ଅମ୍ବାଭୋନା ଥାନା ଭଙ୍ଗାରୁଜା: ୧୦୦ରୁ ଊର୍ଦ୍ଧ୍ୱଙ୍କ ନାଁରେ ମାମଲା

ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଏହି ଘଟଣାରେ ପୋଲିସ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଥିବା ବେଳେ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ବାଭୋନା ଥାନା ବଡ଼ଦର୍ଲିପାଲି ଗ୍ରାମର ପରେଶ ମହାନନ୍ଦ, ମହାପାଲିର କ୍ଷେତବ୍ରତ ସାହୁ, ଭୁକ୍ତାର ଗୌରୀଶଙ୍କର ଅଗ୍ରଓ୍ବାଲ ଏବଂ ଭୈନାତୋରାର ନ୍ୟୁମେରୀ ଦେହେରୀ। ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଏକ ମାମଲା (ନଂ.୨୩୫/୨୩) ରୁଜୁ ହୋଇଛି।

ତେବେ ମାମଲା ରୁଜୁ ହେବା ପରେ ଜିଲାର ସୋହେଲା ଏବଂ ଭଟଲିରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଅମ୍ବାଭୋନା ଥାନା ପୋଲିସ ଅଯଥାରେ ସୋହେଲା ଏବଂ ଭଟଲି ଅଞ୍ଚଳର ଲୋକଙ୍କୁ ବଦନାମ କରୁଥିବା ଅଭିଯୋଗ କରି ରାସ୍ତାରୋକୋ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା।

ଅନ୍ୟପକ୍ଷେ ଏହି ଘଟଣାରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଭାଜପା ଟାର୍ଗେଟ କରିଛି। ବରଗଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦକ ଇରାସିସ୍‌ ଆଚାର୍ଯ୍ୟ ଅଭିଯୋଗ କରି କହିଛନ୍ତି, ଥାନାରେ ଭଙ୍ଗାରୁଜା ଘଟଣାରେ ଭଟଲି ବିଧାୟକଙ୍କ ସମର୍ଥକମାନଙ୍କ ସମ୍ପୃକ୍ତି ରହିଛି। ଯେତେବେଳେ ଘଟଣା ଘଟିଲା, ସେତେବେଳେ ବିଧାୟକ ସିଂ ନିଜେ ଅମ୍ବାଭୋନାରେ ଉପସ୍ଥିତ ଥିଲେ। ତେଣୁ ଏହି ଘଟଣାରେ ତାଙ୍କୁ ଗିରଫ କରାଯାଉ। ନଚେତ୍‌ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଇରାସିସ୍‌ ଦାବି କରିଛନ୍ତି।

ତେବେ ଭାଜପାର ଅଭିଯୋଗ ଉପରେ ବିଧାୟକ ସିଂଙ୍କ ମତାମତ ମିଳିପାରିନାହିଁ।
ଏ ସମ୍ପର୍କରେ ବରଗଡ଼ ଏସ୍‌ପି ପି.ଏସ୍‌ ମୀନା କହିଛନ୍ତି, ରବିବାର ଏକ ଗାଡ଼ି ଯୋଗେ ବରଗଡ଼ରୁ ଭଟଲି ଓ ଅମ୍ବାଭୋନା ପଟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅମ୍ବାଭୋନା ଥାନା ଆଇଆଇସିଙ୍କୁ ସୂଚନା ମିଳିଥିଲା। ଫଳରେ ସେ ସମ୍ପୃକ୍ତ ଗାଡ଼ିକୁ ପିଛା କରି ତାମଦେଇରେ ଅଟକାଇ ଯାଞ୍ଚ କରିଥିଲେ। ତେବେ ସେହି ଗାଡ଼ିରୁ କିଛି ମିଳି ନ ଥିଲା। ସେହି ଘଟଣାକୁ ନେଇ କେତେଜଣ ଲୋକ ଅମ୍ବାଭୋନା ଥାନାକୁ ଆସି ଭଙ୍ଗାରୁଜା କରିଥିଲେ। ଏ ନେଇ ଏକ ମାମଲା ରୁଜୁ ସହିତ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚାଲିଛି। ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ମୀନା କହିଛନ୍ତି ।

ପ୍ରକାଶଥାଉକି, ରବିବାର ସନ୍ଧ୍ୟାରେ ଶତାଧିକ ଲୋକ ଅତର୍କିତ ଭାବେ ଅମ୍ବାଭୋନା ଥାନା ଭିତରକୁ ପଶିଥିଲେ ଏବଂ ଥାନା ଭିତରେ ଥିବା ଚୌକି, ଟେବୁଲ, କମ୍ପ୍ୟୁଟର, ସିସିଟିଭି ଆଦି ଭଙ୍ଗାରୁଜା କରିଥିଲେ। ଲୋକଙ୍କ ଏଭଳି ସଂଘବଦ୍ଧ ତୁମୁଳକାଣ୍ଡରେ ଉପସ୍ଥିତ ପୋଲିସ ନିରୂପାୟ ହୋଇପଡ଼ିଥିଲା। ଖବର ପାଇ ଏସ୍‌ଡ଼ିପିଓ ପଦାରବିନ୍ଦ ତ୍ରିପାଠୀ ସଦଳବଳ ଥାନାରେ ପହଞ୍ଚିଥିଲେ। ଏହାପୂର୍ବରୁ ଥାନା ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ସେଠାରୁ ଖସି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri