ବଲିଉଡ୍ ଅଭିନେତା ରଣବୀର କପୁର ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍ ହୋଇଛି। ଦର୍ଶକ ରଣବୀରଙ୍କୁ ଭଗବାନ ରାମ ଅବତାରରେ ଦେଖି ପ୍ରଶଂସା କରୁଛନ୍ତି। ସ୍ତ୍ରୀ ଆଲିଆ ମଧ୍ୟ ସ୍ବାମୀଙ୍କ ପ୍ରଶଂସାରେ ଶତମୁଖ।
ରଣବୀରଙ୍କ ପ୍ରଶଂସା କରି ଆଲିଆ କହିଛନ୍ତି, ଏହା ଅଦ୍ଭୁତ। ମୁଁ ଭାବୁଛି ରଣବୀର ଏକ ମହାନ କାମ କରିଛନ୍ତି ଏବଂ ମୁଁ ଫିଲ୍ମ ରିଲିଜ୍କୁ ଅପେକ୍ଷା କରିଛି।
ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ‘ୟୁ’ ରେଟିଂ ମିଳିଛି। ପ୍ରାରମ୍ଭିକ ସମୀକ୍ଷା ସକାରାତ୍ମକ ରହିଛି। ରଣବୀର ଫିଲ୍ମରେ ରାମ ଭୂମିକାରେ ଅଭିନୟ କରିଛନ୍ତି। ସାଇ ପଲ୍ଲବୀ ସୀତା ଭୂମିକାରେ ଅଭିନୟ ଅଛନ୍ତି। ୟଶ ରାବଣ, ସନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣ ଭାବରେ ନଜର ଆସିବେ। ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍ ହେବ। ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ।
Dharitri – Odisha’s No.1 Odia Daily

