କର୍ଲାମୁଣ୍ଡାରେ ସବୁ ଅଫିସ ବନ୍ଦ

କର୍ଲାମୁଣ୍ଡା,୨୮ା୧(ପ୍ରଦୀପ କୁମାର ସାହୁ): ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର, ବ୍ୟାଙ୍କ ସେବା, ସ୍କୁଲ, କଲେଜ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଆତ୍ମା କାର୍ଯ୍ୟାଳୟ, ଆଦି ବନ୍ଦ ରହିଥିବା ବେଳେ ଜରୁରୀକାଳିନ ସେବାଗୁଡ଼ିକ ଖୋଲିଥିଲା। ଏଥିରେ କୃଷକ ନେତା ଦୀନବନ୍ଧୁ ସାହୁ, ମଜଦୂର ସଂଘ ଜିଲା ସଭାପତି ହିରୋଜ କୁମାର ସାହୁ, କଂଗ୍ରେସ କର୍ମୀ ସୁଦାମ ଚରଣ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ବନ୍ଦ ପାଳନ ହୋଇଥିଲା। ତେବେ ଖବର ଲେଖା ସୁଦ୍ଧା ବ୍ଲକର ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳ ଜୋରାଡବରା ଛକରେ ବନ୍ଦ ପାଳନର କୌଣସି ପ୍ରଭାବ ନ ଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share