ଏଲ୍‌ଟିଆର୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର,୨୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିଶନ(OSSC) ପକ୍ଷରୁ ଶିକ୍ଷକ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହୋଇଛି। ସିଲ୍‌ ନ ଥିବା ପ୍ରଶ୍ନପତ୍ରକୁ ନେଇ କେନ୍ଦ୍ରରେ ଅସନ୍ତୋଷ ଜାହିର କରିଛନ୍ତି ପରୀକ୍ଷାର୍ଥୀ। ଲିଭ ଟ୍ରେନିଂ ରିସର୍ଚ୍ଚ ଟିଚର (ଏଲ୍‌ଟିଆର) ପରୀକ୍ଷା ରବିବାର ସହରର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଜିଲାର ବିଭିନ୍ନ ବ୍ଲକରୁ ଶହଶହ ପରୀକ୍ଷାର୍ଥୀ ବ୍ରହ୍ମପୁରକୁ ଆସିଥିଲେ।

ତେବେ ବ୍ରହ୍ମପୁରସ୍ଥିତ ସିଟି ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା ସମୟରେ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା। କେନ୍ଦ୍ରରେ ପରୀକ୍ଷା ପ୍ରଶ୍ନପତ୍ର ବଣ୍ଟନ ବେଳେ ନିୟମ ଅନୁଯାୟୀ ରହୁଥିବା ସିଲ୍‌ ନ ଥିଲା। ଏ ନେଇ ପରୀକ୍ଷାର୍ଥୀ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ପ୍ରଶ୍ନପତ୍ର ବଦଳି କରାଯାଇଥିଲା। ପ୍ରଶ୍ନପତ୍ରରୁ ସିଲ୍‌ ନ ଥିବାକୁ ନେଇ ପରୀକ୍ଷାର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ କରିଛନ୍ତି ପରୀକ୍ଷାର୍ଥୀ। ଅନ୍ୟପକ୍ଷେ କେନ୍ଦ୍ର ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡେଣ୍ଟ ଗୋପାଳ ମିଶ୍ରଙ୍କ କହିବାନୁସାରେ, କେନ୍ଦ୍ର ପକ୍ଷରୁ ସରକାରୀ ନିୟମ ଅନୁସାରେ ସମସ୍ତ କାମ କରାଯାଇଛି।

ପ୍ରଶ୍ନପତ୍ର ତ୍ରିସ୍ତରୀୟ ସୁରକ୍ଷାରେ ରହୁଛି। ପ୍ରଥମଟି ହେଲା ସଂସ୍ଥା ପକ୍ଷରୁ ଆସିବା ସମୟରେ ସିଲ୍‌ ରହୁଛି। ଦ୍ୱିତୀୟ କେନ୍ଦ୍ରରେ ପହଞ୍ଚିବା ପରେ ଶ୍ରେଣୀଗୃହରେ ପରୀକ୍ଷାର୍ଥୀଙ୍କ ସମ୍ମୁଖରେ ପ୍ୟାକେଟରେ ଥିବା ପ୍ରଶ୍ନପତ୍ରକୁ ସିଲ୍‌ ଖୋଲି ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ଶେଷରେ ପରୀକ୍ଷା ଖାତାରେ ରହିଥିବା ସିଲ୍‌ ଦୁଇଟି ଖାତାରେ ପୂର୍ବରୁ ନାହିଁ ବୋଲି କେନ୍ଦ୍ରରେ ପିଲାମାନେ ଅଭିଯୋଗ କରିଥିଲେ ଯାହା ପରେ ଆମେ ଉପନିରୀକ୍ଷକଙ୍କ ଉପସ୍ଥିତିରେ ପରିବର୍ତ୍ତନ କରିଥିଲୁ ବୋଲି କହିଛନ୍ତି। ପ୍ରଶ୍ନପତ୍ରରେ ଟ୍ୟାମ୍ପରିଂ ହୋଇନାହିଁ। ଘଟଣା ବିଷୟରେ ଅଭିଯୋଗକାରୀ ଜିଲ୍ଲାପ୍ରଶାସନଙ୍କୁ ଅଗବତ କରାଇବା ପରେ କେନ୍ଦ୍ରରେ ବରିଷ୍ଠ ଅଧିକାରୀ ଓ ପୋଲିସ ପହଂଚି ତନାଘନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri