ଘମାଘୋଟ ଯୁଦ୍ଧରେ ଖବର ସଂଗ୍ରହ କରୁଥିଲେ ଅଲ ଜଜିରା ସାମ୍ବାଦିକ, ଅନ୍ୟପଟେ ଇସ୍ରାଏଲ ବୋମା ବିସ୍ଫୋରଣରେ ଶେଷ ହୋଇଗଲା ପରିବାର

ନୂଆଦିଲ୍ଲୀ,୨୬/୧୦: ଇସ୍ରାଏଲ ଏବଂ ଗାଜା ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକେ ପ୍ରାଣ ହରାଇଲେଣି ଏବଂ ଅନେକ ପରିବାର ଲୋପ ମଧ୍ୟ ପାଇଯାଇଛି। ଏହାରି ମଧ୍ୟରେ ଅଲ ଜଜିରା ସାମ୍ବାଦିକ ୱେଲ ଅଲ ଦହଦୋହଙ୍କ ପରିବାର ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସାମ୍ବାଦିକଙ୍କ ସ୍ତ୍ରୀ, ପୁଅ ଏବଂ ଝିଅ ସମେତ ଚାରି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ବୁଧବାର ଏହି ସୂଚନା ଅଲ ଜଜିରା ପକ୍ଷରୁ ଦିଆଯାଇଛି।

ସାମ୍ବାଦିକ ୱେଲ ଅଲ-ଦହଦୋହ କହିଛନ୍ତି, “ବହୁ ସଂଖ୍ୟାରେ ଲୋକଙ୍କ ଘର ଉପରେ ବୋମା ମାଡ କରାଯାଉଛି। ଏହା ଇସ୍ରାଏଲର ଦଖଲ ନିୟମ, ଦିନ ଶେଷରେ ଆମେ ଏହି ସ୍ଥାନରେ ଅଛୁ। ଏହା ଆମର ଭାଗ୍ୟ … ଏହା ଆମର ପସନ୍ଦ ଏବଂ ଆମର ଧାର‌୍ୟ୍ୟ ଅଛି … ଏବଂ ଆମେ ଏହି ପଥରୁ ବିଚ୍ୟୁତ ହେବୁ ନାହିଁ। ” ୫୩ ବର୍ଷୀୟ ଦହଦୋହ, ଅଲ ଜଜିରା ପାଇଁ ଜଣେ ଜଣାଶୁଣା ସାମ୍ବାଦିକ, ଯିଏ ଇସ୍ରାଏଲ-ଗାଜା ଯୁଦ୍ଧ ବିବାଦ ବିଷୟରେ ରିପୋର୍ଟ କରୁଥିଲେ। ଯେତେବେଳେ ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କର ମୃତ୍ୟୁ ଖବର ପାଇଥିଲେ, ସେତେବେଳେ ସେ ଗାଜାରେ ଯୁଦ୍ଧର ଲାଇଭ ଦୃଶ୍ୟ ପ୍ରସାରଣ କରୁଥିଲେ। ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

ପରେ ଅଲ ଜଜିରା ସାମ୍ବାଦିକ ଦାହଦୋହଙ୍କ ପାଲେଷ୍ଟାଇନର ଡେୟାର ଅଲ-ବାଲାସ୍ଥିତ ଅଲ-ଆକସା ଶହୀଦ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ପାଇଁ କାନ୍ଦୁଥିବା ଫଟୋ ପ୍ରକାଶ କରିଥିଲା ଯେଉଁଠାରେ ସେ ତାଙ୍କର ୧୫ ବର୍ଷର ପୁଅ, ସାତ ବର୍ଷର ଝିଅ ଏବଂ ଦୁଇ ବର୍ଷର ନାତିକୁ ଧରି କାନ୍ଦୁଥିଲେ। ଆକ୍ରମଣ ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ସେଠାରୁ ଖସି ପଳାଇଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ମୁହାଁ ଆର୍ମଡା

ଓ୍ବାଶିଂଟନ୍‌/ତେହରାନ୍‌,୨୪ା୧: ଇରାନ୍‌ର ବିପର୍ଯ୍ୟସ୍ତ ଅର୍ଥନୀତି ଓ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବେପରୁଆ ଶାସନ ବିରୋଧରେ ୨୦୨୫ ଡିସେମ୍ବର ଶେଷଭାଗରୁ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ଅଦ୍ୟାବଧି…

ୟୁଏଇ ଆଲୋଚନା ଟେବୁଲରେ ରୁଷିଆ, ୟୁକ୍ରେନ୍‌, ଆମେରିକା ଚାପରେ…

କିଭ୍‌/ମସ୍କୋ,୨୪ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଥିବାବେଳେ ଏହାର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଛନ୍ତି।…

‘ୟୁନୁସ ଜଣେ ଫାସିବାଦୀ ହତ୍ୟାକାରୀ’: ବଡ଼ କଥା କହିଦେଲେ ହାସିନା, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୨୪ା୧: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଜଣେ ଫାସିବାଦୀ ହତ୍ୟାକାରୀ। ସେ କ୍ଷମତାରେ ଥିବା ପର୍ଯ୍ୟନ୍ତ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ…

ଟ୍ରମ୍ପଙ୍କୁ ବୁଡ଼ାଇ ଦେବ ଅହଙ୍କାର: WHO ଓହରିଲା ଆମେରିକା, ମାତ୍ର ଗୋଟିଏ ବର୍ଷରେ…

ଓ୍ବାଶିଂଟନ୍‌,୨୩।୧: ଆମେରିକା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ରୁ ଓହରିଯିବାର ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ସମାପ୍ତ କରିଛି। ଏହି ନିଷ୍ପତ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ…

WHOରୁ ଓହରିଲା ଆମେରିକା, ଜେନେଭା ମୁଖ୍ୟାଳୟରୁ ବାହାରକଲା ପତାକା

ନୂଆଦିଲ୍ଲୀ,୨୩ା୧: ଆମେରିକା ଏକ ବଡ଼ ପଦକ୍ଷେପ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରୁ ସଦସ୍ୟତା ସମାପ୍ତ କରିଛି। ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ…

ଇରାନ ଉପରେ ହୋଇପାରେ ଅତର୍କିତ ଆକ୍ରମଣ: ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପ୍ରସ୍ତୁତି

ନୂଆଦିଲ୍ଲୀ,୨୩।୧: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଘେରିବାରେ ଲାଗିଛି। ଇରାନରେ ଚାଲିଥିବା ଆଭ୍ୟନ୍ତରୀଣ ଅଶାନ୍ତି ଏବଂ ବିକ୍ଷୋଭକାରୀଙ୍କ ଉପରେ ସରକାରୀ ଦମନଲୀଳାକୁ ନେଇ ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ…

ପାକିସ୍ତାନରେ ୨୩ ମାର୍ଚ୍ଚରେ କାହିଁକି ପାଳନ କରାଯାଏ ଗଣତନ୍ତ୍ର ଦିବସ? ଲାହୋର ସହ ରହିଛି ଲିଙ୍କ୍‌

ଭାରତ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଏହାର ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସର ଆକର୍ଷଣ କେବଳ କର୍ତ୍ତବ୍ୟ ପରେଡ ପର୍ଯ୍ୟନ୍ତ ସୀମିତ…

ଭାରତ ହେବ ବିଶ୍ୱର ସର୍ବବୃହତ ଅର୍ଥନୀତି: ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କଲେ ଆମେରିକାର…

ଓ୍ବାଶିଂଟନ,୨୨।୧: ଭାରତ ହେବ ବିଶ୍ୱର ସର୍ବବୃହତ ଅର୍ଥନୀତି। ଆମେରିକାର ଏକ ପ୍ରମୁଖ ଘରୋଇ ଇକ୍ୱିଟି ଫାର୍ମ କାର୍ଲାଇଲ ଗ୍ରୁପର ସହ-ପ୍ରତିଷ୍ଠାତା ଡେଭିଡ ରୁବେନଷ୍ଟାଇନ ଏହି ଭବିଷ୍ୟବାଣୀ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri