ପୁଣି ମୁଣ୍ଡନେଲା ଆମ ବସ୍‌: ବାଇକ୍‌କୁ ପଛରୁ ଧକ୍କା ଦେଇ ଚଢ଼ିଗଲା, ବସ୍‌ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

ବାରଙ୍ଗ/ତ୍ରିଶୂଳିଆ,୧୫।୭(ଲିଙ୍ଗରାଜ ରାଉତ/ତୁଷାରକାନ୍ତ ବେହେରା): ବେପରୁଆ ଗାଡ଼ିଚାଳନା ଯୋଗୁ ଆମ ବସ୍‌ ଧକ୍କାରେ ସୋମବାର ରାତିରେ ପୁଣି ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଟକ ରାଣୀହାଟ ବେହେରା ସାହିର ଶୁଭେନ୍ଦୁ ପରିଡ଼ା। ଏହାକୁ ନେଇ କରି ଉତ୍ତ୍ୟକ୍ତ ଲୋକେ ସେଠାରେ ହୋହଲ୍ଲା କରିଥିଲେ। ବାରଙ୍ଗ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବାରୁ ଉତ୍ତେଜନା ଥମିଥିଲା। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଆମ ବସ୍‌କୁ ଜବତ କରି ଥାନାକୁ ଆଣିଥିଲା।

ତେବେ ଘଟଣାସ୍ଥଳରୁ ବସ୍‌ଚାଳକ ଫେରାର ହୋଇଯାଇଥିବା ପୋଲିସ କହିଛି। ଯେ, ସୋମବାର ରାତିରେ ୧୮ନଂ. ରୁଟ୍‌ରେ ଯାଉଥିବା ଆମ ବସ୍‌ (ଓଡ଼ି ୩୩ ଭି ୪୫୭୭) ଭୁବନେଶ୍ୱରରୁ ଯାତ୍ରୀ ନେଇ ଜଗତପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିଲା। ରାତି ପ୍ରାୟ ୮ଟା ୧୦ ମିନିଟ୍‌ ସୁଦ୍ଧା ଆମ ବସ୍‌ଟି ବାରଙ୍ଗ ବ୍ଲକ ସାମ୍ନାରେ ପହଞ୍ଚିଥିଲା। ଶୁଭେନ୍ଦୁ ବସ୍‌ ଆଗରେ ଯାଉଥିବେଳେ ବାରଙ୍ଗ ମୁଖ୍ୟରାସ୍ତାରେ ଏକ ଖାଲ ଥିବାରୁ ସେ ବାଇକ୍‌ର ଗତି କମାଇଥିଲେ। ଏହି ସମୟରେ ଆମ ବସ୍‌ ତାଙ୍କ ବାଇକ୍‌ (ଓଡ଼ି ୦୫ ଏଜେଡ୍‌ ୪୦୩୨)କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଶୁଭେନ୍ଦୁ ବାଇକ୍‌ରୁ ଛିଟିକି ପଡ଼ି ଆମ ବସ୍‌ରେ ପିଟିହୋଇ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଉପସ୍ଥିତ ସ୍ଥାନୀୟ ଲୋକେ କହିଛନ୍ତି।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଆମ ବସ୍‌ର ଆଗ କାଚକୁ ଭାଙ୍ଗିବା ସହ ଚାଳକଙ୍କ ବେପରବାୟ ଗାଡ଼ି ଚାଳନାକୁ ବିରୋଧ କରି ହୋହହ୍ଲା ଆରମ୍ଭ କରିଥିଲେ। ଖବରପାଇ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ମୃତକଙ୍କ ପରିବାରକୁ କ୍ଷତିପୁରଣ ଓ ଆମ ବସ୍‌ର ମନମାନୀ ଉପରେ ଅଙ୍କୁଶ ଲଗାଇବା ଜିଦ୍‌ରେ ଉତ୍ତ୍ୟକ୍ତ ଲୋକେ ଅଟଳ ରହିଥିଲେ। ଏହି ଘଟଣା ପରେ ପ୍ରାୟ ଅଧଘଣ୍ଟା ପାଇଁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ପୋଲିସ ଦୁର୍ଘଟଣାପଟ ରାସ୍ତାକୁ ବନ୍ଦ କରି ଅନ୍ୟପଟ ରାସ୍ତାରେ ଯାତାୟାତର ସୁବିଧା କରିବାରୁ ସାଧାରଣ ଲୋକ ଯାତାୟାତ କରିପାରିଥିଲେ। ଖବରପାଇ ଏସିପି ଅମିତାଭ ମହାପାତ୍ର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଆଇନଗତ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା କମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri