Posted inଖେଳ

ସବୁ କୁସ୍ତିଯୋଦ୍ଧା ଟ୍ରାଏଲ୍ସ ଦେବେ

ନୂଆଦିଲ୍ଲୀ, ୧୫ା୮: ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ କୁସ୍ତିଯୋଦ୍ଧାମାନଙ୍କ ଲାଗି ଟ୍ରାଏଲ୍ସ ଅଗଷ୍ଟ ୨୫-୨୬ରେ ହେବ ବୋଲି ଆଡହକ୍‌ ପ୍ୟାନେଲ ସୋମବାର ଘୋଷଣା କରିଛି। ଫଳରେ ଚୟନ ପ୍ରତିଯୋଗିତା ହେବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି। ଏସିଆନ ଗେମ୍ସ ଟ୍ରାଏଲ୍ସରୁ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତଙ୍କୁ ବାଦ୍‌ ଦିଆଯିବାକୁ ନେଇ କୁସ୍ତି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରାଏଲ୍ସ ପାଇଁ ପାଇଁ ଆଡହକ୍‌ ପ୍ୟାନେଲ କୌଣସି କୁସ୍ତିଯୋଦ୍ଧାଙ୍କୁ ଛାଡ଼ କରି ନାହିଁ। ଇଭେଣ୍ଟ ପାଇଁ ଆଥ୍‌ଲେଟ ମନୋନୟନ ପାଇଁ ଆଡହକ୍‌ ପ୍ୟାନେଲ ଏକ ମାନଦଣ୍ଡ ପ୍ରସ୍ତୁତ କରିଛି। ତଦନୁସାରେ ସମସ୍ତ ଅନ୍ତର୍ଜାତୀୟ/ ର଼୍ୟାଙ୍କିଙ୍ଗ/ ଏସିଆନ/ ବିଶ୍ୱ ଚାମ୍ପିୟନଶିପ୍‌/ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୨୨ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣକାରୀ ଟ୍ରାଏଲ୍ସରେ ଭାଗନେଇପାରିବେ। ତେବେ ବଜରଙ୍ଗ ଓ ଭିନେଶ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ ନ ଥିବା କୁହାଯାଉଛି। ଦୁହିଁଙ୍କ ନଜର ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବାକୁଥିବା ହାଙ୍ଗଝୋ ଏସିଆନ ଗେମ୍ସ ଉପରେ ରହିଛି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ବିଶ୍ୱ ଚାମ୍ପିୟନଶିପ୍‌କୁ ପ୍ରଥମ କ୍ୱାଲିଫାଇଂ ଇଭେଣ୍ଟ ଭାବେ ବିବେଚନା କରାଯାଉଛି। ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସ୍‌ଲିଂ ଆଥ୍‌ଲେଟଙ୍କ ନାମ ତାଲିକା ପଠାଇବା ଶେଷ ତାରିଖ ଅଗଷ୍ଟ ୧୬ ଧାର୍ଯ୍ୟ କରିଥିଲା। ମାତ୍ର ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନକୁ ନେଇ ଅନିଶ୍ଚିତା ରହିବାରୁ ଖେଳାଳି ତାଲିକା ପଠାଇବା ସମୟସୀମା ବଢ଼ାଇବା ଲାଗି ଭାରତର ଅନୁରୋଧକୁ ଗ୍ରହଣ କରାଯାଇଛି। ଆଡହକ୍‌ ପ୍ୟାନେଲ ମୁଖ୍ୟ ଭୂପିନ୍ଦର ସିଂ ବାଜଓ୍ବା କହିଛନ୍ତି, ବିଶ୍ୱ ଚାମ୍ପିୟନଶିପ୍‌ ଅଲିମ୍ପିକ ପାଇଁ ଏକ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହୋଇଥିବାରୁ ଆମେ ଖେଳାଳି ତାଲିକା ପଠାଇବାରେ ଆଉ ବିଳମ୍ବ କଲେ ତାହା ଗ୍ରହଣ କରା ନ ଯିବା ଆଶଙ୍କା ରହିଛି। ପ୍ରଥମାବସ୍ଥାରେ ଅଗଷ୍ଟ ୧୦ରେ ଟ୍ରାଏଲ୍ସ କରିବା ଲାଗି ଆଡହକ୍‌ ପ୍ୟାନେଲ ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri