ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ ଆହତ  ଯୁବତୀଙ୍କୁ
 ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଘଟୁଛି ଦୁର୍ଘଟଣା ଅକାରଣେ ଯାଉଛି ଜୀବନ।
ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ପଟୁ  ଆମ୍ବୁଲାନ୍ସ ବୌଦ୍ଧ – ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ରାସ୍ତା କଡରେ ଥିବା ବାବୁଲା ଗନ୍ତାୟତର ଘର ମଧ୍ୟକୁ ପଶି ଯାଇଥିଲା। ଫଳରେ ବାବୁଲାଙ୍କ ବଡ଼ ଝିଅ ସାମାନ୍ୟ ଆହତ ହୋଇଥିବା ବେଳେ ପୋଷା କୁକୁର ମୃତ୍ୟୁ ଘଟିଛିି।  ଦୁର୍ଘଟଣାରେ ଏକ ସାଇକେଲ ଓ କିଛି ଘରୋଇ ଉପକରଣ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି। ତେବେ ଦଶପଲ୍ଲା ବ୍ଲକର ବୁଗୁଡ଼ା ଓ ବୁଗୁଡ଼ା କଲୋନୀ ମଧ୍ୟରେ ଜାତୀୟ ରାଜପଥଟି ସମ୍ପର୍ଣ୍ଣ ସିଧା ଥିବାବେଳେ ଏହି ରାସ୍ତାରେ କୌଣସି ସ୍ପିଡ ବ୍ରେକର ନ ଥିବା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ସମ୍ପୃକ୍ତ ରାସ୍ତାରେ  ସ୍ପିଡ୍‌ ବ୍ରେକର ନିର୍ମାଣ କରିବା ପାଇଁ ସର୍ବ ସାଧାରଣରେ ଦାବି ହେଉଛି।
Dharitri – Odisha’s No.1 Odia Daily

Share