ସବୁ ନୋଟ୍‌ରେ ଥାଏ ଆରବିଆଇ ଗର୍ଭନରଙ୍କ ଦସ୍ତଖତ, କିନ୍ତୁ ଏଥିରେ ନ’ଥାଏ…

ନୂଆଦିଲ୍ଲୀ,୧୧।୧୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏପରି କୌଣସି ନୋଟ ଜାରି କରେ ନାହିଁ ଯେଉଁଥିରେ ଗର୍ଭନରଙ୍କ ଦସ୍ତଖତ ରହେନାହିଁ। ପ୍ରତ୍ୟେକ ନୋଟ ମଝିିରେ ଗର୍ଭନରଙ୍କ ଦସ୍ତଖତ ରହିଥାଏ। ଆରବିଆଇର କାମ କେବଳ ନୋଟ ଛାପିବା ନୁହେଁ ବରଂ ବ୍ୟାଙ୍କଗୁଡିକ ପାଇଁ ସୁଧ ହାର ସ୍ଥିର କରିବା। ତେବେ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏହା ପରିବର୍ତ୍ତନ କରିବାର ଅଧିକାର ରହିଛି। ବର୍ତ୍ତମାନ ଶକ୍ତିକାନ୍ତ ଦାସଙ୍କର ସ୍ଥାନ ନେଇଛନ୍ତି ସଞ୍ଜୟ ମାଲହୋତ୍ରା। ଡିସେମ୍ବର ୧୧ରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଭାବେ ଦାୟିତ୍ୱ ନେବେ। ଏହାପୂର୍ବରୁ ସେ ରାଜସ୍ବ ସଚିବ ଭାବରେ କାର୍ଯ୍ୟ କରିଥିଲେ।

ପୂର୍ବରୁ ଶକ୍ତିକାନ୍ତଙ୍କ ଦସ୍ତଖତ ଥିବା ନୋଟ୍‌ ପ୍ରଚଳନ ହେଉଥିବାବେଳେ ଖୁବ ଶୀଘ୍ର ଆରବିଆଇ ଦ୍ୱାରା ନୂଆ ଗଭର୍ନର ସଞ୍ଜୟଙ୍କ ଦସ୍ତଖତ ଥିବା ନୋଟ୍‌ ଜାରି ହେବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଭାରତୀୟ ନୋଟରେ ଗର୍ଭନରଙ୍କ ଦସ୍ତଖତ କାହିଁକି ଆବଶ୍ୟକ ଏବଂ ଦସ୍ତଖତ ବିନା ନୋଟ ଜାରି ହୋଇପାରିବ କି ନାହିଁ।

ଆରବିଆଇକୁ ଅନେକ କ୍ଷମତା ମିଳିଛି, ଏହାର ଗୋଟିଏ କାରଣ ହେଉଛି ଆଇନ। ଆରବିଆଇ ଆକ୍ଟ, ୧୯୩୪ ଅନୁସାରେ ଆରବିଆଇକୁ ମୁଦ୍ରା ପରିଚାଳନା ଦାୟିତ୍ୱ ଦିଆଯାଇଛି। ସେହିପରି ଆରବିଆଇ ଆକ୍ଟର ଧାରା ୨୨ ଅନୁଯାୟୀ ଏହି ବ୍ୟାଙ୍କକୁ ମୁଦ୍ରା ପ୍ରଚଳନ କରିବାର ମଧ୍ୟ ଅଧିକାର ରହିଛି।

ସବୁ ମୁଦ୍ରା ଓ ନୋଟ୍‌ ଉପରେ ଗର୍ଭନରଙ୍କ ଦସ୍ତଖତ ଅଛି, କିନ୍ତୁ କୌତୁହଳର ବିଷୟ ହେଉଛି ଏପରି ଏକ ନୋଟ୍‌ ଅଛି ଯେଉଁଥିରେ ତାଙ୍କ ଦସ୍ତଖତ ନଜର ଆସେନାହିଁ। ତାହା ହେଉଛି ଏକ ଟଙ୍କିଆ ନୋଟ ବା ମୁଦ୍ରା। କାରଣ ଏକ ଟଙ୍କିଆ ଆରବିଆଇ ଜାରି କରେନାହିଁ। ଏହା ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଏ। ଏହି ଟଙ୍କାରେ ମନ୍ତ୍ରଣାଳୟର ସଚିବଙ୍କ ଦସ୍ତଖତ ରହିଛି। ଏହି କାରଣରୁ ଏକ ଟଙ୍କିଆରେ ଆରବିଆଇ ଗର୍ଭନରଙ୍କ ଦସ୍ତଖତ ନାହିଁ। କିନ୍ତୁ ଦୁଇ ଟଙ୍କା ଏବଂ ଏହାଠାରୁ ଅଧିକ ମୂଲ୍ୟର ନୋଟରେ ଗର୍ଭନରଙ୍କ ଦସ୍ତଖତ ବାଧ୍ୟତାମୂଳକ ଅଟେ।

ନୋଟଗୁଡିକରେ ଦସ୍ତଖତ କରିବାର ଏକ କାରଣ ରହିଛି। କାରଣ ଏହାଦ୍ୱାରା ନୋଟଗୁଡିକୁ ବୈଧ ଘୋଷିତ ହୋଇପାରିବ। ଯେତେବେଳେ ଗର୍ଭନରଙ୍କ ଦସ୍ତଖତ ସହିତ ଏକ ନୋଟ ଜାରି କରାଯାଏ, ସେତେବେଳେ ଏହିକଥାର ଗ୍ୟାରେଣ୍ଟି ଥାଏ କି ନୋଟର ମୂଲ୍ୟ ସହିତ ସମାନ ପରିମାଣର ଅର୍ଥ ଦେବାର ଦାୟିତ୍ୱ ଭାରତର ରିଜର୍ଭ ବ୍ୟାଙ୍କ ପାଖରେ ରହିଛି।

ଏଥିପାଇଁ ଏହି ନୋଟ୍‌ ଉପରେ ଲେକାଯାଏ… ମୁଁ ଧାରକକୁ ୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଛି। ସାଧାରଣ ଭାଷାରେ ମୁଦ୍ରାକୁ ଏକ ନୋଟ ବୋଲି କୁହାଯାଉଥିଲେ ମଧ୍ୟ ବ୍ୟାଙ୍କ ଏହାକୁ ଏକ ପ୍ରୋମୋସୋରୀ ନୋଟ ବୋଲି କହିଥାଏ। କାରଣ ଏଥିରେ ଏକ ପ୍ରତିଶ୍ରୁତି ଦିଆଯାଇଛି। ଏହି ଲେଖା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମୁଦ୍ରାର ମୂଲ୍ୟ ବିଷୟରେ ଉଲ୍ଲେଖ କରାଯାଇଛି ଏଥିସହ ଗଭର୍ନର ଏଥିରେ ଦସ୍ତଖତ କରି ଏହାକୁ ନଶ୍ଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri