଙ୍କର ସ୍ଥାନରେ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଟ୍ରମ୍ପଙ୍କ ମତରେ, ନୂତନ ନିୟମଗୁଡ଼ିକରୁ ଅମେରିକୀୟ ଲୋକମାନଙ୍କର ନିଯୁକ୍ତି ବିପଦରେ ପଡ଼ିବ ନାହିଁ ଏବଂ କେବଳ ହାଇ-ସ୍କିଲ୍ଡ ପ୍ରଫେସନାଲମାନଙ୍କୁ ଅମେରିକା ଆସିବାର ସୁଯୋଗ ଦେବ।

Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri