ଆଲିଆ ମାଲାବାରର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୯।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଯୁକ୍ତ୍‌ ହୋଇଛନ୍ତି। ୨୦୧୨ରେ ବଲିଉଡ୍‌ରେ ପାଦ ଦେଇଥିବା ଆଲିଆ ଖୁବ୍‌ କମ୍‌ ଦିନ ମଧ୍ୟରେ ବେଶ୍‌ ଲୋକପ୍ରିୟ ଓ ସଫଳ ଭାରତୀୟ ଅଭିନେତ୍ରୀ ଭାବେ ସାରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ଫଳରେ ତାଙ୍କ ଚେହେରା ବ୍ରାଣ୍ଡ୍‌ ପାଇଁ ବେଶ୍‌ ସଫଳ ଓ ଗ୍ରାହକଙ୍କ ନିକଟତର ହୋଇପାରିବ ବୋଲି ମାଲାବାର ଆଶପ୍ରକାଶ କରିଛି।
ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଚେୟାରମ୍ୟାନ ଏମ୍‌.ପି.ଅହମ୍ମଦ କହିଛନ୍ତି, ଆଲିଆଙ୍କ ଭଳି ଜଣେ ଯୁବ ଓ ଦକ୍ଷ ଅଭିନେତ୍ରୀଙ୍କୁ ଆମେ ଆମ ପରିବାରକୁ ସ୍ବାଗତକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଗତ ବର୍ଷଗୁଡିକରେ ମଧ୍ୟ ଆମର ବ୍ରାଣ୍ଡ୍‌ ଆମ୍ବାସାଡରମାନେ ଉଭୟ ବ୍ରାଣ୍ଡ୍‌ ଓ ବ୍ୟବସାୟ ପାଇଁ ବେଶ୍‌ ସଫଳ ହୋଇଛନ୍ତି। ବିଶେଷକରି ଆଗାମୀ ଦିନରେ ମଧ୍ୟ ବ୍ରାଣ୍ଡ୍‌ର ଚାହିଦା ବୃଦ୍ଧି କରିବାରରେ ଆଲିଆଙ୍କ ଚେହେରା ବେଶ୍‌ ଉପଯୋଗୀ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମାଲାବାର ଗ୍ରୁପ୍‌ ନିକଟରେ ସଫଳତାର ୩୦ ବର୍ଷ ପୂରଣ ସହ ପୂର୍ତ୍ତି ଉତ୍ସବ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ ତା’ର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ସମ୍ପର୍କରେ ଆଲିଆ ଭଟ୍ଟଙ୍କ ନାମ ଘୋଷଣା କରିଥିଲା। ଏହା ପୂର୍ବରୁ ବ୍ରାଣ୍ଡ୍‌ ଅନୀଲ କପୁର, କରିନା କପୁର ଖାନ ଏବଂ କାର୍‌ଥିଙ୍କୁ ମଧ୍ୟ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ସେହିଭଳି ୧୯୯୩ରେ ବ୍ରାଣ୍ଡ୍‌ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା। ଏପରିକି ଭାରତ ସମେତ ୟୁଏଇ, କେଏସ୍‌ଏ,କାତାର, ବାହାରିନ, ଓମାନ, କୁଏଟ୍‌, ମାଲେସିଆ, ସିଙ୍ଗାପୁର ଏବଂ ୟୁଏସ୍‌ଏ ଭଳି ଦେଶରେ ମଧ୍ୟ ରିଟେଲ କାରବାର କରୁଛି। ବିଶେଷକରି ବ୍ରାଣ୍ଡ୍‌ ଭାରତ ସମେତ ୧୦ ଦେଶ ଏବଂ ୩୧୨ ଶୋ’ରୁମ୍‌ ଜରିଆରେ ବ୍ୟବସାୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri