ଚଞ୍ଚକତା କରି ସଂଘ ଟଙ୍କା ହଡ଼ପ

ବାଲେଶ୍ୱର ଅଫିସ,୧୩।୧୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଆର୍ମଳା ପଞ୍ଚାୟତର ବାବା ଆର୍ତ୍ତେଶ୍ୱର ସ୍ବୟଂ ସହାୟକ ସଂଘ (ଏସ୍‌ଏଚ୍‌ଜି)ର ସଭାପତି ଓ ସମ୍ପାଦିକା ସଂଘ ନାମରେ ବିଭିନ୍ନ ପ୍ରକଳ୍ପ ଆଣି ସଦସ୍ୟାଙ୍କୁ ନ ଜଣାଇ ମନମୁଖୀ କାର୍ଯ୍ୟ କରିବା ସହ ସଂଘ ନାମରେ ଅର୍ଥ ଲୁଟ୍‌ କରିବା ନେଇ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ବାବା ଆର୍ତ୍ତେଶ୍ୱର ସ୍ବୟଂ ସହାୟକ ସଂଘର ସମ୍ପାଦିକା ସୁକାନ୍ତି ଲେଙ୍କା ରେମୁଣା ବ୍ଲକ ମହାସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସମୟରେ ରେମୁଣା ବ୍ଲକ ମାଧ୍ୟମରେ ଆସୁଥିବା ଟ୍ରେନିଂ ପ୍ରୋଗ୍ରାମ, ସଚେତନତା କାର୍ଯ୍ୟକ୍ରମ ଭଳି କେତେକ ସରକାରୀ ପ୍ରକଳ୍ପକୁ ଉକ୍ତ ସଂଘ ନାମରେ ଆଣି କାର୍ଯ୍ୟ କରିଚାଲିଛନ୍ତି। ଏ ସମ୍ପର୍କରେ ସଂଘର ସଦସ୍ୟାମାନଙ୍କୁ ନ ଜଣାଇ ବିଭିନ୍ନ ଆଳରେ ସଦସ୍ୟାମାନଙ୍କ ସ୍ବାକ୍ଷର କରାଇ ନେଇ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇବା ସହ ବ୍ଲକର ପଦାଧିକାରୀଙ୍କ ସହ ମିଶି ଉକ୍ତ କାର୍ଯ୍ୟକ୍ରମର ଲାଭାଂଶକୁ ଚଞ୍ଚକତା ପୂର୍ବକ ନିଜେ ରଖୁଛନ୍ତି। ସଦସ୍ୟାମାନେ ଏହା ଜାଣିପାରି ତାଙ୍କୁ ପଚାରିବାରୁ କୌଣସି ଉତ୍ତର ନ ଦେବା ସହ ସେମାନଙ୍କ ଉପରେ କ୍ଷୁବ୍ଧ ହେଉଛନ୍ତି। ଅନ୍ୟପକ୍ଷରେ ସୋମନାଥପୁର ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରେ ଖୋଲାଯାଇଥିବା ସଂଘର ଖାତାକୁ ଯାଞ୍ଚ କରିବା ପରେ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି। ସଭାପତି ସସ୍ମିତା ମହାପାତ୍ର ଓ ସମ୍ପାଦିକା ଲେଙ୍କା ଉକ୍ତ ଟଙ୍କା କାରବାର ସମ୍ପର୍କରେ ସଦସ୍ୟାମାନଙ୍କୁ ଅନ୍ଧାରରେ ରଖିଥିବା ଅଭିଯୋଗରେ ଦର୍ଶାଯାଇଛି। ସଂଘର ସଦସ୍ୟା ମମତା ପଣ୍ଡା, ଗୌରୀମଣି ଆଚାର୍ଯ୍ୟ, ରାଜସ୍ମିତା ପଣ୍ଡା, ସବିତା ରାଣୀ ପ୍ରଧାନ, ତିଳୋତ୍ତମା ପ୍ରଧାନ, ଆରତୀ ବାରିକ, ଶିବାନୀ ମହାପାତ୍ର ପ୍ରମୁଖ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଏଥିସହିତ ଏହାର ଅବିକଳ ନକଲ ବ୍ଲକ ଚେୟାରମ୍ୟାନ୍‌, ବିଡିଓଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।
ଏନେଇ ସଂଘର ସମ୍ପାଦିକା ସୁକାନ୍ତି ଲେଙ୍କା କହନ୍ତି, ମହାସଂଘର ସଭାପତି ଥିବାରୁ କୃଷି ବିଭାଗ ପକ୍ଷରୁ ଖରିଫ୍‌ ଚାଷ ପାଇଁ ୧୫ଦିନିଆ ଏବଂ ରବି ଚାଷ ପାଇଁ ୬ ଦିନିଆ ବିହନ ସଂଶୋଧନ ଟ୍ରେନିଂ କାର୍ଯ୍ୟକ୍ରମ ୧୫ଟି ପଞ୍ଚାୟତ ପାଇଁ ମିଳିଥିଲା। ଏଥିପାଇଁ ୮୭ହଜାର ଓ ୪୦ହଜାର ଟଙ୍କା ସଂଘ ଖାତାକୁ ଆସିଛି ଓ ଖର୍ଚ୍ଚ ମଧ୍ୟ ହୋଇଛି। ଅନ୍ୟପକ୍ଷରେ ବ୍ଲକରେ କରାଯାଇଥିବା ସିଆର୍‌ପି (କ୍ଲଷ୍ଟର ରିସର୍ଚ୍ଚ ପ୍ରୋଗ୍ରାମ) ପାଇଁ ୨ଲକ୍ଷ ୬୮ହଜାର ଟଙ୍କା ସଂଘ ଖାତାକୁ ଆସିଥିବା ବେଳେ ଅଧିକାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି। ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ସଂଘର ସଦସ୍ୟାମାନେ ଭଲ ଭାବେ ଜାଣିଶୁଣି ଲିଖିତ ସମ୍ମତି ଜଣାଇଥିଲେ। ଅଭିଯୋଗ କରୁଥିବା ସଦସ୍ୟାମାନେ କୌଣସି କାର୍ଯ୍ୟ ନ କରି ଅର୍ଥ ଦାବି କରିଥିଲେ। ଏହା ସମ୍ଭବ ନ ହେବାରୁ ଅଭିଯୋଗ ଆଣିଛନ୍ତି। ଯାହା ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri