ଆଲିଶାନ୍‌ର ସ୍ବତନ୍ତ୍ର କଲେକ୍ସନ

ଭୁବନେଶ୍ୱର,୧୪।୧୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ପୁରୁଷ ପରିଧାନ ପ୍ରତିଷ୍ଠାନ ଆଲିଶାନ୍‌ର ସ୍ବତନ୍ତ୍ର କଲେକ୍ସନ (ନୂତନ ସମ୍ଭାର)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ବିବାହ ଓ ଶୀତଋତୁ ଉପଲକ୍ଷେ ପ୍ରତିଷ୍ଠାନ ପକ୍ଷରୁ ନୂତନ ସମ୍ଭାରର ବ୍ୟାପକ ଡିଜାଇନ ସଂଗ୍ରହ କରାଯାଇଛି। ୫,୦୦୦ ବର୍ଗଫୁଟ ବିଶିଷ୍ଟ ଉକ୍ତ ଶୋ’ରୁମ୍‌ରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ବ୍ରାଣ୍ଡ୍‌ର ପୁରୁଷ ପରିଧାନ ଉପଲବ୍ଧ। ଏଠାରେ ସମସ୍ତ ପୁରୁଷ ବର୍ଗର ଏବଂ ସମସ୍ତ ଉତ୍ସବ ନିମନ୍ତେ ବିଭିନ୍ନ ଡିଜାଇନର ପରିପାଟୀର ବ୍ୟାପକ ସମ୍ଭାର ରହିଛି। ସେହିଭଳି ଆଲିଶାନ୍‌ର ‘ଅନ୍‌ବିଟେବୁଲ ୱେଡିଂ ଷ୍ଟାଇଲ୍ସ କଲେକ୍ସନ’ରେ ଶେରୱାନି, ସୁଟ୍‌ସ, ଇଣ୍ଡୋ-ୱେଷ୍ଟର୍ନ କୁର୍ତ୍ତା, ଜ୍ୟାକେଟ, ବ୍ଲେଜର,ଜୋତା, ପଗଡ଼ି ଭଳି ବିଭିନ୍ନ ପ୍ରକାର ପୁରୁଷ ପରିଧାନ ଉପଲବ୍ଧ। ବିଶେଷକରି ଉପରୋକ୍ତ ପୋଷାକଗୁଡିକ ପୁରୁଷଙ୍କ ପାଇଁ ବିବାହ ଲୁକ୍‌ରେ ନୂତନତ୍ୱ ପ୍ରଦାନ କରିବ। ଏତଦ୍‌ବ୍ୟତୀତ ଚଳିତ ଶୀତ ଋତୁ ପାଇଁ ‘କୁଲେଷ୍ଟ ୱିଣ୍ଟର ଟ୍ରେଣ୍ଡ’ରେ ଆଲିଶାନା ସ୍ବେଟର,ମଫ୍‌ଲର ଏବଂ ଶୀତବସ୍ତ୍ରର ଷ୍ଟାଇଲିଷ୍ଟ କଲେକ୍ସନ ମଧ୍ୟ ଆଣିଛି। ଏପରିକି କାଜୁଆଲ ପୋଷାକଠାରୁ ଆରମ୍ଭକରି ପାରମ୍ପରିକ ପରିଧାନ, ଡିଜାଇନର ପୋଷାକ, କୁର୍ତ୍ତା ପାଇଜାମା, ଜିନ୍ସ-ଟି ଶାର୍ଟ, ଶୁଟିଂ ଶାର୍ଟିଂ, ରେଡିମେଡ୍‌ ଗାର୍ମେଣ୍ଟ, ଜ୍ୟାକେଟ, ୱେଷ୍ଟକୋଟ ଶୀତବସ୍ତ୍ର ଏବଂ ବିବାହ ଭଳି ବିଶେଷ ମୁହୂର୍ତ୍ତ ନିମନ୍ତେ ଶେରୱାନି ସହିତ ମ୍ୟାଚ୍‌ କରୁଥିବା ଟ୍ରେଣ୍ଡି ଆକ୍ସେସୋରିଜ୍‌ ମଧ୍ୟ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri