Posted inଜାତୀୟ

ସବୁ ଦୁର୍ନୀତିଗ୍ରସ୍ତ ଧରାପଡ଼ିବେ: ଭାଜପା…

ନୂଆଦିଲ୍ଲୀ,୧୧।୩ : ଇଡିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଭାରତୀୟ ଜନତା ପାର୍ଟି ଏହାର ପାଲଟା ଜବାବ ଦେଇଛି। ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଦୁର୍ନୀତି ସହ ଜଡିତ ସମସ୍ତ ଆଞ୍ଚଳିକ ଦଳର ନେତାଙ୍କୁ ଧରାଯିବ। କେହି ରକ୍ଷା ପାଇବେ ନାହିଁ। ସେମାନେ ବେଳେବେଳେ ପୀଡିତ କାର୍ଡ ଖେଳୁଛନ୍ତି। ବହୁ ସମୟରେ ମଧ୍ୟ ଭାବପ୍ରବଣତା କାର୍ଡ ଖେଳି ଜନସାଧାରଣଙ୍କ ଦୟା ସାଉଁଟିବାର ଉଦ୍ୟମ କରୁଛନ୍ତି। ମାତ୍ର ସେମାନେ କେବେ ମଧ୍ୟ ରକ୍ଷା ପାଇବେ ନାହିଁ। ସମସ୍ତ ଦୁର୍ନୀତିଗ୍ରସ୍ତଙ୍କୁ ଗୋଟିଏ ପରେ ଗୋଟିଏ ଧରାଯାଉଛି।

ନୀତୀଶ କୁମାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ନୀତୀଶ ଜି, ଆପଣ ଅତୀତରେ ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ବୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିବା ଦାବି କରିଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ମଧ୍ୟ କହିଥିଲେ। ଆପଣ କାହିଁକି ସେ ପୁରୁଣା ମନ୍ତବ୍ୟ ବିଷୟରେ ନ କହି ଇଡିର କାର୍ଯ୍ୟର ବିରୋଧ କରି ଏବେ ଭାଜପାକୁ ଟାର୍ଗେଟ କରୁଛନ୍ତି। ପୁରୁଣା ମନ୍ତବ୍ୟ ବିଷୟରେ କାହିଁକି ଚୁପ୍‌ ରହୁଛନ୍ତି। କିଛି କହୁନାହାଁନ୍ତି କାହିଁକି?

ମନୀଷ ସିସୋଡିଆଙ୍କୁ ହାଜତରେ ପଚରାଉଚରା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଲଜ୍ଜାଜନକ କାର୍ଯ୍ୟକଳାପକୁ ଆଗକୁ ବଢ଼଼ାଇବାରେ ସିସୋଡିଆଙ୍କର ହାତ ଅଛି ଏବଂ ଦୁର୍ନୀତିର ନିଶାରେ ସେ ବୁଡି ରହିନ୍ତେି। ଆଜି ଜନସାଧାରଣଙ୍କ ଅନୁଭବ କରୁୁଛନ୍ତି ଯେ ଦୁର୍ନୀତିଗ୍ରସ୍ତ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ଆଇନ ଶକ୍ତିଶାଳୀ ସାବ୍ୟସ୍ତ ହେଉଛି। ଯେତେବେଳେ ଦୁର୍ନୀତିଗ୍ରସ୍ତ ଧରାଯାଉଛନ୍ତି ଜନସାଧାରଣ ସେହି ପ୍ରସଙ୍ଗ ବିଷୟରେ କଦାପି କଥାବାର୍ତ୍ତା କରୁ ନାହାନ୍ତି। ସେମାନେ ମନେମନେ ଜାଣିଛନ୍ତି ଯେ ଧରାପଡ଼ିଥିବା ନେତା ଦୁର୍ନୀତି କରିଛନ୍ତି।

କଂଗ୍ରେସ ଅନେକ ଦୁର୍ନୀତି କରିଥିଲା। ସେଥିମଧ୍ୟରେ ୨-ଜି ସ୍କାମ, କମନୱେଲଥ ଗେମ୍ସ ସ୍କାମ ଆଦି ରହିଛି। କଂଗ୍ରେସ ଶାସନ ଦୁର୍ନୀତିର ସମୟ ଥିଲା। କିନ୍ତୁ ବର୍ତ୍ତମାନ ଲୋକମାନେ ସଚେତନ ହୋଇଛନ୍ତି ଏବଂ ସେମାନେ ଚାହୁଁଛନ୍ତି ଯେ ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତଙ୍କୁୁ ଏକ ଶିକ୍ଷା ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri