Posted inଖେଳ

ଶ୍ରେୟସ୍‌, ସୂର୍ଯ୍ୟଙ୍କ ଉପରେ ନଜର

ମୋହାଲି,୨୨ା୯(ପି.ଟି.):ଦିନିକିଆ କ୍ରିକେଟ ବିଶ୍ୱକପର ଅନ୍ତିମ ପ୍ରସ୍ତୁତି ଭାବରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ ଭାରତ। ଶୁକ୍ରବାର ଠାରୁ ଏହି ସିରିଜ୍‌ ଆରମ୍ଭ ହେଉଥିବା ବେଳେ ଶ୍ରେୟସ୍‌ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଆୟରଙ୍କୁ ନିଜର ଫିଟନେସ୍‌ ଓ ସୂର୍ଯ୍ୟକୁମାରଙ୍କୁ ଦିନିକିଆରେ ନିଜର ଫର୍ମ ପ୍ରମାଣ କରିବା ପାଇଁ ଏହା ଅନ୍ତିମ ସୁଯୋଗ ରହିବ। ପ୍ରଥମ ଦୁଇ ଦିନିକିଆ ପାଇଁ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ବେଞ୍ଚଷ୍ଟ୍ରେନ୍ଥ ପରୀକ୍ଷା ପାଇଁ ଏହା ରାହୁଲ ଡ୍ରାଭିଡଙ୍କ ପାଇଁ ଅନ୍ତିମ ସୁଯୋଗ ରହିବ। ମୁମ୍ବାଇର ଦୁଇ ଖେଳାଳି ଆୟର ଓ ସୂର୍ଯ୍ୟକୁମାରଙ୍କ ଖେଳିବା ଶୈଳୀ ଭିନ୍ନ। ଆୟର ୪ ନମ୍ବରରେ ନିଜର ଦକ୍ଷତା ପ୍ରମାଣିତ କରି ସାରିଛନ୍ତି। ତେବେ ଫିଟନେସ ତାଙ୍କ ପାଇଁ ବଡ ସମସ୍ୟା ରହିଛି। ଆୟର ସମ୍ପୂର୍ଣ୍ଣ ଫିଟ୍‌ ନ ଥିବା ବେଳେ ଅଷ୍ଟ୍ରେଲିଆ ସିରିଜରେ ୧୦୦ ଓଭର ଖେଳିବା ପାଇଁ ପ୍ରସ୍ତୁତ ଥିବେ ବୋଲି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି। ମଧ୍ୟକ୍ରମରେ ଇଶାନ କିଶନ ଚମତ୍କାର ଫର୍ମରେ ରହିଥିଲେ ମଧ୍ୟ ସ୍ପିନ୍‌ ଖେଳିବାରେ ଆୟରଙ୍କ ଦକ୍ଷତା ଅତ୍ୟନ୍ତ ପ୍ରଭାବୀ। ଅନ୍ୟ ପକ୍ଷରେ ଟି୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟର ରହିଥିବା ସୂର୍ଯ୍ୟକୁମାରଙ୍କ ପାଇଁ ଦିନିକିଆରେ ସମାନ ଫଳାଫଳ ମିଳିନାହିଁ। ୨୭ ଦିନିକିଆ ଖେଳି ସାରିଥିଲେ ମଧ୍ୟ ତାଙ୍କର ଆଭରେଜ ମାତ୍ର ୨୪ ରହିଛି। ଯଦିଓ ବିଶ୍ୱକପରେ ସୂର୍ଯ୍ୟକୁମାରଙ୍କୁ ଆକ୍ସନରେ ଦେଖିବାର ସମ୍ଭାବନା କମ ତେବେ ବ୍ୟାକ ଅପ୍‌ ଭାବରେ ସେ ଦଳରେ ରହିଥିବାରୁ ତାଙ୍କର ଫର୍ମକୁ ଫେରିବା ଅତ୍ୟନ୍ତ ଆବଶ୍ୟକ। ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ଅଶ୍ୱିନଙ୍କ ପ୍ରଶଂସା କରିଥିଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ଅଶ୍ୱିନଙ୍କ ପରି ଅଭିଜ୍ଞ ଖେଳାଳି ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଭାରତ ପାଇଁ ଶୁଭ ସଙ୍କେତ ବୋଲି କହିଛନ୍ତି ମୁଖ୍ୟ କୋଚ୍‌।
ସ୍ପିନ୍‌ ବିଭାଗରେ ଅକ୍ଷର ପଟେଲ ଆହତ ଥିବା ବେଳେ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ଓ ଓ୍ବାଶିଂଟନ୍‌ ସୁନ୍ଦର। ୨ ସପ୍ତାହ ତଳେ ଅଶ୍ୱିନ ଭାରତୀୟ ଦଳର ରାଡାରରେ ନ ଥିବା ବେଳେ ଅଚାନକ ତାଙ୍କୁ ଦଳକୁ ଡାକରା ମିଳିଛି। କୁଲଦୀପଙ୍କ ଅନୁପସ୍ଥିତିରେ ଉଭୟ ଅଶ୍ୱିନ ଓ ସୁନ୍ଦରଙ୍କ ପାଖରେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାର ସମାନ ସୁଯୋଗ ରହିଛି। ସେହିପରି ଓ୍ବାର୍ନର ଓ ସ୍ମିଥ୍‌ଙ୍କ ବିପକ୍ଷରେ ଅଶ୍ୱିନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ତେବେ ଯଦି ଅକ୍ଷର ଫିଟ୍‌ ହୁଅନ୍ତି ତେବେ ଅଶ୍ୱିନଙ୍କ ସମ୍ଭାବନା କମ ରହିବ। ଅକ୍ଷରଙ୍କ ହାର୍ମଷ୍ଟ୍ରିଙ୍ଗରେ ସେକଣ୍ଡ ଗ୍ରେଡ୍‌ ଟିୟର ରହିଥିବା ବେଳେ ସୁସ୍ଥ ହେବା ପାଇଁ ୨ ସପ୍ତାହ ସମୟ ଲାଗିବ। ରୋହିତଙ୍କ ଅନୁପସ୍ଥିତିରେ ଇଶାନ କିଶନ୍‌ ଓ ଶୁବମନ ଗିଲ୍‌ ଓପନ କରିବା ସ୍ପଷ୍ଟ ହୋଇଛି। ତେବେ ପେସ୍‌ ବୋଲରଙ୍କ ଓ୍ବାର୍କଲୋଡ ମ୍ୟାନେଜମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ଏହାର ଅନ୍ତିମ ସିରିଜ ୨-୩ରେ ପରାଜିତ ହୋଇଥିଲା। ତେବେ ଦଳର କିଛି ଖେଳାଳି ଚମତ୍କାର ଫର୍ମରେ ରହଛନ୍ତି। ଘରୋଇ ପରିବେଶରେ ଭାରତ ଫେଭରିଟ୍‌ ହୋଇଥିଲେ ହେଁ ଅଷ୍ଟ୍ରେଲିଆ କଡା ଟକ୍କର ଦେବ। ମୋହାଲିର ପିଚ୍‌ ସାଧାରଣ ଭାବରେ ପେସ୍‌ ବୋଲିଂକୁ ଅଧିକ ସୁହାଇଥାଏ। ଉଭୟ ଦଳ ଏହାର ଫାଇଦା ନେବାକୁ ପ୍ରୟାସ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଝାଲିଆଗୋଛାକୁ ହରାଇଲା ହରିଗଡ଼

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନୁଆପଲ୍ଲୀଠାରେ ରବିବାରଠାରୁ ଆରମ୍ଭ ହୋଇଛି ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ ଝାଲିଆଗୋଛା ଓ ହରିଗଡ଼ ମଧ୍ୟରେ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri