ପଦାର୍ଥ ବିଜ୍ଞାନରେ ଆଲେନ-କ୍ଲାଉଜର-ଆଣ୍ଟୋନଙ୍କୁ ନୋବେଲ…

ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ମଙ୍ଗଳବାର ଆଲେନ ଆସ୍ପେକ୍ଟ, ଜନ ଏଫ କ୍ଲାଉଜର ଏବଂ ଆଣ୍ଟୋନ ଜିଲିଙ୍ଗଙ୍କୁ ମିଳିତ ଭାବେ ପଦାର୍ଥ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।

ନୋବେଲ ବିଜେତାମାନେ ଏନଟାଙ୍ଗେଲଡ କ୍ୱାଣ୍ଟମ ଷ୍ଟେଟ୍‌ ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଛନ୍ତି। ଦୁଇ ଭିନ୍ନ ପାର୍ଟିକିଲ ପରସ୍ପରଠାରୁ ଅଲଗା ହୋଇ ମଧ୍ୟ ଏକ ସିଙ୍ଗଳ ୟୁନିଟ୍‌ ଭାବେ କିଭଳି କାର୍ଯ୍ୟ କରିଥାନ୍ତି ତାହା ଉପରେ ନୋବେଲ ବିଜେତାମାନଙ୍କ ଦ୍ୱାରା ବିସ୍ତୃତ ଗବେଷଣା କରାଯାଇଛି।

ଜନ କ୍ଲଜର୍‌ ଏକ ଯନ୍ତ୍ର ନିର୍ମାଣ କରିଥିଲେ ଯାହା ଏକ ସମୟରେ ଦୁଇଟି ଏନଟାଙ୍ଗେଲଡ ଫୋଟନ ନିର୍ଗତ କରିବାକୁ ସକ୍ଷମ। ପ୍ରତ୍ୟେକ ଏକ ଫିଲ୍ଟର୍‌ ଆଡକୁ ଗତି କରୁଥିଲେ ଯାହା ସେମାନଙ୍କର ପୋଲାରାଇଜେଶନକୁ ପରୀକ୍ଷା କରିଥିଲା। ନୋବେଲ ପୁରସ୍କାର ସଂଗଠନ ଅନୁଯାୟୀ କ୍ୱାଣ୍ଟମ ମେକାନିକ୍ସର ପୂର୍ବାନୁମାନ ସହିତ ଏହି ଗବେଷଣା ଫଳାଫଳ ସହମତ ହୋଇଛି।

ଆଲେନ ଆସ୍ପେକ୍ଟ ଗୁରୁତ୍ୱପୂର୍ଣ୍ଣ ଲୁଫହୋଲ ବନ୍ଦ କରିବାକୁ ଏକ ସେଟଅପ ବିକଶିତ କରିଥିଲେ। ଏକ ଏନଟାଙ୍ଗେଲଡ ଯୋଡି ଏହାର ଉତ୍ସ ଛାଡିବା ପରେ ମାପ ସେଟିଂସମୂହକୁ ସୁଇଚ କରିବାକୁ ସକ୍ଷମ ହୋଇଥିଲା।

ସେହିପରି ଆଣ୍ଟନ ଜେଲିଙ୍ଗର୍‌ ଏନଟାଙ୍ଗେଲଡ କ୍ୱାଣ୍ଟମ ସ୍ଥିତି ଉପରେ ଅନୁସନ୍ଧାନ କରିଥିଲେ।

ଆଲେନ ଆସପେକ୍ଟ ଫ୍ରାନ୍ସର ପଦାର୍ଥ ବିଜ୍ଞାନୀ ହୋଇଥିବାବେଳେ ଜନ ଏ କ୍ଲାଉଜର ଆମେରିକାର ବୈଜ୍ଞାନିକ ଏବଂ ଆଣ୍ଟନ ଜିଲିଙ୍ଗର୍‌ ଅଷ୍ଟ୍ରିଆର ଜଣେ ବୈଜ୍ଞାନିକ।

 


Enter your email to get our daily news in your inbox.

All Right Reserved By Dharitri.Com

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

ରୋହିତ-ବିରାଟଙ୍କ ଟେଷ୍ଟ ଅବସର ପଛରେ କିଏ? ଗମ୍ଭୀରଙ୍କ ବଡ଼ ବୟାନ: ‘ଭୁଲ୍ ହୋଇଥାଇପାରେ’

କୋଲକାତା,୧୬।୩: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଷ୍ଟାର୍ ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା…

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କଲା ଭାଜପା, ଏଥର ପୁଣି ମମତା-ଶୁଭେନ୍ଦୁଙ୍କ କଡ଼ା ଟକ୍କର

କୋଲକାତା,୧୬ା୩: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଭାରତୀୟ ଜନତା ପାର୍ଟି ଶୁଭେନ୍ଦୁ ଅଧିକାରୀ ଏବଂ ଦିଲୀପ ଘୋଷଙ୍କୁ…

SCB ନିଆଁ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର,୧୬ା୩(ସୁନିତ୍‌ ମିଶ୍ର): କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

IDFର ଦାବି, ଅଲି ଖାମେନେଇଙ୍କ ବିମାନ ଧ୍ବସଂ କଲା ଇସ୍ରାଏଲ

ନୂଆଦିଲ୍ଲୀ,୧୬।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ସୋମବାର ସକାଳେ ଇସ୍ରାଏଲ ତେହେରାନର ମେହରାବାଦ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)…

LPG ବଦଳରେ PNG: ଗ୍ରାହକଙ୍କ ପାଇଁ ସରକାର, ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ନୂଆଦିଲ୍ଲୀ,୧୬।୩: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ…

ଯେତେ ଲଢିବା କଥା ଲଢନ୍ତୁ ଇରାନ, ଇସ୍ରାଏଲ, ଆମେରିକା: ଏଥିରୁ ରକ୍ଷା ପାଇବାର ରାସ୍ତା ପାଇଗଲା ଭାରତ

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ଗ୍ୟାସ ଅଭାବ ମଧ୍ୟରେ, ନୂଆଦିଲ୍ଲୀ ନିରନ୍ତର ପଦକ୍ଷେପ ନେଉଛି। ଆର୍ଥିକ ସଙ୍କଟର ଆଶଙ୍କା ମଧ୍ୟରେ ନରେନ୍ଦ୍ର ମୋଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri