ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଘରେ ରାମ ଚରଣ ପହଞ୍ଚି… 

ହାଇଦ୍ରାବାଦ: ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଅଜିନେତାଙ୍କ ଜେଜେମା’ ଅଲ୍ଲୁ କନକରତ୍ନମ ଗରୁଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ସେ ଶନିବାର ମଧ୍ୟରାତ୍ରି ୧:୪୫ରେ ଶେଷ ନିଶ୍ଚାସ ତ୍ୟାଗ କରିଛନ୍ତି। ରିପୋର୍ଟ ଅନୁସାରେ, ସେ ଦୀର୍ଘ ଦିନ ଧରି ବୟସଜନିତ ରୋଗରେ ପୀଡ଼ିତ ଥିଲେ। ଜେଜେମା’ଙ୍କ ନିଧନରେ ଅଲ୍ଲୁ ଅର୍ଜୁନ ଏବଂ ଚିରଞ୍ଜୀବୀଙ୍କ ପରିବାର ଗଭୀର ଶୋକରେ ବୁଡ଼ି ରହିଛନ୍ତି।

ମୃତ୍ୟୁ ପରେ ଅଲ୍ଲୁ ଅର୍ଜୁନଙ୍କ ଜେଜେମା’ଙ୍କ ପାର୍ଥିବ ଶରୀରକୁ ଅଲ୍ଲୁ ଅରବିନ୍ଦଙ୍କ ଘରେ ରଖାଯାଇଥିଲା, ଯେଉଁଠାରେ ପରିବାର ସହ ସମ୍ପର୍କୀୟମାନେ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ। ଅଲ୍ଲୁ କନକରତ୍ନମଙ୍କ ନିଧନ ଯୋଗୁ ରାମ ଚରଣ ମଧ୍ୟ ତାଙ୍କ ଶୁଟିଂ ଅଧାରୁ ଛାଡ଼ି ଅଲ୍ଲୁ ଅରବିନ୍ଦଙ୍କ ଘରେ ପହଞ୍ଚିଥିଲେ। ଅଲ୍ଲୁ ଅର୍ଜୁନଙ୍କ ଜେଜେମା’ଙ୍କ ନିଧନ ଖବରକୁ ନେଇ ଟଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ସୃଷ୍ଟି ହୋଇଛି। ଏହି ଦୁଃଖଦ ମୁହୂର୍ତ୍ତରେ ପରିବାର ସହ ରହିବା ପାଇଁ ଅଲ୍ଲୁ ଅର୍ଜୁନ ଏବଂ ରାମ ଚରଣ ସେମାନଙ୍କ ଶୁଟିଂ ଅଧାରୁ ବନ୍ଦ କରି ହାଇଦ୍ରାବାଦ ଫେରିଛନ୍ତି।

ଅଲ୍ଲୁ ଅର୍ଜୁନ ମୁମ୍ବାଇରେ ଏଟଲୀଙ୍କ ଫିଲ୍ମର ଶୁଟିଂ କରୁଥିବା ବେଳେ ରାମ ଚରଣ ମୈସୁରରେ ଶୁଟିଂରେ ବ୍ୟସ୍ତ ଥିଲେ। ଏକ ଭିଡିଓରେ ଅଲ୍ଲୁ ଅର୍ଜୁନ ଶୋକାକୁଳ ଅବସ୍ଥାରେ ଦେଖାଯାଇଛନ୍ତି, ଯେଉଁଥିରେ ଚିରଞ୍ଜୀବୀ ମଧ୍ୟ ନଜର ଆସିଛନ୍ତି। ଅନ୍ୟପକ୍ଷରେ, ଅଲ୍ଲୁ କନକରତ୍ନମଙ୍କ ଅନ୍ତିମ ଦର୍ଶନ ପାଇଁ ରାମ ଚରଣ ଅଲ୍ଲୁ ଅରବିନ୍ଦଙ୍କ ଘରେ ପହଞ୍ଚି ଅଲ୍ଲୁ ଅର୍ଜୁନଙ୍କୁ ଆଲିଙ୍ଗନ କରିଥିଲେ। ଚିରଞ୍ଜୀବୀ ଏକ ଟୁଇଟ୍‌ରେ ଲେଖିଛନ୍ତି, “ଆମ ଶାଶୁମା, ଶ୍ରୀ ଅଲ୍ଲୁ ରାମାଲିଙ୍ଗୟ୍ୟାଙ୍କ ପତ୍ନୀ କନକରତ୍ନମ ଗରୁଙ୍କ ନିଧନ ହୃଦୟ ବିଦାରକ। ସେ ପରିବାର ପାଇଁ ଦେଖାଇଥିବା ପ୍ରେମ, ସାହସ ଓ ମୂଲ୍ୟବୋଧ ସବୁଦିନ ପାଇଁ ଆମ ପାଇଁ ପ୍ରେରଣା ହେବ। ମୁଁ ପ୍ରାର୍ଥନା କରୁଛି ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।”

Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri