Posted inଫୁରସତ

ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଆମ୍ବେଡକର

ଆଜି ଅର୍ଥାତ୍‌ ଏପ୍ରିଲ ୧୪ରେ ସାମାଜିକ ନବୀକରଣର ଅଗ୍ରଦୂତ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ। ଆମ୍ବେଡକର ଭାରତୀୟ ସମ୍ବିଧାନ ପ୍ରଣେତା ଅଟନ୍ତି। ଲୋକେ ଭୀମରାଓ ଆମ୍ବେଡକର ବା ବାବା ସାହେବଙ୍କ ଜନ୍ମ ବାର୍ଷିକୀକୁ ଉତ୍ସାହର ସହିତ ସାରା ଦେଶରେ ପାଳନ କରିଥାନ୍ତି। ୧୯୯୦ରେ ତାଙ୍କୁ ଭରତରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ଭାରତରତ୍ନ ପ୍ରାପ୍ତ ଆମ୍ବେଡକରଙ୍କ ଜୀବନ ସଂଘର୍ଷମୟ ଥିଲା।

Ambedkar's Ideology is Significant for India and the World | NewsClick

ଆମ୍ବେଡକର ଏକ ଦଳିତ ପରିବାରରେ ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁ ମୋହୋରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ରାମଜୀ ମାଲୋଜୀ ସାକପାଲ ଏବଂ ମାତାଙ୍କ ନାମ ଭୀମବାଇ ଥିଲା।

ସେ ଦଳିତ ପରିବାରର ହୋଇଥିବାରୁ ତାଙ୍କ ପିଲାଦିନ ଭେଦଭାବରେ ଅତିବାହିତ ହୋଇଥିଲା। ବହୁ କଷ୍ଟ ସ୍ବୀକାର କରି ସେ ଭେଦଭାବର ସମ୍ମୁଖୀନ ହୋଇ ତାଙ୍କର ଶିକ୍ଷା ସମାପ୍ତ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସ୍ବାଧୀନ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଣତ କରିବା ଏବଂ ସମ୍ବିଧାନ ପ୍ରସ୍ତୁତ କରିବାରେ ଏକ ଅଦ୍ଭୁତ ଭୂମିକା ଗ୍ରହଣ କରିଥିଲେ। ପଛୁଆ ଏବଂ ଦଳିତମାନଙ୍କ ଅଧିକାର ପାଇଁ ବାବା ସାହେବ ତାଙ୍କର ପୂରା ଜୀବନ ସଂଗ୍ରାମ କରିଥିଲେ। ଆଜିର ଏହି ସ୍ବତନ୍ତ୍ର ଦିନରେ ତାଙ୍କ ଜୀବନ ସହ ଜଡ଼ିତ କିଛି ରୋଚକ କାହାଣୀ ରହିଛି, ଯାହା ଯୁବବର୍ଗଙ୍କ ପାଇଁ ପ୍ରେରଣାଦାୟକ ଅଟେ।

Andhra University | Dr. B.R. Ambedkar Chair Home

ସେହି ସମୟରେ ଅସ୍ପୃଶ୍ୟତା ପ୍ରଚଳିତ ଥିଲା। ଯେଉଁଥିପାଇଁ ତାଙ୍କୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ବାବା ସାହେବ ପିଲାଦିନରୁ ବୁଦ୍ଧିମାନ ଏବଂ ଅଧ୍ୟୟନରେ ଭଲ ଥିଲେ। ତେଣୁ ସେ ଜାତିର ଶୃଙ୍ଖଳା ଭାଙ୍ଗି ନିଜର ଶିକ୍ଷା ସମାପ୍ତ କରିଥିଲେ। ସେ ହେଉଛନ୍ତି ପ୍ରଥମ ଅସ୍ପୃଶ୍ୟ ଛାତ୍ର, ଯିଏକି ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରୋଡ୍‌ରେ ଅବସ୍ଥିତ ସରକାରୀ ବିଦ୍ୟାଳୟରେ ଆଡ୍‌ମିଶନ ନେଇଥିଲେ। ପରେ ୧୯୧୩ରେ ଆମ୍ବେଡକର ଆମେରିକାର କଲମ୍ବିଆ ୟୁନିଭର୍ସିଟିରୁ ଶିକ୍ଷା ଗ୍ରହଣ କରିଥିଲେ। ୧୯୧୬ରେ ତାଙ୍କର ରିସର୍ଚ୍ଚ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।

CMs, Guvs of Telangana, AP pay rich tribute to Ambedkar

ଲଣ୍ଡନରେ ପଢ଼ିବା ସମୟରେ ଯେତେବେଳେ ତାଙ୍କର ଛାତ୍ରବୃତ୍ତି ଶେଷ ହୋଇଥିଲା ସେତେବେଳେ ସେ ଘରକୁ ଫେରି ମୁମ୍ବାଇର ଏକ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏଠାରେ ମଧ୍ୟ ତାଙ୍କୁ ଜାତିଭେଦ ଏବଂ ସମାନତାର ସାମ୍ନା କରିବାକୁ ପଡ଼ିଥିଲା। ଏହି କାରଣରୁ ଆମ୍ବେଡକର ଦଳିତ ସମ୍ପ୍ରଦାୟକୁ ସମାନ ଅଧିକାର ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ବ୍ରିଟିଶ ସରକାରଙ୍କଠାରୁ ଭିନ୍ନ ନିର୍ବାଚନ ଦାବି କରିଥିଲେ, ଯାହା ମଧ୍ୟ ଅନୁମୋଦିତ ହୋଇଥିଲା, କିନ୍ତୁ ଯେତେବେଳେ ଗାନ୍ଧିଜୀ ଉପବାସରେ ମୃତ୍ୟୁମୁଖରେ ପଡ଼ିଥିଲେ ସେତେବେଳେ ଆମ୍ବେଡକରଙ୍କୁ ତାଙ୍କ ଦାବି ପ୍ରତ୍ୟାହାର କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?