Posted inଜାତୀୟ

ଝାଡ଼ଖଣ୍ଡରେ ସରକାରଙ୍କୁ କ୍ଷମତାଚ୍ୟୁତ ଷଡ଼ଯନ୍ତ୍ର ଅଭିଯୋଗ, ଚିଠିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ନାମ…

ରାଞ୍ଚି, ୩୧।୭ : ଝାଡଖଣ୍ଡର ୩ ବିଧାୟକଙ୍କଠାରୁ ନଗଦ ଟଙ୍କା ଜବତ ପରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଅଭିଯୋଗ ଆସୁଛି। ଝାଡଖଣ୍ଡର ଜଣେ କଂଗ୍ରେସ ବିଧାୟକ ଏକ ଚିଠି ପ୍ରକାଶ କରିଛନ୍ତି। ଏହି ଲେଟର ବମ୍‌ ଯୋଗୁ ରାଜ୍ୟ ରାଜନୀତି ସରଗରମ ହେବାରେ ଳାଗିଛି।

ବେରମୋ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ କୁମାର ଜୟମଙ୍ଗଲ ସିଂ ହାୱଡ଼ାରେ ଧରାଯାଇଥିବା ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହା ସହିତ ଜୟମଙ୍ଗଲ ସିଂ ଚିଠିରେ ଲେଖିଛନ୍ତି ଯେ ଝାଡଖଣ୍ଡରେ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଷଡଯନ୍ତ୍ର ହୋଇଛି। ଏଥିରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମାଙ୍କ ସମ୍ପୃକ୍ତି ରହିଛି। କୁମାର ଜୟମଙ୍ଗଲ ସିଂ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଏହି ତିନିଜଣ ବିଧାୟକ ତାଙ୍କୁ ଭେଟିବା ପାଇଁ କୋଲକାତା ଡାକିଥିଲେ।

ଜୟମଙ୍ଗଲଙ୍କ କହିବାନୁସାରେ, ଏହା ପରେ ତିନିଜଣ ବିଧାୟକ ତାଙ୍କୁ ଗୁଆହାଟୀକୁ ନେବାକୁ ଚାହୁଁଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମାଙ୍କୁ ଭେଟିବାର ଯୋଜନା ଥିଲା। ଏହି ଚିଠିରେ କଂଗ୍ରେସ ବିଧାୟକ ଲେଖିଛନ୍ତି ଯେ ଆସାମର ମୁଖ୍ୟମନ୍ତ୍ରୀ ଏହି ଲୋକଙ୍କୁ କିଛି ବିଶେଷ ପ୍ରତିଶୃତି ଦେଇଥିଲେ।

ପ୍ରତିଶ୍ରୁତିି ଅନୁଯାୟୀ, ଝାଡଖଣ୍ଡର କଂଗ୍ରେସ ଏବଂ ଜେଏମଏମ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଏହା ପରେ ଗଠିତ ନୂତନ ସରକାରରେ ବିଧାୟକମାନଙ୍କୁ ମଧ୍ୟ ମନ୍ତ୍ରୀ ପଦ ଏବଂ ୧୦ କୋଟି ଟଙ୍କା ଦେବାକୁ କୁହାଯାଇଥିଲା। ଏବେ ଜୟମଙ୍ଗଳଙ୍କ ଏହି ଚିଠି ନେଇ କଂଗ୍ରେସ ଭାଜପାକୁ ଟାର୍ଗେଟ କରିବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri