ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି ଅଭିଯୋଗ ଭିତ୍ତିହୀନ, ତଦନ୍ତ ପରେ ପଡ଼ିଲା ଜଣା

କେସିଙ୍ଗା,୧୨ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଉତକେଲା ପଞ୍ଚାୟତର କୋକୋଡ଼ମାଲ ଗ୍ରାମର ସୁଲୋଚନା ବାଗ୍‌ (୮୦) ଓ ସୁମିତ୍ରା ପଟ୍ଟନାୟକ ଏକ ବର୍ଷ ହେଲା ଭତ୍ତା ପାଇ ନ ଥିବାର କେସିଙ୍ଗା ବିଡିଓ କୌଣସି ସୂତ୍ରରୁ ଖବର ପାଇ ତଦନ୍ତ ପାଇଁ ଶନିବାର ଉକ୍ତ ଗ୍ରାମକୁ ଯାଇଥିଲେ। ସେହି ଗ୍ରାମର ଲକ୍ଷ୍ମୀ ଗୌଡ଼, ଜଗନ୍ନାଥ ବେହେରା, ସୁଭଦ୍ରା କହର,ତନୟା ଗୌଡ଼ଙ୍କ ଘରକୁ ଘର ବୁଲି ତଦନ୍ତ କରିଥିଲେ। ସମସ୍ତ ହିତାଧିକାରୀ ଜୁଲାଇ ୨୦୨୩ ଯାଏ ଭତ୍ତା ପାଇଥିବା ଜାଣିବାକୁ ମିଳିଥିଲା। ଚାଉଳ ମଧ୍ୟ ପାଇଥିବାର ତଦନ୍ତରୁ ଜଣାପଡ଼ିଥିଲା।
ଏହି ତଦନ୍ତରେ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁ, ଉତକେଲା ସରପଞ୍ଚ ନରେନ୍ଦ୍ର ମାଝି ଏବଂ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା, ଓ୍ବାର୍ଡସଭ୍ୟ ଓ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ।


ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁଙ୍କୁ ପଚାରିବାରୁ ବାର୍ଦ୍ଧକ୍ୟ ହେତୁ ସେମାନେ ପଞ୍ଚାୟତ ଯାଇ ପାରି ନ ଥିଲେ। ଘରକୁ ଆଣି ଭତ୍ତା ସୂଚାରୁରୂପେ ବଣ୍ଟନ କରାଯାଇଛି। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ କି ହଡ଼ପ ହୋଇନାହିଁ ବୋଲି ପ୍ରକାଶ କରିଥିଲେ।
ଏ ନେଇ ଉତକେଲା ସରପଞ୍ଚ ନରେନ୍ଦ୍ର ମାଝିଙ୍କୁ ପଚାରିବାରୁ ଠିକ୍‌ ଭାବେ ଭତ୍ତା ଓ ଚାଉଳ ବଣ୍ଟନ ହେଉଛି। ଉତକେଲା ପଞ୍ଚାୟତକୁ ବଦନାମ କରିବାକୁ କେତେକ ଖଳକୃତିର ଲୋକ ଚକ୍ରାନ୍ତ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।
ଏ ବାବଦରେ ଉତକେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖାଙ୍କୁ ପଚାରିବାରୁ ମୁଁ ଜଣେ ପିଇଓ ଚାଞ୍ଚେର ଓ ଉତକେଲା ଦୁଇଟି ପଞ୍ଚାୟତରେ ଚାଉଳ ବାଣ୍ଟୁଛି, ଆଉ ଗୋଟିଏ ଫିଙ୍ଗର ମେଶିନ ଥିବାରୁ ଚାଉଳ ଦେବାରେ ବିଳମ୍ବ ହେଉଛି। ଭତ୍ତା ମଧ୍ୟ ଠିକ୍‌ ଭାବେ ବଣ୍ଟନ କରାଯାଉଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ 

ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri