ଅମ୍ବାଭୋନା ଥାନା ଭଙ୍ଗାରୁଜା: ୧୦୦ରୁ ଊର୍ଦ୍ଧ୍ୱଙ୍କ ନାଁରେ ମାମଲା

ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଏହି ଘଟଣାରେ ପୋଲିସ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଥିବା ବେଳେ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ବାଭୋନା ଥାନା ବଡ଼ଦର୍ଲିପାଲି ଗ୍ରାମର ପରେଶ ମହାନନ୍ଦ, ମହାପାଲିର କ୍ଷେତବ୍ରତ ସାହୁ, ଭୁକ୍ତାର ଗୌରୀଶଙ୍କର ଅଗ୍ରଓ୍ବାଲ ଏବଂ ଭୈନାତୋରାର ନ୍ୟୁମେରୀ ଦେହେରୀ। ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଏକ ମାମଲା (ନଂ.୨୩୫/୨୩) ରୁଜୁ ହୋଇଛି।

ତେବେ ମାମଲା ରୁଜୁ ହେବା ପରେ ଜିଲାର ସୋହେଲା ଏବଂ ଭଟଲିରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଅମ୍ବାଭୋନା ଥାନା ପୋଲିସ ଅଯଥାରେ ସୋହେଲା ଏବଂ ଭଟଲି ଅଞ୍ଚଳର ଲୋକଙ୍କୁ ବଦନାମ କରୁଥିବା ଅଭିଯୋଗ କରି ରାସ୍ତାରୋକୋ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା।

ଅନ୍ୟପକ୍ଷେ ଏହି ଘଟଣାରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଭାଜପା ଟାର୍ଗେଟ କରିଛି। ବରଗଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦକ ଇରାସିସ୍‌ ଆଚାର୍ଯ୍ୟ ଅଭିଯୋଗ କରି କହିଛନ୍ତି, ଥାନାରେ ଭଙ୍ଗାରୁଜା ଘଟଣାରେ ଭଟଲି ବିଧାୟକଙ୍କ ସମର୍ଥକମାନଙ୍କ ସମ୍ପୃକ୍ତି ରହିଛି। ଯେତେବେଳେ ଘଟଣା ଘଟିଲା, ସେତେବେଳେ ବିଧାୟକ ସିଂ ନିଜେ ଅମ୍ବାଭୋନାରେ ଉପସ୍ଥିତ ଥିଲେ। ତେଣୁ ଏହି ଘଟଣାରେ ତାଙ୍କୁ ଗିରଫ କରାଯାଉ। ନଚେତ୍‌ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଇରାସିସ୍‌ ଦାବି କରିଛନ୍ତି।

ତେବେ ଭାଜପାର ଅଭିଯୋଗ ଉପରେ ବିଧାୟକ ସିଂଙ୍କ ମତାମତ ମିଳିପାରିନାହିଁ।
ଏ ସମ୍ପର୍କରେ ବରଗଡ଼ ଏସ୍‌ପି ପି.ଏସ୍‌ ମୀନା କହିଛନ୍ତି, ରବିବାର ଏକ ଗାଡ଼ି ଯୋଗେ ବରଗଡ଼ରୁ ଭଟଲି ଓ ଅମ୍ବାଭୋନା ପଟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅମ୍ବାଭୋନା ଥାନା ଆଇଆଇସିଙ୍କୁ ସୂଚନା ମିଳିଥିଲା। ଫଳରେ ସେ ସମ୍ପୃକ୍ତ ଗାଡ଼ିକୁ ପିଛା କରି ତାମଦେଇରେ ଅଟକାଇ ଯାଞ୍ଚ କରିଥିଲେ। ତେବେ ସେହି ଗାଡ଼ିରୁ କିଛି ମିଳି ନ ଥିଲା। ସେହି ଘଟଣାକୁ ନେଇ କେତେଜଣ ଲୋକ ଅମ୍ବାଭୋନା ଥାନାକୁ ଆସି ଭଙ୍ଗାରୁଜା କରିଥିଲେ। ଏ ନେଇ ଏକ ମାମଲା ରୁଜୁ ସହିତ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚାଲିଛି। ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ମୀନା କହିଛନ୍ତି ।

ପ୍ରକାଶଥାଉକି, ରବିବାର ସନ୍ଧ୍ୟାରେ ଶତାଧିକ ଲୋକ ଅତର୍କିତ ଭାବେ ଅମ୍ବାଭୋନା ଥାନା ଭିତରକୁ ପଶିଥିଲେ ଏବଂ ଥାନା ଭିତରେ ଥିବା ଚୌକି, ଟେବୁଲ, କମ୍ପ୍ୟୁଟର, ସିସିଟିଭି ଆଦି ଭଙ୍ଗାରୁଜା କରିଥିଲେ। ଲୋକଙ୍କ ଏଭଳି ସଂଘବଦ୍ଧ ତୁମୁଳକାଣ୍ଡରେ ଉପସ୍ଥିତ ପୋଲିସ ନିରୂପାୟ ହୋଇପଡ଼ିଥିଲା। ଖବର ପାଇ ଏସ୍‌ଡ଼ିପିଓ ପଦାରବିନ୍ଦ ତ୍ରିପାଠୀ ସଦଳବଳ ଥାନାରେ ପହଞ୍ଚିଥିଲେ। ଏହାପୂର୍ବରୁ ଥାନା ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ସେଠାରୁ ଖସି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri