ଅଲ୍‌ ନ୍ୟୁ କିଆ ସୋନେଟ୍‌ର ଅନାବରଣ

ଭୁବନେଶ୍ୱର,୧୬।୧୨(ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ କିଆ ସୋନେଟ୍‌ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଦ୍ୱିତୀୟ ସର୍ବଶ୍ରେଷ୍ଠ ଉଦ୍ଭାବନ ସୋନେଟ୍‌ର ନୂତନ ଅବତାରକୁ ଭାରତ ବଜାରରେ ବିକ୍ରୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୧୦ଟି ସ୍ବୟଂଚାଳିତ ବୈଶିଷ୍ଟ୍ୟ ସହ ଉକ୍ତ ମଡେଲ ଆଡାସ୍‌ରେ ସୁସଜ୍ଜିତ ହୋଇଛି। ଯେଉଁଥିରେ ଫ୍ରଣ୍ଟ କୋଲିଜନ୍‌ ଆଭୋଏଡାନ୍‌ସ୍‌ ଆସିଷ୍ଟ୍‌ (ଏଫସିଏ), ଲିଡିଙ୍ଗ୍‌ ଭେହିକିଲ୍‌ ଡିପାର୍ଚର ଆଲର୍ଟ ଏବଂ ଲେନ୍‌ ଫଲୋଇଙ୍ଗ୍‌ ଆସିଷ୍ଟ୍‌ ଆଦି ଅନ୍ତର୍ଭୁକ୍ତ ରହିଛି। ସେହିଭଳି ୧୫ ହାଇ-ସେଫ୍ଟି ବୈଶିଷ୍ଟ୍ୟ ସହିତ ବର୍ତ୍ତମାନ ସୋନେଟ୍‌ରେ ୨୫ରୁ ଅଧିକ ସୁରକ୍ଷା ବୈଶିଷ୍ଟ୍ୟତା ସାମିଲ ରହିଛି। ଏ ସମ୍ପର୍କରେ କିଆ ଇଣ୍ଡିଆର ଏମ୍‌ଡି ତଥା ସିଇଓ ଟାଏ-ଜିନ୍‌ ପାର୍କ କହିଛନ୍ତି, ଦି ନ୍ୟୁ ସୋନେଟର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣାକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି କିଆ ସେଲ୍‌ଟୋସ୍‌ ପରେ ଆମର ସଫଳ ଭାରତ ଯାତ୍ରାରେ ସୋନେଟ୍‌ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି, ଏପରିକି ଅବିଶ୍ୱାସନୀୟ ବୈଶିଷ୍ଟତା ଏବଂ ଡିଜାଇନ ସହ ଭାରତରେ ଏହାର ବିକ୍ରୟ ଶୁଭାରମ୍ଭ ହୋଇଯାଇଛି। ସେହିଭଳି ଏହି ମଡେଲ ସୀମା ଅତିକ୍ରମକରି ବର୍ତ୍ତମାନ ୧୦୦ରୁ ଅଧିକ ଦେଶକୁ ରପ୍ତାନି ହେଉଛି, ଯେଉଁଠାରେ ଆମେ ୩.୬୮ ଲକ୍ଷ ଗ୍ରାହକ ପାଇ ଗର୍ବିତ ହୋଇଛୁ। ନୂଆ ସୋନେଟ୍‌ ମାଧ୍ୟମରେ ଆମର ଉଦ୍ଦେଶ୍ୟ ହେଉଛି ଏହାର ପ୍ରିମିୟମ୍‌ ବୈଶିଷ୍ଟ୍ୟଗୁଡ଼ିକୁ ମୂଲ୍ୟ ଚାଳିତ ମାଲିକାନା ଅଭିଜ୍ଞତା ସହ ନିରବଚ୍ଛିନ୍ନ ଭାବେ ଏକତ୍ର କରିବା ତା’ ସହିତ ସର୍ବନିମ୍ନ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଅଧିକ ପୁନଃ ବିକ୍ରୟ ମୂଲ୍ୟ ସୁନିଶ୍ଚିତ କରିବା। ଉଲ୍ଲେଖଯୋଗ୍ୟ, ନ୍ୟୁ ସୋନେଟ୍‌ରେ ଏକମାତ୍ର କମ୍ପାକ୍ଟ ଏସୟୁଭି ସାମିଲ ରହିଛି, ଯାହାକି ୧୫ଟି ଷ୍ଟାଣ୍ଡାର୍ଡ୍‌ ସୁରକ୍ଷା ବୈଶିଷ୍ଟ୍ୟତାରେ ସୁସଜ୍ଜିତ ସହ ଏକ ଷ୍ଟାଣ୍ଡାର୍ଡ ଭାବେ ୬-ଏୟାରବ୍ୟାଗକୁ ଅନ୍ତର୍ଭୁକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri