‘ସଡ଼କ-୨’କୁ ନେଇ ଆଲିଆ-ମହେଶ-ମୁକେଶଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୪।୭: : ମହେଶ ଭଟ୍ଟଙ୍କ ୧୯୯୦ର ହିଟ୍‌ ଫିଲ୍କ ‘ସଡ଼କ’ର ସ୍ବିକେଲ ‘ସଡ଼କ-୨’ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ସହିତ ଦୁଇ ଦଶନ୍ଧି ପରେ ମହେଶ ଭଟ୍ଟ ପୁଣି ନିର୍ଦ୍ଦେଶକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରଥମ ଥର ପାଇଁ ତାଙ୍କ ଝିଇ ଆଲିଆ ଭଟ୍ଟଙ୍କ ସହ କାମ କରିଛନ୍ତି। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦ ଲାଗି ରହିଛି। ଫିଲ୍ମର ପୋଷ୍ଟର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ଏବଂ ସିନେମା ବଦଳରେ ଫିଲ୍ମ ଡିଜିଟାଲ ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା। ପିଟିଆଇ ଅନୁଯାୟୀ, ସିକନ୍ଦରପୁରର ବାସିନ୍ଦା ଆଚାର୍ଯ୍ୟ ଚନ୍ଦ୍ର କିଶୋର ପରାଶର ତାଙ୍କ ଓକିଲ ସୋନୁ କୁମାରଙ୍କ ସହାୟତାରେ ଆଲିଆ ଭଟ୍ଟ, ମହେଶ ଭଟ୍ଟ ଏବଂ ର୍ନିମାତା ମୁକେଶ ଭଟ୍ଟଙ୍କ ବିରୋଧରେ ସିଜେଏମ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଏହି ମାମଲାର ଶୁଣାଣି ଜୁଲାଇ ୮ ରେ ହେବ । ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୁକେଶ କୁମାରଙ୍କ ଅନୁସାରେ ଆଇପିସିର ଧାରା ୨୯୫-ଏ ଅର୍ନ୍ତଗତ ଉଦ୍ଦେଶ୍ୟମୂଳକ ଭାବରେ ଫିଲ୍ମରେ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି। ସେହିପରି ଏବଂ ୧୨୦-ବି ଅନ୍ତର୍ଗତ ଏଥିରେ ଅପରାଧିକ ଷଡଯନ୍ତ୍ରକୁ ସାମିଲ କରାଯାଇଥିବା ନେଇ ମାମଲା ପଞ୍ଜିକୃତ ହୋଇଛି। ପୋଷ୍ଟରରେ କୈଳାସ ମାନସରୋବରର ଚିତ୍ର ଥିବାରୁ ଏଭଳି ଅଭିଯୋଗ କରାଯାଇଛି।
ଏବେ କୋର୍ଟର ରାୟକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରରେ ଇମ୍ରାନ ହାସମିଙ୍କ ଉପରେ ପଥର ମାଡ, ଅଭିଯୁକ୍ତ ଗିରଫ

ଶ୍ରୀନଗର,୨୦ ।୯: ବଲିଉଡ ଅଭିନେତା ଇମ୍ରାନ ହାସମି ଏବେ ଜମ୍ମୁ-କଶ୍ମୀରର ପହଲଗାମରେ ତାଙ୍କ ଅପକମିଂ ଫିଲ୍ମର ଶୁଟିଂ କରୁଛନ୍ତି । ନିକଟରେ ମିଳିଥିବା ସୂଚନା ଅନୁଯାୟୀ,...

ସଲମାନଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ଭିଣୋଇ

ବମ୍ବେ: ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘କଭି ଇଦ କଭି ଦିଓ୍ବାଲି’ରୁ ବାହାର ହୋଇଛନ୍ତି ତାଙ୍କ ଭିଣୋଇ ଆୟୁଷ ଶର୍ମା। ରଚନାତ୍ମକ ମତଭେଦ କାରଣରୁ ସେ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଟେଲି ଅଭିନେତ୍ରୀ

ମୁମ୍ବାଇ,୬।୫: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ଏହି ଭୟଙ୍କର ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ମେ ୧୭ଯାଏଁ ତୃତୀୟ...

କହୁ କହୁ କହିଦେଲେ

କ୍ୟାଟ୍ରିନା ଆଉ କେତେଦିନ ଜିଭକୁ ଲଗାମ ଦେଇଥାଆନ୍ତେ। ନିଜକୁ ଯେତେ ନିୟନ୍ତ୍ରଣରେ ରଖିଲେ ମଧ୍ୟ ଶେଷକୁ ଅସଲ କଥାଟି ତାଙ୍କ ପାଟିରୁ ବାହାରିଗଲା। ଏବେ ତ...

ହୃଦୟ ଜିତିଲା ହିନାଙ୍କ ଗ୍ଲାମର୍‌

ବମ୍ବେ: ‘କାନ୍ସ’ ରେଡ୍‌ କାପ୍ଟେଟ୍‌ରେ ବଲିଉଡ୍‌ ଅଭିନେତ୍ରୀଙ୍କୁ କଡ଼ା ଟକ୍କର ଦେଇ ଚର୍ଚ୍ଚାରେ ଟେଲିପରଦାର ଲୋକପ୍ରିୟ ତାରକା ହିନା ଖାନ୍‌। ୨୦୨୨ରେ ହିନା ନିଜ ଲୁକ୍‌ରେ...

ଜାହ୍ନବୀ-ଇଶାନ୍‌ଙ୍କ ପ୍ରେମ ସମ୍ପର୍କକୁ ନେଇ କ’ଣ କହିଲେ ବୋନି କପୁର

ଫିଲ୍ମ ‘ଧଡକ’ରେ ପ୍ରଥମଥର ପାଇଁ ଏକଠି ନଜର ଆସିବା ପରେ ଏବେ ଇଶାନ୍‌ ଖଟ୍ଟର ଏବଂ ଜାହ୍ନବୀ କପୁରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର...

ପୂର୍ବ ପ୍ରେମ ସମ୍ପର୍କ କଥା ଜାଣି ଏହି ଅଭିନେତାଙ୍କ ସ୍ତ୍ରୀ କରିଥିଲେ…

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି...

ପୁଅ ପାଇଁ କ୍ଷମା ମାଗିଲେ ଏହି ପ୍ରସିଦ୍ଧ ଗାୟକ

ଲୋକପ୍ରିୟ ଟେଲିଭିଜନ୍‌ ଶୋ’ ବିଗ ବସ୍‌ ଘରେ ପ୍ରତିଯୋଗୀ ଥିବା ବଲିଉଡ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ମରାଠୀ ଭାଷା ଉପରେ ମନ୍ତବ୍ୟ...

Advertisement
Archives

Model This Week