ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣରେ ଲାଞ୍ଚ ଅଭିଯୋଗ

ଯାଜପୁର ଅଫିସ,୨୮।୮: ଯାଜପୁର ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସିରେ ଫାଇଲ୍‌ ଘୁଞ୍ଚେ ନାହିଁ ବୋଲି ଠିକାଦାରମାନେ ଅଭିଯୋଗ କରିଆସୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଆରଡି ରାସ୍ତାଠାରୁ ଡୁବିଖାଲ ପିଏମ୍‌ଜିଏସ୍‌ୱାଇ ରାସ୍ତାରେ। ଏନ୍‌କ୍ୟୁଏମ୍‌(ନ୍ୟାଶନାଲ କ୍ବାଲିଟି ମନିଟର) ଏବଂ ଏସ୍‌କ୍ୟୁଏମ(ଷ୍ଟେସ କ୍ବାଲିଟି ମନିଟର) ଭଳି ସରକାରୀ ସଂସ୍ଥା କାର୍ଯ୍ୟ ମାନରେ ସବୁଜ ସଙ୍କେତ ଦେଇଥିବା ସତ୍ତ୍ବେ ଫାଇନାଲ ବିଲ ପାଇଁ ୫ ଲକ୍ଷ ଟଙ୍କା ଦାବି କରି ସମ୍ପୃକ୍ତ ଯନ୍ତ୍ରୀ ହଇରାଣ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟରଙ୍କ ନିର୍ଦ୍ଦେଶକ୍ରମେ ଏକାଧିକ ଥର ତଦନ୍ତ ହୋଇଥିଲେ ହେଁ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ପରୋକ୍ଷରେ ସହଯୋଗ କରାଯାଉଥିବା ଅଭିଯୋଗ ହେଉଛି।
୨୦୧୮-୧୯ ବର୍ଷରେ ୧.୩୩ କୋଟି ଟଙ୍କା ବ୍ୟୟରେ ଆର୍‌ଡି ରାସ୍ତାଠାରୁ ଡୁବିଖାଲ ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣ ହୋଇଥିଲା, ଯାହାକି ୨୫ା୬ା୨୦୨୧ରେ ସମ୍ପୂର୍ଣ୍ଣ ହୋଇଥିଲା। କାର୍ଯ୍ୟର ଫାଇନାଲ ବିଲ୍‌ କରିଦେବାକୁ ସମ୍ପୃକ୍ତ ଯନ୍ତ୍ରୀ ୫ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ଠିକାଦାର ପ୍ରଦୀପ୍ତ କୁମାର ବିଶ୍ୱାଳ ପିଏମ୍‌ଜିଏସୱାଇ ଚିଫ୍‌ ଇଞ୍ଜିନିୟରଙ୍କ ନିକଟରେ ୮ା୮ା୨୦୨୨ରେ ଅଭିଯୋଗ କରିଛନ୍ତି। ଯନ୍ତ୍ରୀଙ୍କ ଦାବିକୁ ସେ ନ ମାନିବାରୁ ଫାଇନାଲ ବିଲ୍‌ ପ୍ରସ୍ତୁତିରେ ଚଞ୍ଚକତା କରାଯାଇଛି। ପ୍ରାୟ ୩୨ ଲକ୍ଷ ଟଙ୍କା ବିଲ୍‌ କରିବାକୁ ଥିବାବେଳେ ବିନା କାରଣରେ ମାତ୍ର ୧୨ ଲକ୍ଷ ଟଙ୍କା ବିଲ୍‌ ହୋଇଥିଲା। ଯନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଉପରେ ସେ ୧୦ା୨ା୨୦୨୨ରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତରିକ୍ତ ସଚିବଙ୍କ ନିକଟରେ ଗ୍ରୀଭାନ୍ସ ପିଟିସନ ଦାଖଲ କରିଥିଲେ। ତଥାପି କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହାପରେ ପିଏମ୍‌ଜିଏସ୍‌ୱାଇର ଚିଫ୍‌ ଇଞ୍ଜିନିୟର ୧୭ା୮ା୨୦୨୨ରେ କେନ୍ଦ୍ରାପଡା-ଯାଜପୁର ଗ୍ରାମ୍ୟ ନିର୍ମାଣ ସର୍କିଲର ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟରଙ୍କୁ ଅଭିଯୋଗ ଅନୁସାରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଭିତ୍ତିକରି ୨୨ା୮ା୨୦୨୨ରେ କେନ୍ଦ୍ରାପଡ଼ା-ଯାଜପୁର ଗ୍ରାମ୍ୟ ନିର୍ମାଣ ସର୍କିଲର ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ଆବଶ୍ୟକ ତଦନ୍ତ କରିବାକୁ ଯାଜପୁର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଅନ୍ୟପକ୍ଷରେ ଉକ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ନିର୍ଦ୍ଧାରିତ ବ୍ୟୟ ଅଟକଳ ଅନୁସାରେ କାମ ହୋଇ ନ ଥିବାରୁ ଫାଇନାଲ ବିଲ୍‌ ତଦନୁସାରେ ପ୍ରସ୍ତୁତ ହୋଇଥିବା ଯନ୍ତ୍ରୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚରାଯିବାରୁ ସେ କହିଛନ୍ତି , ଉକ୍ତ ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତାର ଫାଇନାଲ ବିଲ୍‌ରେ ମାପିବା ପ୍ରକ୍ରିୟା ଭୁଲ୍‌ ରହିଛି ବୋଲି ଠିକାଦାର ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରଣରେ ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ପୁନଃ ମାପିବାକୁ ଆସିବେ। ଏହାପରେ ବିହତ ପଦକ୍ଷେପ ନିଆଯିବ
ସୂଚନାଥାଉ କି, ବେଆଇନ ଅର୍ଥ କାରବାର ଯୋଗୁ ଜିଲାର ଏକାଧିକ ପିଏମ୍‌ଜିଏସ୍‌ୱାଇ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଜଣାପଡିଛି। ୨୦୨୧ରେ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନରେ ବାଲିଚନ୍ଦ୍ରପୁର-ଦେକୁରୀ ଏବଂ ଏନଏଚ-୫(କ) ଠାରୁ ଭରତପୁର ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri