ବିକାଶ ଦୁବେଙ୍କ ଅପରାଧ ଦୁନିଆ ଛାଡ଼ିବାକୁ ଚାହୁଁଥିଲେ ଅମର, ଜାଣନ୍ତୁ ଏହାର କାରଣ

ଲକ୍ଷ୍ନୌ,୧୨ା୭: ଉତ୍ତରପ୍ରଦେଶର କାନପୁର ଏନ୍‌କାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଡାହାଣ ହାତ ଥିଲେ ସାର୍ପ ସୁଟର ଅମର ଦୁବେ। ବର୍ତ୍ତମାନ ଦୁହିଁଙ୍କ ମୃତ୍ୟୁ ପରେ ନୂଆ ନୂଆ କଥା ଜାଣିବାକୁ ମିଳୁଛି। ଯେଉଁଦିନ ଅମରଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା, ଏହାର ଠିକ୍‌ ୯ ଦିନ ପୂର୍ବରୁ ତାଙ୍କ ବିବାହ ହୋଇଥିଲା। ଏହି କଥା ଏବେ ସାମ୍ନାକୁ ଆସିଛି। ଅମର ବିବାହ ପରେ ଅପରାଧ ଦୁନିଆ ଅର୍ଥାତ୍‌ ଗୁଣ୍ଡାଗର୍ଦ୍ଦି ଛାଡ଼ି ସାଧାରଣ ଜୀବନ ଜିଇଁବାକୁ ଚାହୁଁଥିଲେ। କିନ୍ତୁ ବିକାଶଙ୍କ କବ୍‌ଜାରେ ରହି କିଛି କରିପାରୁ ନ ଥିଲେ।


ୟୁପି ଏସ୍‌ଟିଏଫ୍‌ ହମିରପୁରର ମୌଦହାଠାରେ ଜୁଲାଇ ୮ରେ ଅମରଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଫରିଦାବାଦରେ ବିକାଶ ଏବଂ ଅମରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫରିଦାବାଦରେ ବିକାଶଙ୍କ ବନ୍ଧୁ ଶ୍ରବଣ ଏବଂ ଅଙ୍କୁର ମିଶ୍ରଙ୍କ ଘରେ ଦୁଇଜଣଙ୍କ ମଧ୍ୟରେ ଏହି ପାଟିତୁଣ୍ଡ ହୋଇଥିଲା। ଏହା ପରେ ଅମର ସେଠାରୁ ଚାଲିଯାଇଥିଲେ। ଶ୍ରବଣଙ୍କ ସ୍ତ୍ରୀ ଶାନ୍ତି କହିଛନ୍ତି, ଏନ୍‌କାଉଣ୍ଟର ପୂର୍ବରୁ ଅମର ମଧ୍ୟ ବିକାଶ ସହିତ ଫରିଦାବାଦରେ ଲୁଚିଥିଲେ। ଇନ୍ଦ୍ରା କଲୋନୀରେ ବିକାଶ ସହ ଝଗଡ଼ା ହେବା ପରେ ଅମର ନିଜ ଘରକୁ ଚାଲିଯାଇଥିଲେ। ଅମର ଏବଂ ବିକାଶ ଫୋନ୍‌ ଯୋଗେ କଥାବାର୍ତ୍ତା ହେଉଥିଲେ। ଅମର ବିକାଶଙ୍କୁ କହିଥିଲେ, ବିବାହ ପରେ ସେ ଅପରାଧ ଦୁନିଆ ଛାଡ଼ି ସାଧାରଣ ଜୀବନ ବିତାଇବାକୁ ଚାହୁଁଛନ୍ତି। କିନ୍ତୁ ବିକାଶ ଅମରଙ୍କୁ ଛାଡ଼ିବାକୁ ନାରାଜ ଥିଲେ। ଏହା ପରେ ହମିରପୁରରେ ଅମରଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା।


ସୂଚନାଯୋଗ୍ୟ, ବିକାଶ ଦୁବେଙ୍କ ମାମୁ ଅତୁଲ ଦୁବେଙ୍କ କାକାପୁଅ ଭାଇ ଥିଲେ ଅମର। ଗ୍ରାମବାସୀ କୁହନ୍ତି, ବିକାଶ ଅମରଙ୍କୁ ଆଖିବୁଜି ଭରସା କରୁଥିଲେ। ଅମର ବିକାଶଙ୍କ ଡାହାଣ ହାତ ଥିଲେ। ଅମର ଗୁଳିଚାଳନା କରିବାରେ ମାହିର ଥିଲେ। ବିକାଶଙ୍କ ଗୋଟିଏ ଇସାରାରେ ସେ ଗୁଳି ଚଳାଇ ଲୋକଙ୍କ ଜୀବନ ନେଇ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri