ଛାତ୍ରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର ଅଫିସ,୮ା୨: ବ୍ରହ୍ମପୁର ସରକାରୀ ପଲିଟେକନିକରେ ପଢୁଥିବା ଜଣେ ଛାତ୍ରଙ୍କୁ ଅନୁଷ୍ଠାନର ଶିକ୍ଷକମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଥିବା ନେଇ ଛାତ୍ରଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି।
ଆଶିଷ ମହାରଣା ପଲିଟେନିକର ମେକାନିକାଲ ଇଞ୍ଜିନିରିଂରେ ପଢୁଛନ୍ତି। ସେ ୨୦୧୯ରେ ଏଠାରେ ନାମ ଲେଖାଇବା ପରଠାରୁ ଏଠାକାର ଶିକ୍ଷକମାନେ ତାଙ୍କୁ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଇଆସୁଛନ୍ତି ବୋଲି ଆଶିଷଙ୍କ ମାଆ ଆରତୀ ମହାରଣା ଅଭିଯୋଗ କରିଛନ୍ତି। ତାଙ୍କ ସାର୍ଟିଫିକେଟ ନେଇ ଚାଲିଯିବାକୁ ଶିକ୍ଷକମାନେ ବାଧ୍ୟ କରୁଥିବା ସେ ଏତଲାରେ ଦର୍ଶାଇଛନ୍ତି। ନିର୍ଯାତନା ଅସହ୍ୟ ହେବାରୁ ଆଶିଷ ଗତ ୩ ତାରିଖରେ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କୁ ନ ପାଇ ପରିବାର ଲୋକେ ଗୋପାଳପୁର ଥାନାରେ ଏତଲା ଦେଇଥିଲେ। ହେଲେ ଏହାର ଦୁଇ ଦିନ ପରେ ତାଙ୍କୁ ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଥିଲା। ପଲିଟେକନିକର ଶିକ୍ଷକଙ୍କ ନିର୍ଯାତନା ସମ୍ପର୍କରେ ପରିବାର ପକ୍ଷରୁ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟରେ ଅଭିଯୋଗ କରାଯାଇଥିବା ବେଳେ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି। ପରେ ବୈଦ୍ୟନାଥପୁର ଥାନାରେ ନଂ ୭୧/୨୩ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ପଲିଟେକନିକ୍‌ ଅଧ୍ୟକ୍ଷ ନିଶାକର ମଲ୍ଲିକ କହିଛନ୍ତି, ଏଭଳି ଅଭିଯୋଗ ଭିତ୍ତିହୀନ। ସମ୍ପୃକ୍ତ ଛାତ୍ରଙ୍କର ଗତ ଜୁଲାଇରେ ପାଠପଢ଼ା ସରିଥିଲା। ହେଲେ ତାଙ୍କର ତୃତୀୟ ଓ ପଞ୍ଚମ ସେମିଷ୍ଟରରେ କେତେକ ପେପର ବ୍ୟାକ୍‌ ଥିଲା। ଜାନୁୟାରୀ ୩୦, ୩୧ ଓ ଫେବୃୟାରୀ ୧ ତିନିଦିନ ସେ କଲେଜକୁ ଆସି ପ୍ରାକ୍ଟିକାଲ ପରୀକ୍ଷା ଦେଇଥିବା ବେଳେ ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଥିଓରି ପରୀକ୍ଷା ଦେଇନାହାନ୍ତି। ପଲିଟେକ୍‌ନିକ୍‌ କଲେଜକୁ ସମ୍ପୃକ୍ତ ଛାତ୍ର ଗତ ୬ ମାସ ଧରି ଆସିନଥିବା ବେଳେ ତାଙ୍କୁ କିପରି ଶିକ୍ଷକମାନେ ନିର୍ଯାତନା ଦେଲେ ବୋଲି ଯେଉଁ ଅଭିଯୋଗ କରୁଛନ୍ତି ତାହା ଭିତ୍ତହୀନ ବୋଲି ସେ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ଭାବେ ହେଉନି ଅଧିକାଂଶ ବିଭାଗର କାର୍ଯ୍ୟ: ସାଧାରଣ ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୨୦ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ୫ମ ମାସିକ ବୈଠକ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri