ରାସ୍ତା ଖରାପ ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ପ୍ରସବ କଲେ ମହିଳା

କଲ୍ୟାଣସିଂପୁର,୧୦।୯( ଦୀପକ କୁମାର ପରିଡ଼ା ): ରାୟଗଡା ଜିଲା କଲ୍ୟାଣସିଂପୁର ବ୍ଲକରେ ଆଜି ପୁଣି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଅଧା ବାଟରେ ପ୍ରସବ କରିଲେ ମହିଳା । ଏହିଭଳି ଘଟଣା ଘଟିଛି ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ଚଞ୍ଚଡା ସାହି ସୁନିଲ ପ୍ରାସ୍କାଙ୍କ ସ୍ତ୍ରୀ ବନିତା ପ୍ରାସ୍କାଙ୍କର ଆଜି ରାତି ୩.୧୫ ଡେଲିଭରି ପେନ୍‌ ହୋଇଥିଲା। ଆମ୍ବୁଲାନ୍ସକୁ ସଙ୍ଗେସଙ୍ଗେ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚିଥିଲେ ସୁଦ୍ଧା ଗ୍ରାମକୁ ରାସ୍ତା ନଥିବାରୁ ଯାଇ ପାରିନଥିଲା। ବାଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ବୋଲି ଆଶା ଦିଦି ନବୀନା ଦ୍ୱୀପ ପ୍ରକାଶ କରିଛନ୍ତି। ବର୍ତ୍ତମାନ ମା ଝିଅ କଲ୍ୟାଣସିଂହପୁର ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ଅଛନ୍ତି। ଉଭୟ ସୁସ୍ଥ ଥିବା ଜଣାପଡ଼ିଛି ।

Share