କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗ: ୪ ଗିରଫ

ପୋଲସରା,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ଥିବା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରର ଶୈଳବାଳା ମିଶ୍ର, ପୋଲସରା ଥାନା ଚିରିକିପଡ଼ା ଶାସନ ଗ୍ରାମର ନାରାୟଣ ପ୍ରଧାନ, ଯଦୁମଣି ପ୍ରଧାନ ଓ ଭଞ୍ଜନଗରର (ଭୁବନେଶ୍ୱରରେ ରହୁଥିବା ଶିବରାମ ଗୌଡ଼)।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ରହୁଥିବା ଶୈଳବାଳା ଚିରିକିପଡ଼ା ଶାସନର ସହଯୋଗୀଙ୍କ ସହ କଥାବାର୍ତ୍ତା କରି ସେହି ଗ୍ରାମର ରଞ୍ଜନ କୁମାର ସାହୁଙ୍କ ସହ ଯୋଗାଯୋଗ କରି କହିଥିଲେ କି ତୁମ ପାଇଁ ଭୁବନେଶ୍ୱରସ୍ଥିତ ଏମ୍ସ (AIIMS) ହସ୍ପିଟାଲରେ କ୍ୟାଣ୍ଟିନ କରାଇଦେବାର ପ୍ରଲୋଭନ ଦେଖାଇ ରଞ୍ଜନ ସାହୁଙ୍କଠାରୁ ୫୬ ଲକ୍ଷ ୫୦ହଜାର ଟଙ୍କା ୨୦୨୧ରେ ଠକି ନେଇଥିଲେ। କାର୍ଯ୍ୟରେ ବିଳମ୍ବ ହେବାରୁ ରଞ୍ଜନ ଶୈଳବାଳା ନେଇଥିବା ଅର୍ଥ ରାଶି ଫେରାଇବା ଲାଗି କହିଥିଲେ। ଇତିମଧ୍ୟରେ ବହୁ ପାଟିତୁଣ୍ଡ ହେବା ପରେ ୫ଲକ୍ଷ ୫୦ହଜାର ଟଙ୍କା ଫେରାଇଥିଲେ। ଆଉ ବଳକା ୫୧ଲକ୍ଷ ଟଙ୍କା ଦେବାରେ ବିଳମ୍ବ ହୋଇଥିଲା। ଏହି ଘଟଣାରେ ରଞ୍ଜନ ସାହୁ ବିବ୍ରତ ହୋଇ ଗତ ୮ ତାରିଖରେ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଚଳାଇ ମୁଖ୍ୟ ଅଭିଯୁକ୍ତ ଥିବା ମହିଳା ଶୈଳବାଳାଙ୍କୁ ଭୁବନେଶ୍ୱରରୁ ଧରି ଆଣି ଥାନାରେ ପଚରାଉଚରା ସମୟରେ ସବୁ ସତ ପ୍ରକାଶ କରିଥିଲେ। ପୋଲିସ ସହଯୋଗୀ ନାରାୟଣ ପ୍ରଧାନ, ଯଦୁମଣି ପ୍ରଧାନ ଓ ଶିବରାମ ଗୌଡ଼ ପ୍ରମୁଖଙ୍କୁ ତଦନ୍ତ କରିଥିଲା ଠିକ୍‌ ସେହିପରି ନୟାଗଡ଼ର ଅର୍ଚ୍ଚନା କୁମାରୀ ସାହୁଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ୬ ଲକ୍ଷ ଟଙ୍କା ନେଇଥିଲେ। ଅର୍ଚ୍ଚନା ମଧ୍ୟ ବିବ୍ରତ ହୋଇ ସମ୍ପୃକ୍ତ ଶୈଳବାଳାଙ୍କ ବିରୋଧରେ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ପୋଲିସ ୨୫୬/୨୩ରେ ମାମଲା ରୁଜୁ କରିଛି। ଠକେଇ କରୁଥିବା ଶୈଳବାଳା ପୋଲସରା ଥାନାଞ୍ଚଳର ଚିରିକିପଡ଼ା ଶାସନ ସମେତ ଆଖ ପାଖ ଅଞ୍ଚଳରୁ ପ୍ରାୟ ପାଖାପାଖି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କିଛି ବ୍ୟକ୍ତି ଠକେଇ ଶୈଳବାଳାଙ୍କଠାରୁ ଧମକ ପାଇ ରହିଥିବା ଜଣେ ମହିଳା ନିଜର ନାମ ଗୋପନ ରଖି କହିଥିଲେ। ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଅଭିଯୋଗକାରୀଙ୍କ ଏତଲାନୁସାରେ ମୁଖ୍ୟ ମହିଳା ଅଭିଯୁକ୍ତ ଓ ସହଯୋଗୀ ଏହିପରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri