ଅଷ୍ଟ୍ରେଲିଆ ନିର୍ବାଚନରେ ଲେବର ପାର୍ଟି ବିଜୟୀ, ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଆଲ୍‌ବାନିସ୍‌

ମେଲବର୍ନ,୪ା୫: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିସ୍‌ଙ୍କ ନେତୃତ୍ୱରେ ଲେବର ପାର୍ଟି ପାର୍ଲାମେଣ୍ଟ ନିର୍ବାଚନରେ ବିଜୟୀ ହୋଇଛି। ଫଳରେ ଆଲ୍‌ବାନିସ୍‌ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଗତ ୨୧ ବର୍ଷ ମଧ୍ୟରେ କୌଣସି ଅଷ୍ଟ୍ରେଲୀୟ ନେତା କ୍ରମାଗତ ଦ୍ୱିତୀୟ ଥର ନିର୍ବାଚନ ଜିତିବା ଏହା ପ୍ରଥମ।

ଅଷ୍ଟ୍ରେଲୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୧୫୦ ଆସନ ବିଶିଷ୍ଟ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ଲେବର ପାର୍ଟି ଶନିବାର ସନ୍ଧ୍ୟା ସୁଦ୍ଧା ୭୦ ଆସନ ଜିତିଥିବାବେଳେ ବିରୋଧୀ କଞ୍ଜରଭେଟିଭ୍‌ ପାର୍ଟି ମାତ୍ର ୨୪ ଆସନରେ ସୀମିତ ରହିଛି। ମେଣ୍ଟ କରି ନ ଥିବା ଛୋଟ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ୧୩ଟି ଆସନ ଜିତିବା ଆଶା କରାଯାଉଛି। ବିରୋଧୀ ଦଳ ନେତା ପିଟର ଡୁଟ୍ଟନ ଶନିବାର ସନ୍ଧ୍ୟାରେ ପରାଜୟ ସ୍ବୀକାର କରିଛନ୍ତି। ଆମେ ଭଲ ପ୍ରଚାର କରିପାରି ନ ଥିଲୁ। ତେଣୁ ପରାଜୟ ପାଇଁ ମୁଁ ନିଜକୁ ଦାୟୀ କରୁଛି ବୋଲି ଡୁଟ୍ଟନ କହିଛନ୍ତି।

ଆଲ୍‌ବାନିସ୍‌ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍‌ ମିଡିଆ ଜରିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଷ୍ଟ୍ରେଲିଆ ଜନସାଧାରଣଙ୍କ ଆପଣଙ୍କ ନେତୃତ୍ୱ ଉପରେ ଆସ୍ଥା ରହିଛି। ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ତାଙ୍କ ସହ ଏକାଠି କାର୍ଯ୍ୟ କରିବାକୁ ମୋଦି ଆଗ୍ରହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

ହର୍ମୁଜ ପାର୍‌ ହେବା ପରେ ସମୁଦ୍ର ମଝିରେ ହେଲା ଖେଳ! ଭାରତ ଅଭିମୁଖେ ଯାଉଥିବା ଇରାନୀ ଜାହାଜ ହଠାତ୍‌ ନେଲା ୟୁ-ଟର୍ନ, ଗତି ବଦଳାଇ…

ନୂଆଦିଳ୍ଲୀ,୩।୪: ହର୍ମୁଜ ପ୍ରଣାଳୀ ପାର୍‌ ହେବା ପରେ ସମୁଦ୍ରରେ ଏକ ଅଜବ ଘଟଣା ଘଟିଛି। ସାତ ବର୍ଷ ପରେ ଇରାନରୁ ଭାରତକୁ ତେଲ ନେଇ ଯାଉଥିବା ଏକ…

IRGCର ହିଟ ଲିଷ୍ଟରେ ୮ଟି ପ୍ରମୁଖ ଉପସାଗରୀୟ ସେତୁ; B1 ସେତୁ ଉପରେ ଆମେରିକା-ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଯୋଗୁ ଇରାନ କ୍ରୋଧିତ

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ଇରାନର ସବୁଠାରୁ ଉଚ୍ଚ ସେତୁ – B1 -କୁ ଟାର୍ଗେଟ କରିଥିଲେ, ଯାହା ଏହି ଅଞ୍ଚଳରେ…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri