ବଲାଙ୍ଗୀର,୨୧ା୮(ସୁନୀଲ ମହାନ୍ତି): ଭାରତୀୟ ମଜଦୂର ସଂଘ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ୍ ଓ୍ବାର୍କର୍ସ ଆସୋସିଏଶନ ରାଜ୍ୟ ସଂଘ ବଲାଙ୍ଗୀର ଶାଖା ତରଫରୁ ୧୨ ଦଫା ଦାବି ନେଇ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୋଷଣ ଟ୍ରାକର ତଥା ଏଫ୍ଆର୍ଏସ୍ରେ ହେଉଥିବା ସମସ୍ୟା ଓ ଅନ୍ୟାନ୍ୟ ଦାବି ନେଇ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଏକ ରାଲିରେ କୋଶଳ କଳା ମଣ୍ଡଳ ପଡିଆରୁ ବାହାରି ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଅଙ୍ଗନଓ୍ବାଡ଼ି କର୍ମୀମାନେ ଜିଲାପାଳଙ୍କ ଜରିଆରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।