ଆଲିଆ ମାଲାବାରର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୯।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଯୁକ୍ତ୍‌ ହୋଇଛନ୍ତି। ୨୦୧୨ରେ ବଲିଉଡ୍‌ରେ ପାଦ ଦେଇଥିବା ଆଲିଆ ଖୁବ୍‌ କମ୍‌ ଦିନ ମଧ୍ୟରେ ବେଶ୍‌ ଲୋକପ୍ରିୟ ଓ ସଫଳ ଭାରତୀୟ ଅଭିନେତ୍ରୀ ଭାବେ ସାରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ଫଳରେ ତାଙ୍କ ଚେହେରା ବ୍ରାଣ୍ଡ୍‌ ପାଇଁ ବେଶ୍‌ ସଫଳ ଓ ଗ୍ରାହକଙ୍କ ନିକଟତର ହୋଇପାରିବ ବୋଲି ମାଲାବାର ଆଶପ୍ରକାଶ କରିଛି।
ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଚେୟାରମ୍ୟାନ ଏମ୍‌.ପି.ଅହମ୍ମଦ କହିଛନ୍ତି, ଆଲିଆଙ୍କ ଭଳି ଜଣେ ଯୁବ ଓ ଦକ୍ଷ ଅଭିନେତ୍ରୀଙ୍କୁ ଆମେ ଆମ ପରିବାରକୁ ସ୍ବାଗତକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଗତ ବର୍ଷଗୁଡିକରେ ମଧ୍ୟ ଆମର ବ୍ରାଣ୍ଡ୍‌ ଆମ୍ବାସାଡରମାନେ ଉଭୟ ବ୍ରାଣ୍ଡ୍‌ ଓ ବ୍ୟବସାୟ ପାଇଁ ବେଶ୍‌ ସଫଳ ହୋଇଛନ୍ତି। ବିଶେଷକରି ଆଗାମୀ ଦିନରେ ମଧ୍ୟ ବ୍ରାଣ୍ଡ୍‌ର ଚାହିଦା ବୃଦ୍ଧି କରିବାରରେ ଆଲିଆଙ୍କ ଚେହେରା ବେଶ୍‌ ଉପଯୋଗୀ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମାଲାବାର ଗ୍ରୁପ୍‌ ନିକଟରେ ସଫଳତାର ୩୦ ବର୍ଷ ପୂରଣ ସହ ପୂର୍ତ୍ତି ଉତ୍ସବ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ ତା’ର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ସମ୍ପର୍କରେ ଆଲିଆ ଭଟ୍ଟଙ୍କ ନାମ ଘୋଷଣା କରିଥିଲା। ଏହା ପୂର୍ବରୁ ବ୍ରାଣ୍ଡ୍‌ ଅନୀଲ କପୁର, କରିନା କପୁର ଖାନ ଏବଂ କାର୍‌ଥିଙ୍କୁ ମଧ୍ୟ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ସେହିଭଳି ୧୯୯୩ରେ ବ୍ରାଣ୍ଡ୍‌ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା। ଏପରିକି ଭାରତ ସମେତ ୟୁଏଇ, କେଏସ୍‌ଏ,କାତାର, ବାହାରିନ, ଓମାନ, କୁଏଟ୍‌, ମାଲେସିଆ, ସିଙ୍ଗାପୁର ଏବଂ ୟୁଏସ୍‌ଏ ଭଳି ଦେଶରେ ମଧ୍ୟ ରିଟେଲ କାରବାର କରୁଛି। ବିଶେଷକରି ବ୍ରାଣ୍ଡ୍‌ ଭାରତ ସମେତ ୧୦ ଦେଶ ଏବଂ ୩୧୨ ଶୋ’ରୁମ୍‌ ଜରିଆରେ ବ୍ୟବସାୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri