‘ମହିମାପୀଠର ସବୁ ଆବଶ୍ୟକତା ପୂରଣ କରାଯିବ’

ଢେଙ୍କାନାଳ ଅଫିସ,୩୦।୫: ମହିମା ଧର୍ମ ଓଡ଼ିଶାରୁ ସୃଷ୍ଟି ହୋଇଛି। ସରଳ ଜୀବନଯାପନ, ସମାନତା, ବିଶ୍ୱ କଲ୍ୟାଣ, ନିଷ୍ଠାର ସହ ସେବା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ବ୍ୟତୀତ ଆସାମ, ଝାଡ଼ଖଣ୍ଡ, ଛତିଶଗଡ଼ରେ ମଧ୍ୟ ଏହି ଧର୍ମ ଲୋକପ୍ରିୟ। ରାଜ୍ୟ ଓ ରାଜ୍ୟ ବାହାରେ ଏହାର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି। ମହିମା ଧର୍ମର ବିକାଶ ଓ ଆବଶ୍ୟକତା ପାଇଁ ଯାହା ପ୍ରସ୍ତାବ ଦିଆଯିବ, ସେସବୁକୁ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଏଠାକୁ ପଠାଇଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌। ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା ଗାଦିମନ୍ଦିର ନିକଟରେ ସୋମବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ସଚିବ ଏହା କହିଛନ୍ତି।
ମହିମାଧର୍ମର ମହିମା ବଖାଣି ୫-ଟି ସଚିବ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସୁଥିବା ମହିମା ସାଧୁସନ୍ଥମାନେ ତାଙ୍କୁ ତାଳପତ୍ର ପଙ୍ଖା ପ୍ରଦାନ କରିଥାଆନ୍ତି। ସନ୍ଥକବି ଭୀମ ଭୋଇଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଯଥେଷ୍ଟ ସମ୍ମାନ ରହିଛି। ଭିନ୍ନକ୍ଷମଙ୍କ ପାଇଁ ଅନୁଷ୍ଠିତ ଶିବିରକୁ ସେ ଭୀମ ଭୋଇ ସାମର୍ଥ୍ୟ ଶିବିର ବୋଲି ନାମକରଣ କରାଯାଇଛି। ବଲାଙ୍ଗୀର ମେଡିକାଲ କଲେଜକୁ ସନ୍ଥକବି ଭୀମ ଭୋଇଙ୍କ ନାମରେ ନାମିତ କରାଯାଇଛି। ଢେଙ୍କାନାଳ ଜିଲାର କାଲୁରିଆ-ଦିଘି ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ନବନିର୍ମିତ ସେତୁକୁ ‘ମହିମା ସେତୁ’ ଭାବେ ନାମିତ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ୫-ଟି ସଚିବ ଅଲେଖ ମହିମା ସ୍ବାମୀଙ୍କ ନିକଟରେ ଜଗତମଙ୍ଗଳ କାମନା କରିବା ସହ ସାଧୁସନ୍ଥଙ୍କ ଆଶୀର୍ବାଦ ଲୋଡ଼ିଥିଲେ।
ମଧ୍ୟାହ୍ନ ୧୨ଟାରେ ୫-ଟି ସଚିବ ଏକ ହେଲିକପ୍ଟରରେ ଆସି ଯୋରନ୍ଦା ହାଇସ୍କୁଲରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ରୂପାରୋଶନ ସାହୁ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଆସିଥିଲେ। ପ୍ରଶାସନ ପକ୍ଷରୁ ଜିଲାପାଳ ସରୋଜ ସେଠୀ ତାଙ୍କୁ ସ୍ବାଗତ କରିଥିଲେ। ସଭା ପରେ ୫-ଟି ସଚିବ ଗାଦିମନ୍ଦିର, ଶୂନ୍ୟମନ୍ଦିର, ଅଖଣ୍ଡବତି ମନ୍ଦିର, ଜ୍ୟୋତିମନ୍ଦିର, ବଳ୍କଳଧାରୀ, କୌପୀନଧାରୀ ମହିମା ସମାଜର ଆଶ୍ରମ, ଭଜନ ମଣ୍ଡପ, ନବାହ୍ନ ମଣ୍ଡପ ବୁଲି ଦେଖିଥିଲେ। ପୀଠରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ୧୦ କୋଟି ଟଙ୍କାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ମହିମା ସାଧୁମାନେ ଲିଖିତ ଭାବେ ସମସ୍ୟା ଉପସ୍ଥାପନ କରିଥିଲେ। ପରେ ବଳ୍କଳଧାରୀ ମହିମା ସମାଜ ଆସ୍ଥାନ ପରିସରରେ ଉଭୟ ଗୋଷ୍ଠୀର ସାଧୁସନ୍ଥଙ୍କ ସହ ପ୍ରସାଦ ସେବନ କରିଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଏମ୍‌ପି ମହେଶ ସାହୁ, ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ ପାଲ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କୋରାପୁଟରୁ ଆସିଥିବା ସଂଯୋଜକ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ବଳ୍କଳଧାରୀ ମହିମା ସମାଜ ପକ୍ଷରୁ ନିତ୍ୟାନନ୍ଦ ବାବା, କୌପୀନଧାରୀ ମହିମା ସମାଜ ପକ୍ଷରୁ ଶ୍ରୀମଦ୍‌ ରଘୁନାଥ ବାବା, ଅବିନାଶୀ ବାବାଙ୍କ ସମେତ ଶତାଧିକ ସାଧୁସନ୍ଥ ଉପସ୍ଥିତ ଥିଲେ। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ନେତୃତ୍ୱ ଏବଂ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri