ସାମଗ୍ରୀ ଉତ୍ପତ୍ତିସ୍ଥଳ ଦର୍ଶାଇବା ବାଧ୍ୟତାମୂଳକ କଲା ଆମାଜନ

ବାଙ୍ଗାଲୋର,୧୬।୭: ଆସନ୍ତା ସପ୍ତାହରୁ ଆମାଜନ ପ୍ଲାଟ୍‌ଫର୍ମରେ ସାମଗ୍ରୀର ଉତ୍ପତ୍ତିସ୍ଥଳ କେଉଁଠି ତାହା ଗ୍ରାହକମାନେ ଜାଣିପାରିବେ। ଅର୍ଥାତ୍‌ ପ୍ଲାଟ୍‌ଫର୍ମରେ ଲିଷ୍ଟିଂ ହୋଇଥିବା ସାମଗ୍ରୀ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଆଉ ସେଲରମାନେ ଗ୍ରାହକଙ୍କୁ ଲୁଚାଇ ପାରିବେ ନାହିଁ। ସେଲରଙ୍କ ଲାଗି ଏହି ନିୟମକୁ ଆମାଜନ କଡ଼ାକଡ଼ି କରିଛି। ନୂଆ ପ୍ରଡକ୍ଟ ଏବଂ ଉପଲବ୍ଧ ପ୍ରଡକ୍ଟ ଥିବା ଏହି ନିୟମ କାର୍ଯ୍ୟକାରୀ ହେବ। ଏଥି ସଂକ୍ରାନ୍ତ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଶେଷ କରିବା ଲାଗି ସେଲରଙ୍କ ପାଇଁ ଶେଷ ସମୟସୀମା ଅଗଷ୍ଟ ମାସ ୧୦ ତାରିଖ ରହିଛି। ଜୁଲାଇ ୨୧ଠାରୁ ନୂଆ ନିୟମ ଆରମ୍ଭ କରିବାକୁ କମ୍ପାନୀ ଧାର୍ଯ୍ୟ କରିଛି। ଆମାଜନ ଏବଂ ବିଗ୍‌ ବାସ୍କେଟ ଭଳି କମ୍ପାନୀ ଏ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେଲର ଏବଂ ପ୍ରଡକ୍ଟ ଚୟନ କରାଯିବା ସହ ନିୟମକୁ କାର୍ଯ୍ୟକାରୀ କରାଇବା ଲାଗି କାର୍ଯ୍ୟପନ୍ଥା ହାତକୁ ନିଆଯାଇଛି। ସୂଚନାଯୋଗ୍ୟ, ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ଦେବା ପରେ ଦେଶରେ ଚାଇନା ସାମଗ୍ରୀ ବର୍ଜନ କରିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଇନାକୁ ବିକଳ୍ପ ଉପାୟରେ ଚେକ୍‌ ଦେବା ଲାଗି ସରକାର ଯୋଜନା ରଖିଛନ୍ତି। ଚାଇନାରୁ ଆମଦାନୀ କମାଇବାକୁ ମଧ୍ୟ ଯୋଜନା ରଖାଯାଇଛି। ଇ-କମର୍ସରେ ଉପଲବ୍ଧ ହେଉଥିବା ସାମଗ୍ରୀ ଚାଇନାରେ ପ୍ରସ୍ତୁତ ହେଉଥିଲେ ମଧ୍ୟ ଏହାକୁ ସେଲରମାନେ ଗ୍ରାହକଙ୍କୁ ଅଗୋଚର ରଖୁଛନ୍ତି। ଏ ଦିଗରେ ଠୋସ୍‌ କାର୍ଯ୍ୟପନ୍ଥା ଗ୍ରହଣ କରିବା ଲାଗି ସରକାର ନିକଟରେ ଇ-କସର୍ମ କମ୍ପାନୀ ପ୍ରତିନିଧିମାନଙ୍କର ଏକ ବୈଠକ ଡାକିଥିଲେ, ଯେଉଁଠାରେ ନୂଆ ନିୟମ ଲାଗୁ କରିବା ଲାଗି କମ୍ପାନୀଗୁଡ଼ିକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri