ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: କହିଲେ ବଦଳିପାରେ…

ଭୁବନେଶ୍ୱର,୧୬।୧୨: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀ ବଡ଼ ବୟାନ ଦେଇଛନ୍ତି। ଅମର କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ। ଓଡ଼ିଶା ରାଜନୈତିକ ଦୃଶ୍ୟପଟ ଅସ୍ଥିରତା ଓ ଅନିଶ୍ଚିତତା ଭିତରେ ଗତି କରୁଛି। ଓଡ଼ିଶାରେ ସବୁ ରାଜନୈତିକ ଦଳରେ ଅସ୍ଥିରତା ଲାଗି ରହିଛି। ବିଜେଡି, ଭାଜପା ଓ କଂଗ୍ରେସରେ ଅସ୍ଥିରତା ରହିଛି। ଏଭଳି ବିଚିତ୍ର ସ୍ଥିତି ପାଇଁ ବଦଳିପାରେ ଓଡ଼ିଶା ରାଜନୈତିକ ସମୀକରଣ। କ୍ଷମତାସୀନ ଭାବୁଛି କ୍ଷମତାରେ ନାହିଁ, ବିରୋଧୀ ଭାବୁଛି ସିଏ କ୍ଷମତାସୀନ।ଏହା ଏକ ବିଚିତ୍ର ସ୍ଥିତି, ଯାହାଫଳରେ ବିକାଶ ହୋଇପାରୁନାହିଁ। ନିକଟ ଭବିଷ୍ୟତରେ କୌଣସି ନୂଆ ଦଳର ସମ୍ଭାବନା କରାଯାଇ ପାରିବ ନାହିଁ। କିନ୍ତୁ ସମୀକରଣ ବଦଳି ପାରେ, ସମୀକରଣ ବଦଳିବାକୁ ବେଶୀ ସମୟ ଲାଗେନି ବୋଲି ଅମର କହିଛନ୍ତି।

Dharitri – The Largest & Most Trusted Odia Daily