ପାରଳା ମହାରାଜା ଇଂଜିନିୟରିଂ କଲେଜରେ ହିନ୍ଦୁ ଛାତ୍ରଙ୍କୁ ଗୋମାଂସ ଖୁଆଇଦେବା ଅଭିଯୋଗ

ଵ୍ରହ୍ମପୁର,୧୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶିତଳାପଲ୍ଲୀଠାରେ ଥିବା ପାରଳା ମହାରାଜା ଇଂଜିନିୟରିଂ ମହାବିଦ୍ୟାଳୟର ହଷ୍ଟେଲ କୋଠରୀରେ କିଛି ସଂଖ୍ୟାଲଘୁ ଛାତ୍ର ଗୋମାଂସ ରାନ୍ଧି ଖାଇବା ସହ କିଛି ଅନ୍ୟ ସମ୍ପ୍ରଦାୟର ଛାତ୍ରକୁ ଜୋରଜବରଦସ୍ତ ଖୁଆଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଗୁରୁବାର କଲେଜ ପରିସରରେ ଉତ୍ତେଜନା ଦେଖାଦେବା ସହ ବଜରଙ୍ଗ ଦଳ ଓ ଭାଜପା ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି।

ଅଭିଯୋଗ ଅନୁଯାୟୀ କ୍ୟାମ୍ପସ ପରିସରରେ ଥିବା ଏକ ହଷ୍ଟେଲର ଏକ କୋଠରୀରେ କିଛି ସଂଖ୍ୟା ଲଘୁ ସମ୍ପ୍ରଦାୟରେ ଛାତ୍ର ଗୋମାଂସ ଆଣି ରାନ୍ଧିବା ସହ ଭକ୍ଷଣ କରିଥିଲେ ଏହା ସହ ଅନ୍ୟ ଏକ ହଷ୍ଟେଲରେ ରହୁଥିବା ଅନ୍ୟ ସମ୍ପ୍ରଦାୟର ଛାତ୍ରଙ୍କ ତାଙ୍କୁ ଅଜାଣତରେ ଖୁଆଇ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବୁଧବାର ରାତିରେ କିଛି ଛାତ୍ର ଉକ୍ତ ହଷ୍ଟେଲ କୋଠରୀକୁ ଯାଇ ପଚରାଉଚରା କରିବା ସହ ହଷ୍ଟେଲ ଦାୟିତ୍ଵରେ ରହିଥିବା ହଷ୍ଟେଲ ସୁପରିଟେଣ୍ଡଟ ରଘୁନନ୍ଦନ ସ୍ବାଇଁଙ୍କୁ ଅବଗତ କରିଥିଲେ। କିନ୍ତୁ ଏହି ଘଟଣା କୁ କଲେଜ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ନଥିଲେ। ଯାହାକୁ ନେଇ ଗୁରୁବାର ସକାଳେ ପରିସରରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।

ଘଟଣା ପ୍ରଘଟ ହେବା ପରେ ଅପରାହ୍ନ ରେ ବଜରଙ୍ଗ ଦଳର କିଛି କର୍ମୀ କଲେଜ ପରିସରରେ ପହଞ୍ଚି ଘଟଣା ନେଇ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ସାକ୍ଷାତ କରି ଘଟଣା ନେଇ ପଚାରି ବୁଝିବା ସହ ଗୋମାଂସ ରୋଷେଇ କର ଖାଇବା ସହ ଅନ୍ୟ ସମ୍ପ୍ରଦାୟର ଛାତ୍ରଙ୍କୁ ଜୋରଜବରଦସ୍ତ ଖୁଆଇବା ଘଟଣା ରେ ତୁରନ୍ତ କ୍ରିୟାନୁଷ୍ଠାନ ସହ ଦୋଷୀ ଛାତ୍ର ଙ୍କ ବିରୋଧ ରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଦାବି ଜଣାଇଥିଲେ।

ଘଟଣା ନେଇ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ସେ ସୁପରିଟେଣ୍ଡଣ୍ଟ ଓ ଛାତ୍ର ମାନଙ୍କ ଠାରୁ ପାଇଥିବା ଅଭିଯୋଗ ଅନୁଯାୟୀ ସନ୍ଧ୍ୟା ରେ କଲେଜର ଶୃଙ୍ଖଳା କମିଟିର ବୈଠକ ଡକାଯାଇଛି। ଉକ୍ତ ଶୃଙ୍ଖଳା କମିଟି ଦ୍ବାରା ତଦନ୍ତ କରାଯିବ। ଅଭିଯୋଗର ସତ୍ୟତା ଜଣାପଡିଲେ କଲେଜ ଆଇନ ଅନୁଯାୟୀ ଶୃଙ୍ଖଳା ଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ କରିଥିଲେ। ଅନ୍ୟ ପଟେ ଘଟଣା ଜଣାପଡ଼ିବା ପରେ ଗୋପାଳପୁର ଥାନା ଆଇଆଇସି ପ୍ରଶାନ୍ତ ମଲ୍ଲିକ କଲେଜ ରେ ପହଞ୍ଚି ଅଧ୍ୟକ୍ଷ ସମେତ ବିଦ୍ୟାର୍ଥୀ ଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ କଲେଜ ପରିସରରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ ପରିସ୍ଥିତି ପ୍ରତି ନଜର ରଖାଯାଇଥିବା ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri