Posted inଖେଳ

କୋହଲିଙ୍କୁ ଟାର୍ଗେଟ କଲେ ରାୟୁଡୁ

ନୂଆଦିଲ୍ଲୀ,୨୪।୫: ଚେନ୍ନାଇ ସୁପର କିଙ୍ଗ୍ସ ଏକ ରୋମାଞ୍ଚକ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁଠାରୁ ପରାଜିତ ହୋଇ ପ୍ଲେଅଫ୍‌ରୁ ବାଦ୍‌ ପଡ଼ିଥିଲା। ଏହା ଦେଖି କମେଣ୍ଟ୍ରି କରୁଥିବା ପୂର୍ବତନ ସିଏସ୍‌କେ କ୍ରିକେଟର ଅମ୍ବତି ରାୟୁଡ଼ୁ କାନ୍ଦି ପକାଇଥିଲେ। ଏହାପରଠାରୁ ସେ ଲଗାତାର ଭାବେ ଆର୍‌ସିବି ଏବଂ ବିରାଟ କୋହଲିଙ୍କୁ ନେଇ ଟିପ୍ପଣୀ ଦେଉଛନ୍ତି। ପୁଣିଥରେ ସେ କୋହଲିଙ୍କ ନାମ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହାଛଡ଼ା ସେ ଆଗାମୀ ସିଜନରେ ଆର୍‌ସିବି ପାଇଁ ଟ୍ରଫି ଜିତିବାର ପଦ୍ଧତି ବିଷୟରେ କହିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରି ରାୟୁଡୁ କହିଛନ୍ତି, ବାଙ୍ଗାଲୋର ପ୍ରଶଂସକଙ୍କ ପାଇଁ ଖରାପ ଲାଗୁଛି, କାରଣ ସେ ବର୍ଷ ବର୍ଷ ଧରି ଫ୍ରାଞ୍ଚାଇଜ୍‌କୁ ସମର୍ଥନ ଦେଉଛନ୍ତି। ହେଲେ ତାଙ୍କୁ ଗୋଟିଏ ଟ୍ରଫି ମିଳୁନାହିଁ। ଯଦି ମ୍ୟାନେଜମେଣ୍ଟ ଏବଂ ବଡ଼ ଖେଳାଳିମାନେ ବ୍ୟକ୍ତିଗତ ମାଇଲଷ୍ଟୋନରୁ ଉପରକୁ ଯାଇ ଦଳର ହିତକୁ ଆଗରେ ରଖନ୍ତି ତେବେ ଆର୍‌ସିବି ଏଯାଏ ଅନେକ ଟ୍ରଫି ଜିତି ସାରିଥାନ୍ତା। କେବଳ ସେହି ଖେଳାଳି ଦଳକୁ ଟ୍ରଫି ଜିତାଇପାରିବ ଯିଏ ନିଜକୁ ପରେ ଏବଂ ଦଳକୁ ପ୍ରଥମେ ରଖିବ। ଫ୍ରାଞ୍ଚାଇଜ ଭଲ ଖେଳାଳିଙ୍କୁ ବାଦ ଦେଇ ଆସିଛି। ଏବେ ମେଗା ଅକ୍ସନ ହେଲେ ପ୍ରଶଂସକ ମ୍ୟାନେଜମେଣ୍ଟ ଉପରେ ଚାପ ପକାଇ ନୂଆ ଅଧ୍ୟାୟ ଆରମ୍ଭ କରିପାରନ୍ତି ବୋଲି ସେ କହିଛନ୍ତି।

ତେବେ ରାୟୁଡୁ କୌଣସି ସ୍ଥାନରେ ବିରାଟ କୋହଲିଙ୍କ ନାଁ ନ ନେଇଥିଲେ ବି ତାଙ୍କ କଥାରୁ ତାଙ୍କର କଟାକ୍ଷ କୋହଲିଙ୍କ ପାଇଁ ସ୍ପଷ୍ଟ ହେଉଛି। କାରଣ ସେ ୧୦ ବର୍ଷ ଯାଏ ଦଳର ଅଧିନାୟକ ଥିଲେ। ଏହି ସମୟରେ ସେ ଅଧିକ ରନ୍‌ କରି ଦଳକୁ ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ। ହେଲେ ଟ୍ରଫି ଜିତିବାରେ ସଫଳ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri