Posted inଜାତୀୟ

ସବୁ ଦୁର୍ନୀତିଗ୍ରସ୍ତ ଧରାପଡ଼ିବେ: ଭାଜପା…

ନୂଆଦିଲ୍ଲୀ,୧୧।୩ : ଇଡିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଭାରତୀୟ ଜନତା ପାର୍ଟି ଏହାର ପାଲଟା ଜବାବ ଦେଇଛି। ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଦୁର୍ନୀତି ସହ ଜଡିତ ସମସ୍ତ ଆଞ୍ଚଳିକ ଦଳର ନେତାଙ୍କୁ ଧରାଯିବ। କେହି ରକ୍ଷା ପାଇବେ ନାହିଁ। ସେମାନେ ବେଳେବେଳେ ପୀଡିତ କାର୍ଡ ଖେଳୁଛନ୍ତି। ବହୁ ସମୟରେ ମଧ୍ୟ ଭାବପ୍ରବଣତା କାର୍ଡ ଖେଳି ଜନସାଧାରଣଙ୍କ ଦୟା ସାଉଁଟିବାର ଉଦ୍ୟମ କରୁଛନ୍ତି। ମାତ୍ର ସେମାନେ କେବେ ମଧ୍ୟ ରକ୍ଷା ପାଇବେ ନାହିଁ। ସମସ୍ତ ଦୁର୍ନୀତିଗ୍ରସ୍ତଙ୍କୁ ଗୋଟିଏ ପରେ ଗୋଟିଏ ଧରାଯାଉଛି।

ନୀତୀଶ କୁମାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ନୀତୀଶ ଜି, ଆପଣ ଅତୀତରେ ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ବୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିବା ଦାବି କରିଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ମଧ୍ୟ କହିଥିଲେ। ଆପଣ କାହିଁକି ସେ ପୁରୁଣା ମନ୍ତବ୍ୟ ବିଷୟରେ ନ କହି ଇଡିର କାର୍ଯ୍ୟର ବିରୋଧ କରି ଏବେ ଭାଜପାକୁ ଟାର୍ଗେଟ କରୁଛନ୍ତି। ପୁରୁଣା ମନ୍ତବ୍ୟ ବିଷୟରେ କାହିଁକି ଚୁପ୍‌ ରହୁଛନ୍ତି। କିଛି କହୁନାହାଁନ୍ତି କାହିଁକି?

ମନୀଷ ସିସୋଡିଆଙ୍କୁ ହାଜତରେ ପଚରାଉଚରା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଲଜ୍ଜାଜନକ କାର୍ଯ୍ୟକଳାପକୁ ଆଗକୁ ବଢ଼଼ାଇବାରେ ସିସୋଡିଆଙ୍କର ହାତ ଅଛି ଏବଂ ଦୁର୍ନୀତିର ନିଶାରେ ସେ ବୁଡି ରହିନ୍ତେି। ଆଜି ଜନସାଧାରଣଙ୍କ ଅନୁଭବ କରୁୁଛନ୍ତି ଯେ ଦୁର୍ନୀତିଗ୍ରସ୍ତ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ଆଇନ ଶକ୍ତିଶାଳୀ ସାବ୍ୟସ୍ତ ହେଉଛି। ଯେତେବେଳେ ଦୁର୍ନୀତିଗ୍ରସ୍ତ ଧରାଯାଉଛନ୍ତି ଜନସାଧାରଣ ସେହି ପ୍ରସଙ୍ଗ ବିଷୟରେ କଦାପି କଥାବାର୍ତ୍ତା କରୁ ନାହାନ୍ତି। ସେମାନେ ମନେମନେ ଜାଣିଛନ୍ତି ଯେ ଧରାପଡ଼ିଥିବା ନେତା ଦୁର୍ନୀତି କରିଛନ୍ତି।

କଂଗ୍ରେସ ଅନେକ ଦୁର୍ନୀତି କରିଥିଲା। ସେଥିମଧ୍ୟରେ ୨-ଜି ସ୍କାମ, କମନୱେଲଥ ଗେମ୍ସ ସ୍କାମ ଆଦି ରହିଛି। କଂଗ୍ରେସ ଶାସନ ଦୁର୍ନୀତିର ସମୟ ଥିଲା। କିନ୍ତୁ ବର୍ତ୍ତମାନ ଲୋକମାନେ ସଚେତନ ହୋଇଛନ୍ତି ଏବଂ ସେମାନେ ଚାହୁଁଛନ୍ତି ଯେ ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତଙ୍କୁୁ ଏକ ଶିକ୍ଷା ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri